କାନାଡ଼ରେ କାର୍‌ ଦୁର୍ଘଟଣାରେ ୩ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂ୍ଆଦିଲ୍ଲୀ: କାନାଡ଼ାରେ କାର୍‌ ଦୁର୍ଘଟଣାରେ ୩ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଛି। ମୃତ ୩ ଜଣ ଛାତ୍ର ପଂଜାବର। ନ୍ୟୁ ବ୍ରନ୍ସୱିକ୍‌ର ମିଲ୍‌ କୋଭ୍‌ରେ ଗତ ୨୭ ତାରିଖରେ ଏହି ଦୁର୍ଘଟଣା ହୋଇଥିଲା। । ଦୁର୍ଘଟଣା ସମୟରେ ଗାଡ଼ିରେ ଡ୍ରାଇଭରଙ୍କ ସମେତ ୩ ଭାରତୀୟ ଛାତ୍ର ଥିଲେ। ଗାଡ଼ିର ଚକା ବାହାରିଯିବାରକୁ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ଦେଇଥିଲେ। ଫଳରେ ଗାଡ଼ି ରାସ୍ତା ଉପରୁ ତଳକୁ ଖସି ଯାଇଥିଲା। ଗାଡ଼ିରୁ ସମସ୍ତ ଯାତ୍ରୀ ପଦାକୁ ଖଡ଼ି […]

କାନାଡ଼ରେ କାର୍‌ ଦୁର୍ଘଟଣାରେ ୩ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂ୍ଆଦିଲ୍ଲୀ: କାନାଡ଼ାରେ କାର୍‌ ଦୁର୍ଘଟଣାରେ ୩ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଛି। ମୃତ ୩ ଜଣ ଛାତ୍ର ପଂଜାବର। ନ୍ୟୁ ବ୍ରନ୍ସୱିକ୍‌ର ମିଲ୍‌ କୋଭ୍‌ରେ ଗତ ୨୭ ତାରିଖରେ ଏହି ଦୁର୍ଘଟଣା ହୋଇଥିଲା। । ଦୁର୍ଘଟଣା ସମୟରେ ଗାଡ଼ିରେ ଡ୍ରାଇଭରଙ୍କ ସମେତ ୩ ଭାରତୀୟ ଛାତ୍ର ଥିଲେ। ଗାଡ଼ିର ଚକା ବାହାରିଯିବାରକୁ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ଦେଇଥିଲେ। ଫଳରେ ଗାଡ଼ି ରାସ୍ତା ଉପରୁ ତଳକୁ ଖସି ଯାଇଥିଲା। ଗାଡ଼ିରୁ ସମସ୍ତ ଯାତ୍ରୀ ପଦାକୁ ଖଡ଼ି ପଡ଼ିବା ଫଳରେ ଘଟଣାସ୍ଥଳରେ ହିଁ ସମସ୍ତ ୩ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା। ଗାଡ଼ି ଡ୍ରାଇଭର ଆହତ ହୋଇ ଏବେ ଚିକିତ୍ସାଧୀନ ଅଛନ୍ତି। ତେବେ ଦୁର୍ଘଟଣାର ପ୍ରକୃତ କାରଣ କ’ଣ ଜାଣିବାପାଇଁ ତଦନ୍ତ ଆରମ୍ଭ ହୋଇଛି। ମୃତ ୩ ଛାତ୍ରଙ୍କ ମଧ୍ୟରୁ ୨ ଜଣ ହେଉଛନ୍ତି ଲୁଧିଆନା ମଲୌଡ଼ ଗ୍ରାମର। ହରମନ ସୋମଲ (୨୩) ଏବଂ ନବଜୋତ ସୋମଲ (୧୯)। ହରମନ ଏକ ଡେକେୟାର୍‌ରେ କାମ କରୁଥିଲେ। ଅନ୍ୟପକ୍ଷେ ନବଜୋତ ଗତ କିଛି ମାସ ତଳେ ଷ୍ଟଡି ଭିସାରେ କାନାଡ଼ା ଯାଇଥିଲେ। ଦୁର୍ଘଟଣାରେ ପ୍ରାଣ ହାରିଥିବା ତୃତୀୟ ଛାତ୍ର ହେଉଛନ୍ତି ରଶମଦୀପ କୌର (୨୩)। ସେ ହେଉଛନ୍ତି ଭୁପିନ୍ଦର ସିଂହ ଏବଂ ସୁଚେତ କୌରଙ୍କ ଝିଅ। ପଂଜାବର ସାଙ୍ଗରୁର୍‌ ଜିଲ୍ଲାରେ ତାଙ୍କ ଘର। ଉଲ୍ଲେଖଯୋଗ୍ୟ ଯେ ଗତ ୫ ବର୍ଷ ମଧ୍ୟରେ ଦୁର୍ଘଟଣା, ହିଂସାତ୍ମକ ଆକ୍ରମଣ ସମେତ ଅନ୍ୟାନ୍ୟ କାରଣ ପାଇଁ ୬୩୩ ଭାରତୀୟ ଛାତ୍ର ବିଦେଶରେ ପ୍ରାଣ ହାରିଛନ୍ତି।