ଫେରିଗଲା ୬ ଲକ୍ଷ ୫୬ ହଜାର ପକ୍କାଘର: ବଦଳିଲାନି ଗରିବଙ୍କ ଭାଗ୍ୟ
କନକ ବ୍ୟୁରୋ: କିଛି ଦିନ ତଳେ ବିଧାନସଭାରେ ତଥ୍ୟ ଆସିଥିଲା, ଓଡ଼ିଶାରୁ ଫେରିଯାଇଛି ୬ଲକ୍ଷରୁ ଅଧିକ ପ୍ରଧାନମନ୍ତ୍ରୀ ଆବାସ। ପୂର୍ବ ସରକାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଦେଇନପାରିବାରୁ ଏହି ଘର ଫେରିଯାଇଥିଲା। ଦେଖନ୍ତୁ କିଭଳି ବର୍ଷ ବର୍ଷ ଧରି କୋଠା ଘରଟିଏକୁ ଅନାଇ ରହିଛନ୍ତି ଗରୀବ। ତେଣୁ ପ୍ରଶ୍ନ ଉଠୁଛି, ପ୍ରଧାନମନ୍ତ୍ରୀ ଆବାସ ପାଇବାର ଯୋଗ୍ୟତା କଣ? ଘର ଆବଂଟନରେ ପ୍ରୀୟାପ୍ରିତି ତୋଷଣ କରି ଯୋଗ୍ୟ ହିତାଧିକାରୀଙ୍କୁ ଅଣଦେଖା କରାଯାଉଥିଲା କି? ଚାଳ ଉପରେ ଛିଣ୍ଡାପାଲ। ବର୍ଷା […] The post ଫେରିଗଲା ୬ ଲକ୍ଷ ୫୬ ହଜାର ପକ୍କାଘର: ବଦଳିଲାନି ଗରିବଙ୍କ ଭାଗ୍ୟ first appeared on Kanak News.

କନକ ବ୍ୟୁରୋ: କିଛି ଦିନ ତଳେ ବିଧାନସଭାରେ ତଥ୍ୟ ଆସିଥିଲା, ଓଡ଼ିଶାରୁ ଫେରିଯାଇଛି ୬ଲକ୍ଷରୁ ଅଧିକ ପ୍ରଧାନମନ୍ତ୍ରୀ ଆବାସ। ପୂର୍ବ ସରକାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଦେଇନପାରିବାରୁ ଏହି ଘର ଫେରିଯାଇଥିଲା। ଦେଖନ୍ତୁ କିଭଳି ବର୍ଷ ବର୍ଷ ଧରି କୋଠା ଘରଟିଏକୁ ଅନାଇ ରହିଛନ୍ତି ଗରୀବ। ତେଣୁ ପ୍ରଶ୍ନ ଉଠୁଛି, ପ୍ରଧାନମନ୍ତ୍ରୀ ଆବାସ ପାଇବାର ଯୋଗ୍ୟତା କଣ? ଘର ଆବଂଟନରେ ପ୍ରୀୟାପ୍ରିତି ତୋଷଣ କରି ଯୋଗ୍ୟ ହିତାଧିକାରୀଙ୍କୁ ଅଣଦେଖା କରାଯାଉଥିଲା କି?
ଚାଳ ଉପରେ ଛିଣ୍ଡାପାଲ। ବର୍ଷା ହେଲେ ଘର ଭିତରେ ପାଣି। ଝରଣାରୁ ପାଣି ଖସିବା ଭଳି ଖସୁଛି ବର୍ଷାପାଣି। ଦିନରେ ଯେଣେତେଣେ ପ୍ରକାରେ ଚଳିଯାଉଛି, କିନ୍ତୁ ରାତିରେ ବର୍ଷା ହେଲେ କଥା ସରିଲା। ରାତି ସାରା ନଜଗିଲେ ଘରେ ଲହଡି ମାରିବ ବର୍ଷାପାଣି। ଏ ଦିନେ କି ଦୁଇ ଦିନର କଥା ନୁହେଁ ବରଂ ପ୍ରତି ବର୍ଷା ଋତୁରେ ଏମିତି ଧନ୍ଦି ହେଉଛନ୍ତି କେନ୍ଦ୍ରାପଡା ଓସ୍ତପୁର ପଞ୍ଚାୟତ ନାଗପୁର ଗାଁର ଗୁଲୁରୀ ମଲିକ। ପ୍ରଶାସନିକ ଉଦାସନୀତା ପାଇଁ ୬ ଲକ୍ଷରୁ ଅଧିକ ପ୍ରଧାନମନ୍ତ୍ରୀ ଆବାସ ଫେରି ଯାଉଥିବା ବେଳେ ଗୁଲୁରୀଙ୍କ ପରିବାର ପାଇଁ ସାହାଭରସା ହାଣ୍ଡି ଓ ମାଠିଆ।
କେବଳ ଗୁଲୁରୀ ମଲିକ ନୁହଁନ୍ତି ବରଂ କେନ୍ଦ୍ରାପଡା ଓସ୍ତପୁର ପଞ୍ଚାୟତ ନାଗପୁର ଗାଁରେ ଏମିତି ୯୦ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ ଜୀବନ କାଟୁଛନ୍ତି। ଗାଁରେ ୧୦୦ ଘର ମଧ୍ୟରୁ ଏବେ ବି ପ୍ରାୟ ୯୦ଟି ଚାଳଛପର ଘର ରହିଛି। ଆବାସ ଯୋଜନାରେ ଅନେକ ଅଯୋଗ୍ୟ ହିତାଧିକାରୀ ଘର ହାତେଇଥିବା ଅଭିଯାଗ ହୋଇ ଆସୁଛି କିନ୍ତୁ ଏବେ ବି ଗୁଲୁରୀଙ୍କ ଭଳି ଅଜୟଙ୍କ ପାଇଁ ମଧ୍ୟ ଛାତଘର ସାତ ସପନ ହୋଇଛି।
ଏହି ଦୁର୍ଦ୍ଦଶାର ଖବର ଜାଣିବା ପରେ ପ୍ରଶ୍ନ ଉଠୁଛି,
ଆବାସ ଯୋଜନାରୁ ଏମାନଙ୍କୁ ବଞ୍ଚିତ କରୁଛି କିଏ?
ହିତାଧିକାରୀ ଚୟନରେ କାହିଁକି ରହୁନି ପାରଦର୍ଶିତା?
ବାରମ୍ବାର ଦାବି ପରେ ମଧ୍ୟ କାହିଁକି ପ୍ରଶାସନ ନିଦାବିଷ୍ଣୁ ସାଜିଛି?
The post ଫେରିଗଲା ୬ ଲକ୍ଷ ୫୬ ହଜାର ପକ୍କାଘର: ବଦଳିଲାନି ଗରିବଙ୍କ ଭାଗ୍ୟ first appeared on Kanak News.