ଫେବୃଆରୀ ୦୭ ତାରିଖ, ବୁଧବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ମେଷ– ସେବା ପୂଜାରେ ମନୋନିବେଶ କରିବେ । ନିଜକୁ ସର୍ବଦା ବ୍ୟସ୍ତ ରଖିବେ । ବ୍ୟବସାୟ ଭଲ ହେବ । ଛାତ୍ରଛାତ୍ରୀମାନେ ପାଠରେ ମନଯୋଗ ଦେବେ । ବାକିଥିବା କାର୍ଯ୍ୟ ସଫଳ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବୃଷ– ଦିନଟି ଏତେ ଭଲ ଫଳ ପ୍ରଦାନ କରିବ ନାହିଁ । ଅଜଣା ବ୍ୟକ୍ତିଙ୍କ ପାଇଁ ଠକାମୀର ଶିକାର ହୋଇପାରନ୍ତି । ଧନ ଲାଭର ଯୋଗ ମଧ୍ୟ ରହିଛି । ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଆଳସ୍ୟରେ କଟିବ । ମିଥୁନ– ନିବେଶ କରିଥିବା ଧନରୁ ଲାଭ ପାଇପାରିବେ । ପରିବାରରେ କାହାରବି ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତ ହେବ । ପ୍ରେମ ସମ୍ପର୍କ ସୁଦୃଢ ହେବ । କର୍କଟ– ଦିନଟି ଉତ୍ତମ ଫଳ ପ୍ରଦାନ କରିବ । ଧନଧାନ୍ୟରେ ବୃଦ୍ଧି ଘଟିପାରେ । ବ୍ୟବସାୟୀଙ୍କ ପାଇଁ ଦିନଟି ବିଶେଷ ଶୁଭ ଦାୟକ ରହିଛି । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ନୂଆ ସ୍ଥାନ ପ୍ରାପ୍ତି ହୋଇପାରେ । ସିଂହ– ଅନ୍ୟ ଚର୍ଚ୍ଚା କରି ସମୟ ନଷ୍ଟ କରିବେ । ଅଧିକ ପରିଶ୍ରମରେ ଦିନଟି କଟିବ । ବ୍ୟବସାୟରେ ଆଶାନୁରୂପ ଫଳ ପ୍ରାପ୍ତି ହେବ । ଛାତ୍ର-ଛାତ୍ରୀମାନେ ସମୟ ନଷ୍ଟ କରିବେ । ବହୁ ସମୟରୁ ଲାଗି ରହିଥିବା କଳହ ପୂର୍ଣ୍ଣଚ୍ଛେଦ ପଡ଼ିବ। କନ୍ୟା– ଆପଣଙ୍କୁ କେହି ନିଜ କର୍ମରୁ ହଟି ଅନ୍ୟ କର୍ମ କରିବା ପାଇଁ ବାଧ୍ୟ କରିପାରନ୍ତି । ମହିଳାମାନଙ୍କୁ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ । ଛାତ୍ର-ଛାତ୍ରୀମାନେ କ୍ୟାରିୟରକୁ ନେଇ ଚିନ୍ତା

ଫେବୃଆରୀ ୦୭ ତାରିଖ, ବୁଧବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ମେଷ– ସେବା ପୂଜାରେ ମନୋନିବେଶ କରିବେ । ନିଜକୁ ସର୍ବଦା ବ୍ୟସ୍ତ ରଖିବେ । ବ୍ୟବସାୟ ଭଲ ହେବ । ଛାତ୍ରଛାତ୍ରୀମାନେ ପାଠରେ ମନଯୋଗ ଦେବେ । ବାକିଥିବା କାର୍ଯ୍ୟ ସଫଳ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ବୃଷ– ଦିନଟି ଏତେ ଭଲ ଫଳ ପ୍ରଦାନ କରିବ ନାହିଁ । ଅଜଣା ବ୍ୟକ୍ତିଙ୍କ ପାଇଁ ଠକାମୀର ଶିକାର ହୋଇପାରନ୍ତି । ଧନ ଲାଭର ଯୋଗ ମଧ୍ୟ ରହିଛି । ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଆଳସ୍ୟରେ କଟିବ ।

ମିଥୁନ– ନିବେଶ କରିଥିବା ଧନରୁ ଲାଭ ପାଇପାରିବେ । ପରିବାରରେ କାହାରବି ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତ ହେବ । ପ୍ରେମ ସମ୍ପର୍କ ସୁଦୃଢ ହେବ ।

କର୍କଟ– ଦିନଟି ଉତ୍ତମ ଫଳ ପ୍ରଦାନ କରିବ । ଧନଧାନ୍ୟରେ ବୃଦ୍ଧି ଘଟିପାରେ । ବ୍ୟବସାୟୀଙ୍କ ପାଇଁ ଦିନଟି ବିଶେଷ ଶୁଭ ଦାୟକ ରହିଛି । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ନୂଆ ସ୍ଥାନ ପ୍ରାପ୍ତି ହୋଇପାରେ ।

