ଫେବୃଆରୀରେ ୧.୮୪ ଲକ୍ଷ କୋଟିର ଜିଏସ୍‌ଟି ସଂଗ୍ରହ, ପ୍ରତି ମିନିଟରେ ୪.୪୬ କୋଟି ଆୟ

ନୂଆଦିଲ୍ଲୀ : ଦ୍ରବ୍ୟ ଏବଂ ସେବା କର (ଜିଏସ୍‌ଟି)ରୁ ସରକାର ବମ୍ପର ଆୟ କରିଛନ୍ତି। ଗତ ଫେବୃଆରୀରେ ମୋଟ ୧.୮୪ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଛି। ଏହି ହିସାବରେ ସରକାର ଗତ ମାସରେ ପ୍ରତି ମିନିଟରେ ଜିଏସ୍‌ଟିରୁ ୪.୫୬ କୋଟି ଟଙ୍କା ଆୟ କରିଥିଲେ। ଏହାକୁ ମିଶାଇ ଚଳିତ ଆର୍ଥିକ ବର୍ଷରେ ଷଷ୍ଠ ଥର ପାଇଁ ଜିଏସ୍‌ଟି ସଂଗ୍ରହ ୧.୮୦ ଲକ୍ଷ କୋଟି ଟଙ୍କା ଟପିଛି। ଗତ ୧୧ ମାସରେ  ଜିଏସ୍‌ଟି ସଂଗ୍ରହ ୨୦ ଲକ୍ଷ […]

ଫେବୃଆରୀରେ ୧.୮୪ ଲକ୍ଷ କୋଟିର ଜିଏସ୍‌ଟି ସଂଗ୍ରହ, ପ୍ରତି ମିନିଟରେ ୪.୪୬ କୋଟି ଆୟ
Gross GST collections grow 9.1 pc to about Rs 1.84 lakh crore in February

ନୂଆଦିଲ୍ଲୀ : ଦ୍ରବ୍ୟ ଏବଂ ସେବା କର (ଜିଏସ୍‌ଟି)ରୁ ସରକାର ବମ୍ପର ଆୟ କରିଛନ୍ତି। ଗତ ଫେବୃଆରୀରେ ମୋଟ ୧.୮୪ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଛି। ଏହି ହିସାବରେ ସରକାର ଗତ ମାସରେ ପ୍ରତି ମିନିଟରେ ଜିଏସ୍‌ଟିରୁ ୪.୫୬ କୋଟି ଟଙ୍କା ଆୟ କରିଥିଲେ।

ଏହାକୁ ମିଶାଇ ଚଳିତ ଆର୍ଥିକ ବର୍ଷରେ ଷଷ୍ଠ ଥର ପାଇଁ ଜିଏସ୍‌ଟି ସଂଗ୍ରହ ୧.୮୦ ଲକ୍ଷ କୋଟି ଟଙ୍କା ଟପିଛି। ଗତ ୧୧ ମାସରେ  ଜିଏସ୍‌ଟି ସଂଗ୍ରହ ୨୦ ଲକ୍ଷ କୋଟି ପାର କରିଛି। ସୂଚନା ଅନୁଯାୟୀ ଫେବୃଆରୀରେ ମୋଟ ଜିଏସ୍‌ଟି ସଂଗ୍ରହ ୯.୧ ପ୍ରତିଶତ ବୃଦ୍ଧି ପାଇଛି। ଏହି ଅବଧିରେ ଘରୋଇ ରାଜସ୍ବ ୧୦.୨% ବଢ଼ି ୧.୪୨ ଲକ୍ଷ କୋଟି ରହିଥିଲା। ଆମଦାନୀରୁ ରାଜସ୍ବ ୫.୪ ପ୍ରତିଶତ ବୃଦ୍ଧି ପାଇ ୪୧, ୭୦୨ କୋଟି ରହିଥିଲା। ଏହି ମାସରେ ୩୫, ୨୦୪ କୋଟିର କେନ୍ଦ୍ରୀୟ ଜିଏସ୍‌ଟି, ୪୩, ୭୦୪ କୋଟିର ରାଜ୍ୟ ଜିଏସଟି, ୯୦, ୮୭୦ କୋଟିର ଏକୀକୃତ ଜିଏସ୍‌ଟି ଏବଂ କ୍ଷତିପୂରଣ ବାବଦ ଟିକସରୁ ୧୩. ୮୬୮ କୋଟି ଟଙ୍କା ସଂଗ୍ରହ ହୋଇଥିଲା। ଏହି ମାସରେ ମୋଟ ୨୦, ୮୮୯ କୋଟି ଟଙ୍କାର ରିଫଣ୍ଡ ଜାରି ହୋଇଥିଲା। ଏହା ବାର୍ଷିକ ଆଧାରରେ ୧୭.୩ ପ୍ରତିଶତ ଅଧିକ ଥିଲା। ସମୀକ୍ଷାଧିନ ମାସରେ ନେଟ୍‌ ଜିଏସ୍‌ଟି ସଂଗ୍ରହ ୮.୧ ପ୍ରତିଶତ ବଢ଼ି ୧.୬୩ ଲକ୍ଷ କୋଟି ଟଙ୍କା ରହିଥିଲା। ଗତ ବର୍ଷ ସମାନ ଅବଧିରେ ୧.୬୮ ଲକ୍ଷ କୋଟିର ଜିଏସ୍‌ଟି ଆଦାୟ ହୋଇଥିଲା।

ଏହି ଆର୍ଥିକ ବର୍ଷରେ କ୍ରମାଗତ ଷଷ୍ଠ ଥର ପାଇଁ ଜିଏସ୍‌ଟି ସଂଗ୍ରହ ୧.୮୦ ଲକ୍ଷ କୋଟି ଟଙ୍କା ପାର୍‌ କରିଥିଲା। ଗତ ଏପ୍ରିଲରେ ରେକର୍ଡ ୨.୧ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ଆଦାୟ କରାଯାଇଥିଲା। ସେହିପରି ଜୁଲାଇରେ ୧.୮୨ ଲକ୍ଷ କୋଟି, ଅକ୍ଟୋବରରେ ୧.୮୭ ଲକ୍ଷ କୋଟି, ନଭେମ୍ବରରେ ୧.୮୨ ଲକ୍ଷ କୋଟି, ଜାନୁଆରୀରେ ୧.୯୬ ଲକ୍ଷ କୋଟି ଟଙ୍କାର ଜିଏସ୍‌ ସଂଗ୍ରହ କରାଯାଇଥିଲା। ଏ ପର୍ୟ୍ୟନ୍ତ ମୋଟ ୧୧ ମାସରେ ୨୦.୧୩ ଲକ୍ଷ କୋଟିର ଜିଏସ୍‌ଟି ଆଦାୟ କରାଗଲାଣି। ଯଦି ଆନୁମାନିକ ଭାବେ ମାର୍ଚ୍ଚ ମାସକୁ ଯୋଡ଼ି ଦିଆଯିବ ତେବେ ଏହା ୨୨ ଲକ୍ଷ କୋଟି ଟଙ୍କା ପାର୍‌ କରିଯିବ।