ଫେଙ୍ଗାଲ ପ୍ରଭାବ: ପଣ୍ଡିଚେରୀରେ ଅଭୂତପୂର୍ବ ବର୍ଷା

ପଣ୍ଡିଚେରୀ,୧ା୧୨: ବାତ୍ୟା ଫେଙ୍ଗାଲ ଶନିବାର ରାତିରେ ପଣ୍ଡିଚେରୀରେ ସ୍ଥଳଭାଗ ଛୁଇଁବା ପରେ ଅଭୂତପୂର୍ବ ବର୍ଷା ସାଙ୍ଗକୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଫଳରେ ଅଞ୍ଚଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ୩ ଦଶନ୍ଧି ମଧ୍ୟରେ ପଣ୍ଡିଚେରୀରେ ଏଭଳି ବର୍ଷା ହୋଇ ନ ଥିଲା ବୋଲି ବରିଷ୍ଠ ନାଗରିକମାନେ କହିଛନ୍ତି। ଚାରିଆଡ଼ ଜଳାର୍ଣ୍ଣବ ହୋଇଥିବା ବେଳେ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟରେ ସେନା ଯବାନଙ୍କୁ ନିୟୋଜିତ କରାଯାଇଛି। ସେହିପରି ତାମିଲନାଡୁର ଭିଲ୍ଲୁପୁରମ୍‌ରେ ମଧ୍ୟ ଅତି ପ୍ରବଳ ବର୍ଷା ହୋଇଛି। ପଣ୍ଡିଚେରୀରେ […] The post ଫେଙ୍ଗାଲ ପ୍ରଭାବ: ପଣ୍ଡିଚେରୀରେ ଅଭୂତପୂର୍ବ ବର୍ଷା appeared first on Dharitri Odia News.

ଫେଙ୍ଗାଲ ପ୍ରଭାବ: ପଣ୍ଡିଚେରୀରେ ଅଭୂତପୂର୍ବ ବର୍ଷା

ପଣ୍ଡିଚେରୀ,୧ା୧୨: ବାତ୍ୟା ଫେଙ୍ଗାଲ ଶନିବାର ରାତିରେ ପଣ୍ଡିଚେରୀରେ ସ୍ଥଳଭାଗ ଛୁଇଁବା ପରେ ଅଭୂତପୂର୍ବ ବର୍ଷା ସାଙ୍ଗକୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଫଳରେ ଅଞ୍ଚଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ୩ ଦଶନ୍ଧି ମଧ୍ୟରେ ପଣ୍ଡିଚେରୀରେ ଏଭଳି ବର୍ଷା ହୋଇ ନ ଥିଲା ବୋଲି ବରିଷ୍ଠ ନାଗରିକମାନେ କହିଛନ୍ତି।

ଚାରିଆଡ଼ ଜଳାର୍ଣ୍ଣବ ହୋଇଥିବା ବେଳେ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟରେ ସେନା ଯବାନଙ୍କୁ ନିୟୋଜିତ କରାଯାଇଛି। ସେହିପରି ତାମିଲନାଡୁର ଭିଲ୍ଲୁପୁରମ୍‌ରେ ମଧ୍ୟ ଅତି ପ୍ରବଳ ବର୍ଷା ହୋଇଛି। ପଣ୍ଡିଚେରୀରେ ଗତ ୨୪ ଘଣ୍ଟା ମଧ୍ୟରେ ୪୬ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି। ବର୍ଷାଜଳ ଅନେକଙ୍କ ଘରେ ପଶିଥିବା ବେଳେ ରାସ୍ତାରେ ପାର୍କିଂ କରିଥିବା ଗାଡ଼ିଗୁଡ଼ିକ ଅଧା ବୁଡ଼ିଯାଇଛି। ବାତ୍ୟା ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଛି। ଫସଲ ପାଣିରେ ବୁଡ଼ିରହିଥିବାରୁ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ରାସ୍ତାଗୁଡ଼ିକରେ ପାଣି ଚାଲୁଥିବାରୁ ଗାଡ଼ି ଚଳାଚଳ ବନ୍ଦ ରହିଛି।

The post ଫେଙ୍ଗାଲ ପ୍ରଭାବ: ପଣ୍ଡିଚେରୀରେ ଅଭୂତପୂର୍ବ ବର୍ଷା appeared first on Dharitri Odia News.