ସିଂହ– ଅନ୍ୟ ଚର୍ଚ୍ଚା କରି ସମୟ ନଷ୍ଟ କରିବେ । ଅଧିକ ପରିଶ୍ରମରେ ଦିନଟି କଟିବ । ବ୍ୟବସାୟରେ ଆଶାନୁରୂପ ଫଳ ପ୍ରାପ୍ତି ହେବ । ଛାତ୍ର-ଛାତ୍ରୀମାନେ ସମୟ ନଷ୍ଟ କରିବେ । ବହୁ ସମୟରୁ ଲାଗି ରହିଥିବା କଳହ ପୂର୍ଣ୍ଣଚ୍ଛେଦ ପଡ଼ିବ।

କନ୍ୟା– ଆପଣଙ୍କୁ କେହି ନିଜ କର୍ମରୁ ହଟି ଅନ୍ୟ କର୍ମ କରିବା ପାଇଁ ବାଧ୍ୟ କରିପାରନ୍ତି । ମହିଳାମାନଙ୍କୁ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ । ଛାତ୍ର-ଛାତ୍ରୀମାନେ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ ।

ତୁଳା– ଦେଇଥିବା ଧନ ରାଶି ଆପଣ ଫେରି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ପରିବାରରେ ପରସ୍ପର ମଧ୍ୟରେ କଳହ ଲାଗିପାରେ । ବ୍ୟବସାୟରେ ଆର୍ଥିକ ସ୍ଥିତି ଦୃଢ଼ ହେବ । ଛାତ୍ରଛାତ୍ରୀମାନଙ୍କ ପାଇଁ ନୂତନ ସ୍ଥାନ ପ୍ରାପ୍ତି ଯୋଗ ରହିଛି ।

ବିଛା– ଶାରୀରିକ ସମସ୍ୟା ଦେଖା ଦେବ । ତଳିପେଟରେ ଯନ୍ତ୍ରଣା ଦେଖା ଦେବ । ଦିନଟି ଏତେ ଉତ୍ତମ ଫଳ ଦେବ ନାହିଁ । ବହୁ ପରିଶ୍ରମରେ ଅଳ୍ପ ଲାଭ ହୋଇପାରେ । ଚାଲୁଥିବା କାର୍ଯ୍ୟ ଅଧାରୁ ଅଟକିପାରେ । ବିଦ୍ୟାର୍ଥୀମାନେ ଅଳସୁଆ ହେବେ ।

ଧନୁ– ଧନୁ ରାଶିକୁ ଶ୍ରୀ ଚନ୍ଦ୍ର । ଦିନଟି ସଫଳତାର ସହ ସଂପୂର୍ଣ୍ଣ ହେବ । ପରୋପକାର କରି ନିଜକୁ ଖୁସି ଅନୁଭବ କରିବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଛାତ୍ରଛାତ୍ରୀମାନେ କୃତ କାର୍ଯ୍ୟ ହେବେ । ଗୃହକୁ ବନ୍ଧୁଙ୍କ ଆଗମନ ହେବ ।

ମକର– ପଥରୋଧ ହୋଇପାରେ । ଉଧାର ଦିଅନ୍ତୁ ନାହିଁ । ବନ୍ଧୁମାନଙ୍କ ସହ ମନୋମାଳିନ୍ୟ ଘଟିପାରେ । ନୂତନ ଜାଗାକୁ ବୁଲିବାକୁ ଯିବେ । ବିବାଦୀୟ ପରିସ୍ଥିତି ଉପୂଜି ପାରେ । ବୈବାହିକ ଜୀବନ ଜଞ୍ଜାଳମୟ ହେବ । ଛାତ୍ରଛାତ୍ରୀମାନେ ଅବହେଳିତ ହେବେ ।

କୁମ୍ଭ– ଅଧିକ ଆୟର ଯୋଗ ରହିଛି । ପତ୍ନୀଙ୍କ ଠାରୁ କିଛି ଉପହାର ମିଳିପାରେ । ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନଟି ଭଲ ରହିଛି । ନିଜକୁ ଆଶଙ୍କା ଭିତରେ ରଖିବେ । ଖୁସି ହେବାକୁ ଚାହୁଁଥିଲେବି ହୋଇପାରିବେ ନାହିଁ ।

ମୀନ– ପରିଶ୍ରମ ଅଧିକ ହେବ । ଆକସ୍ମିକ ଧନ ପ୍ରାପ୍ତିର ସମ୍ଭାବନା ରହିଛି । ଛାତ୍ରଛାତ୍ରୀଙ୍କ ପରିଶ୍ରମର ଫଳ ପ୍ରାପ୍ତି ହେବ । ନୂତନ ବସ୍ତୁ କିମ୍ବା ଅଳଙ୍କାର କ୍ରୟ କରିବେ । ବିଦ୍ୟାର୍ଥୀମାନେ ପ୍ରତିଯୋଗିତାରେ ବିଜୟ ହାସଲ କରିବେ।

ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ, ଜ୍ୟୋତିଷ, ଯାଜପୁର, ଯୋଗାଯୋଗ – 8249826682

The post ଫେବୃଆରୀ ୦୭ ତାରିଖ, ବୁଧବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ appeared first on Prameya News7.