ଫେରିଘାଟରେ ଅସୁରକ୍ଷିତ ଯାତ୍ରା
ଚାନ୍ଦବାଲି,୨୦।୩(କିଷାନ ପାତ୍ର): ନଦୀ ନାଳ ଭରା ଚାନ୍ଦବାଲି ବ୍ଲକ ଅଞ୍ଚଳରେ ଗମନାଗମନରେ ବାଧକ ସାଜିଛି ୩ ନଦୀ। ଏହି ୩ ନଦୀର ୬ ଫେରିଘାଟରେ ପ୍ରତିଦିନ ବହୁ ସଂଖ୍ୟକ ଯାତ୍ରୀ ଜୀବନ ସହ ବାଜି ଲଗାଇ ବିପଦପୂର୍ଣ୍ଣ ଭାବେ ନଦୀପାର୍ ହେଉଛନ୍ତି। ମନ୍ତେଇ ନଦୀରେ ହବାଳୀ, ଚୌଧୁରୀ, ବାଲିଆପାଳ, ପଞ୍ଚୁଟିକ୍ରୀ, ବୈତରଣୀ ନଦୀର ତିନିତର ଏବଂ ସାଳନ୍ଦୀ ନଦୀର ଧାନଖଣିଆ ଫେରିଘାଟରେ ପ୍ରତିଦିନ ହଜାର ହଜାର ଯାତ୍ରୀ ପାର୍ ହେଉଛନ୍ତି। ବ୍ଲକରେ ବାଂଶଡ଼ା ନଦୀରେ ପୋଲ ବ୍ୟତୀତ […] The post ଫେରିଘାଟରେ ଅସୁରକ୍ଷିତ ଯାତ୍ରା appeared first on Dharitri Odia News.
ଚାନ୍ଦବାଲି,୨୦।୩(କିଷାନ ପାତ୍ର): ନଦୀ ନାଳ ଭରା ଚାନ୍ଦବାଲି ବ୍ଲକ ଅଞ୍ଚଳରେ ଗମନାଗମନରେ ବାଧକ ସାଜିଛି ୩ ନଦୀ। ଏହି ୩ ନଦୀର ୬ ଫେରିଘାଟରେ ପ୍ରତିଦିନ ବହୁ ସଂଖ୍ୟକ ଯାତ୍ରୀ ଜୀବନ ସହ ବାଜି ଲଗାଇ ବିପଦପୂର୍ଣ୍ଣ ଭାବେ ନଦୀପାର୍ ହେଉଛନ୍ତି। ମନ୍ତେଇ ନଦୀରେ ହବାଳୀ, ଚୌଧୁରୀ, ବାଲିଆପାଳ, ପଞ୍ଚୁଟିକ୍ରୀ, ବୈତରଣୀ ନଦୀର ତିନିତର ଏବଂ ସାଳନ୍ଦୀ ନଦୀର ଧାନଖଣିଆ ଫେରିଘାଟରେ ପ୍ରତିଦିନ ହଜାର ହଜାର ଯାତ୍ରୀ ପାର୍ ହେଉଛନ୍ତି। ବ୍ଲକରେ ବାଂଶଡ଼ା ନଦୀରେ ପୋଲ ବ୍ୟତୀତ ଅନ୍ୟ କୌଣସି ଗୋଟିଏ ନଦୀ ଉପରେ ଆଜିଯାଏ ପୋଲଟିଏ ନିର୍ମାଣ ହୋଇପାରି ନାହିଁ। ତିନିତର ଫେରିଘାଟରେ ପୋଲ କାର୍ଯ୍ୟ ଏବେ ଆରମ୍ଭ କରାଯାଇଥିବା ବେଳେ ବାକି ୫ଟି ପୋଲ ପାଇଁ ସରକାରଙ୍କ ପକ୍ଷରୁ ଆନ୍ତରିକତା ଦେଖାଦେଉ ନାହିଁ।
ପୋର୍ଟ ପାଇଁ ଓ ଶୈବପୀଠ ଆରଡ଼ିକୁ ଯିବା ଲାଗି ଚୌଧୁରୀ ଓ ତିନିତର ଫେରୀଘାଟ, ବାସୁଦେବପୁରକୁ ଯାତାୟାତ ନିମନ୍ତେ ବାଳିଆପାଳ ଓ ପଞ୍ଚୁଟିକ୍ରୀ ଫେରିଘାଟରେ ଅତ୍ୟଧିକ ଭିଡ଼ ଯୋଗୁ ଯାତ୍ରୀମାନେ ବିପଦପୂର୍ଣ୍ଣ ଭାବେ ନଦୀରେ ଯାତ୍ରା କରୁଛନ୍ତି। ୩ ନଦୀରେ ଏବେ ମାଳମାଳ କୁମ୍ଭୀର, ଫେରିଘାଟଗୁଡ଼ିକରେ ନିଲାମଧାରୀମାନେ ମନଇଚ୍ଛା ଭୁଟୁଭୁଟିରେ ଗାଡ଼ି ମୋଟର ଲୋଡ୍ କରି ଅସୁରକ୍ଷିତ ଭାବେ ଯାତ୍ରୀ ପରିବହନ କରୁଛନ୍ତି। ପ୍ରଶାସନ ପକ୍ଷରୁ କୌଣସି ଅଙ୍କୁଶ ନାହିଁ। ଲୋକଙ୍କ ଧନଜୀବନ ସୁରକ୍ଷା ଲାଗି କୌଣସି ଫେରିଘାଟରେ ସୁରକ୍ଷା ବ୍ୟବସ୍ଥା ପ୍ରତି ଧ୍ୟାନ ଦିଆଯାଉ ନାହିଁ। ସରକାରଙ୍କ ପକ୍ଷରୁ ପ୍ରତି ବୋଟ୍ରେ କ୍ଷମତାଠାରୁ କମ୍ ଯାତ୍ରୀ ପରିବହନ ସହ ପ୍ରତି ବୋଟ୍ରେ ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ ଲାଇଫ୍ ଜ୍ୟାକେଟ ବ୍ୟବହାର ପାଇଁ ବାଧ୍ୟତାମୂଳକ କରାଯାଇଛି ହେଲେ, ଏହାର ତଦାରଖ କରାଯାଉ ନାହିଁ। ଫଳରେ ଫେରିଘାଟଗୁଡ଼ିକରେ ଏହି ନିୟମର ଉଲ୍ଲଂଘନ କରାଯାଉଛି। ଫଳରେ ଯେକୌଣସି ମୂହୂର୍ତ୍ତରେ ଅଘଟଣ ଘଟିବାର ଆଶଙ୍କା ରହିଛି। ଅନ୍ୟପକ୍ଷେ ଫେରୀଘାଟଗୁଡ଼ିକରେ ପୋଲ ହେବା ତ ଦୂର କଥା ସମସ୍ତ ଫେରିଘାଟକୁ ନା ଭଲ ରାସ୍ତାଟିଏ କିମ୍ବା ଭଲ ଜେଟିଟିଏ ହୋଇପାରି ନାହିଁ। ଏନେଇ ବିଡିଓ ଅସିତ କୁମାର ମହାନ୍ତି କହିଛନ୍ତି, ଭୁଟୁଭୁଟିରେ କ୍ଷମତାଠାରୁ ଅଧିକ ପରିବହନ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାର ଉଲ୍ଲଂଘନ ନେଇ ନଜରକୁ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।
The post ଫେରିଘାଟରେ ଅସୁରକ୍ଷିତ ଯାତ୍ରା appeared first on Dharitri Odia News.