ରୁଷ୍ ଉପରେ ୟୁକ୍ରେନର ଡ୍ରୋନ୍ ଆକ୍ରମଣ; ଜଣେ ମୃତ

ମସ୍କୋ: ରୁଷ୍‌ର ରାଜଧାନୀ ମସ୍କୋରେ ୟୁକ୍ରେନ୍ ସବୁଠାରୁ ବଡ଼ ଡ୍ରୋନ୍ ଆକ୍ରମଣ କରିଛି। ଏଥିରେ ଅତି କମ୍‌ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଘର ନଷ୍ଟ ହୋଇଯାଇଛି। ଏଥିପାଇଁ ମସ୍କୋ ଆଖପାଖ ବିମାନବନ୍ଦରରୁ ପ୍ରାୟ ୫୦ଟି ବିମାନକୁ ଡାଇଭର୍ଟ କରିବାକୁ ପଡ଼ିଛି। ରୁଷ୍‌ କହିଛି ଯେ ୨୧ ନିୟୁତରୁ ଅଧିକ ଜନସଂଖ୍ୟାବିଶିଷ୍ଟ ମସ୍କୋ ଅଞ୍ଚଳରେ ଅତି କମ୍‌ରେ ୨୦ଟି ଓ ଅନ୍ୟ ୮ଟି ଅଞ୍ଚଳରେ ୧୨୪ଟି ୟୁକ୍ରେନୀୟ ଡ୍ରୋନ୍‌କୁ ଏହା ଖସାଇ ଦେଇଛି। ତା’ […]

ରୁଷ୍ ଉପରେ ୟୁକ୍ରେନର ଡ୍ରୋନ୍ ଆକ୍ରମଣ; ଜଣେ ମୃତ

ମସ୍କୋ: ରୁଷ୍‌ର ରାଜଧାନୀ ମସ୍କୋରେ ୟୁକ୍ରେନ୍ ସବୁଠାରୁ ବଡ଼ ଡ୍ରୋନ୍ ଆକ୍ରମଣ କରିଛି। ଏଥିରେ ଅତି କମ୍‌ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଘର ନଷ୍ଟ ହୋଇଯାଇଛି। ଏଥିପାଇଁ ମସ୍କୋ ଆଖପାଖ ବିମାନବନ୍ଦରରୁ ପ୍ରାୟ ୫୦ଟି ବିମାନକୁ ଡାଇଭର୍ଟ କରିବାକୁ ପଡ଼ିଛି। ରୁଷ୍‌ କହିଛି ଯେ ୨୧ ନିୟୁତରୁ ଅଧିକ ଜନସଂଖ୍ୟାବିଶିଷ୍ଟ ମସ୍କୋ ଅଞ୍ଚଳରେ ଅତି କମ୍‌ରେ ୨୦ଟି ଓ ଅନ୍ୟ ୮ଟି ଅଞ୍ଚଳରେ ୧୨୪ଟି ୟୁକ୍ରେନୀୟ ଡ୍ରୋନ୍‌କୁ ଏହା ଖସାଇ ଦେଇଛି। ତା’ ସତ୍ତ୍ବେ ମସ୍କୋ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମସ୍କୋର ୪ଟି ବିମାନବନ୍ଦର ମଧ୍ୟରୁ ୩ଟି ୬ ଘଣ୍ଟାରୁ ଅଧିକ ସମୟ ପାଇଁ ବନ୍ଦ ରହିଥିଲା ଏବଂ ପାଖାପାଖି ୫୦ଟି ବିମାନର ଗତିପଥ ପରିବର୍ତ୍ତନ କରାଯାଇଥିଲା। ଅପରପକ୍ଷେ ୟୁକ୍ରେନ କହିଛି ଯେ ରୁଷିଆ ରାତାରାତି ୪୬ଟି ଡ୍ରୋନ୍‌ରେ ଆକ୍ରମଣ କରିଥିଲା, ଯେଉଁଥିରୁ ୩୮ଟିକୁ ଏହା ନଷ୍ଟ କରିଦେଇଥିଲା। ରୁଷ୍ ଉପରେ ହୋଇଥିବା ଡ୍ରୋନ୍ ଆକ୍ରମଣରେ ମସ୍କୋ ଅଞ୍ଚଳର ରାମେନସ୍କୋଏ ଜିଲ୍ଲାରେ ଥିବା ଉଚ୍ଚ ଆପାର୍ଟମେଣ୍ଟ ବିଲ୍ଡିଂ କ୍ଷତିଗ୍ରସ୍ତ ହେବା ସହ ଫ୍ଲାଟଗୁଡ଼ିକରେ ନିଆଁ ଲାଗିଯାଇଛି। ମସ୍କୋ ଆଞ୍ଚଳିକ ଗଭର୍ଣ୍ଣର କହିଛନ୍ତି ଯେ ରାମେନସ୍କୋଏରେ ଜଣେ ୪୬ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ରୁଷିଆର ବ୍ରାୟାନସ୍କ ଅଞ୍ଚଳରେ ୭୦ରୁ ଅଧିକ ଡ୍ରୋନ୍ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ଆହୁରି ୧୦ଟି ଡ୍ରୋନ୍ ଖସାଇ ଦିଆଯାଇଛି ବୋଲି ରୁଷିଆର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି।