ଫେବୃଆରୀରେ ବାରବାଟିରେ ଖେଳାଯିବ ଇଣ୍ଡିଆ-ଇଂଲଣ୍ଡ ମ୍ୟାଚ୍, ସ୍ଥିର ହେଲା ଟିକେଟ ଦାମ୍
କଟକ : ଆସନ୍ତା ବର୍ଷ ଫେବୃଆରୀ ମାସ ୯ ତାରିଖରେ ବାରବାଟି ଷ୍ଟାଡିୟମରେ ଖେଳାଯିବ ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ । ଏଥିରେ ଇଣ୍ଡିଆ ଓ ଇଂଲଣ୍ଡ ମଧ୍ୟରେ ଖେଳା ଯିବ ମ୍ୟାଚ୍। ମ୍ୟାଚ୍ ପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନର ସ୍ଵତନ୍ତ୍ର ସାଧାରଣ ପରିଷଦ ବୈଠକ ବସିଛି । ବୈଠକରେ ସମସ୍ତ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ । ମ୍ୟାଚ୍ ପ୍ରସ୍ତୁତି ପାଇଁ ସମସ୍ତ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ ଓସିଏ ସମ୍ପାଦକ ସଞ୍ଜୟ ବେହେରା । ସମ୍ପାଦକଙ୍କ ନିର୍ଦ୍ଦେଶ […] The post ଫେବୃଆରୀରେ ବାରବାଟିରେ ଖେଳାଯିବ ଇଣ୍ଡିଆ-ଇଂଲଣ୍ଡ ମ୍ୟାଚ୍, ସ୍ଥିର ହେଲା ଟିକେଟ ଦାମ୍ appeared first on KNews Odisha.

କଟକ : ଆସନ୍ତା ବର୍ଷ ଫେବୃଆରୀ ମାସ ୯ ତାରିଖରେ ବାରବାଟି ଷ୍ଟାଡିୟମରେ ଖେଳାଯିବ ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ । ଏଥିରେ ଇଣ୍ଡିଆ ଓ ଇଂଲଣ୍ଡ ମଧ୍ୟରେ ଖେଳା ଯିବ ମ୍ୟାଚ୍। ମ୍ୟାଚ୍ ପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନର ସ୍ଵତନ୍ତ୍ର ସାଧାରଣ ପରିଷଦ ବୈଠକ ବସିଛି । ବୈଠକରେ ସମସ୍ତ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ । ମ୍ୟାଚ୍ ପ୍ରସ୍ତୁତି ପାଇଁ ସମସ୍ତ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ ଓସିଏ ସମ୍ପାଦକ ସଞ୍ଜୟ ବେହେରା । ସମ୍ପାଦକଙ୍କ ନିର୍ଦ୍ଦେଶ ଅନୁଯାୟୀ ଗଠନ ହେବ ସମସ୍ତ କମିଟି ଓ ସବ୍ କମିଟି। ବାରବାଟି ଷ୍ଟାଡିୟମରେ ୪୪,୫୨୪ ଜଣ ଦର୍ଶକ ବସି ଖେଳ ଦେଖିବେ। ବୈଠକରେ ସ୍ଥିର କରାଗଲା ଟିକେଟ ମୂଲ୍ୟ।
ଜାଣନ୍ତୁ କେଉଁ ଗ୍ୟାଲେରୀ ପାଇଁ କେତେ ରହିଛି ଦାମ୍
ଏକ ନମ୍ୱର୍ ଗ୍ୟାଲେରୀ ପାଇଁ ଟିକେଟ ମୂଲ୍ୟ -୧୨୦୦ ଟଙ୍କା
ଦୁଇ ନମ୍ୱର୍ ଗ୍ୟାଲେରୀ ପାଇଁ ଟିକେଟ ମୂଲ୍ୟ – ୧୦୦୦ ଟଙ୍କା
ତିନି ନମ୍ୱର୍ ଗ୍ୟାଲେରୀ ପାଇଁ ଟିକେଟ ମୂଲ୍ୟ – ୧୨୦୦ ଟଙ୍କା
ଚାରି ନମ୍ୱର୍ ଗ୍ୟାଲେରୀ ପାଇଁ ଟିକେଟ ମୂଲ୍ୟ – ୧୦୦୦ ଟଙ୍କା
ପାଞ୍ଚ ନମ୍ୱର୍ ଗ୍ୟାଲେରୀ ପାଇଁ ଟିକେଟ ମୂଲ୍ୟ – ୧୫୦୦ ଟଙ୍କା
ଛଅ ନମ୍ୱର୍ ଗ୍ୟାଲେରୀ ପାଇଁ ଟିକେଟ ମୂଲ୍ୟ – ୧୨୦୦ ଟଙ୍କା
ସାତ ନମ୍ୱର୍ ଗ୍ୟାଲେରୀ ପାଇଁ ଟିକେଟ ମୂଲ୍ୟ – ୮୦୦ ଟଙ୍କା
ସ୍ପେସାଲ ଏନ୍ କ୍ଲୋଜର ପାଇଁ ଟିକେଟ ମୂଲ୍ୟ – ୭୦୦୦ ଟଙ୍କା
ଏ ସି ଗ୍ୟାଲେରୀ ବକ୍ସ ପାଇଁ ଟିକେଟ ମୂଲ୍ୟ – ୯୦୦୦ ଟଙ୍କା
କର୍ପୋରେଟ ବକ୍ସ ପାଇଁ ଟିକେଟ ମୂଲ୍ୟ – ୨୦,୦୦୦ ଟଙ୍କା
ନିଉ ପାଭିଲିୟନ ପାଇଁ ଟିକେଟ ମୂଲ୍ୟ – ୧୦,୦୦୦ ଟଙ୍କା
The post ଫେବୃଆରୀରେ ବାରବାଟିରେ ଖେଳାଯିବ ଇଣ୍ଡିଆ-ଇଂଲଣ୍ଡ ମ୍ୟାଚ୍, ସ୍ଥିର ହେଲା ଟିକେଟ ଦାମ୍ appeared first on KNews Odisha.