ଅଯୋଧ୍ୟାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ଜାନୁଆରି ୨୨ ତାରିଖରେ ବହୁ ପ୍ରତୀକ୍ଷାର ଅନ୍ତ ଘଟିବ। ଅଯୋଧ୍ୟାରେ ରାମମନ୍ଦିର ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ସରକାରଙ୍କ ପକ୍ଷରୁ ଏଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମନ୍ଦିର ଓ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକର ସୁରକ୍ଷା ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ଦ୍ବାରା ଗଠିତ ସ୍ୱତନ୍ତ୍ର ସୁରକ୍ଷା ବଳ (ଏସ୍ଏସ୍ଏଫ୍), ସିଆର୍ପିଏଫ୍, ପ୍ରାଦେଶିକ ସଶସ୍ତ୍ର କନଷ୍ଟେବୁଲାରି (ପିଏସି) ଏବଂ ୟୁପି ସିଭିଲ ପୁଲିସ ଏହି ସୁରକ୍ଷା ଦାୟିତ୍ୱ ତୁଲାଇବେ। ଜାତୀୟ ନିରାପତ୍ତା ଗାର୍ଡ (ଏନ୍ଏସ୍ଜି) ଦ୍ୱାରା […]

ଅଯୋଧ୍ୟାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ଜାନୁଆରି ୨୨ ତାରିଖରେ ବହୁ ପ୍ରତୀକ୍ଷାର ଅନ୍ତ ଘଟିବ। ଅଯୋଧ୍ୟାରେ ରାମମନ୍ଦିର ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ସରକାରଙ୍କ ପକ୍ଷରୁ ଏଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମନ୍ଦିର ଓ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକର ସୁରକ୍ଷା ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ଦ୍ବାରା ଗଠିତ ସ୍ୱତନ୍ତ୍ର ସୁରକ୍ଷା ବଳ (ଏସ୍ଏସ୍ଏଫ୍), ସିଆର୍ପିଏଫ୍, ପ୍ରାଦେଶିକ ସଶସ୍ତ୍ର କନଷ୍ଟେବୁଲାରି (ପିଏସି) ଏବଂ ୟୁପି ସିଭିଲ ପୁଲିସ ଏହି ସୁରକ୍ଷା ଦାୟିତ୍ୱ ତୁଲାଇବେ। ଜାତୀୟ ନିରାପତ୍ତା ଗାର୍ଡ (ଏନ୍ଏସ୍ଜି) ଦ୍ୱାରା ପ୍ରଶିକ୍ଷିତ ଏସ୍ଏସ୍ଏଫ୍ର ପ୍ରାୟ ୧୦୦ ଜଣ କମାଣ୍ଡୋ ମନ୍ଦିର ପରିସର ଓ ଏହାର ଆଖପାଖ ଅଞ୍ଚଳରେ ସମସ୍ତ ସମ୍ଭାବ୍ୟ ସୁରକ୍ଷା ବିପଦକୁ ଏଡ଼ାଇବା ପାଇଁ ନିଜ ନିଜର ସ୍ଥାନ ଗ୍ରହଣ କରିସାରିଛନ୍ତି। ଏସ୍ଏସ୍ଏଫ୍ ମିଡିଆ ସେଲ୍ ପ୍ରଭାରୀ ବିବେକ ଶ୍ରୀବାସ୍ତବ କହିଛନ୍ତି ଯେ ନବେ ଦଶକ ପ୍ରାରମ୍ଭରୁ ରାମଜନ୍ମଭୂମି ସ୍ଥଳର ସୁରକ୍ଷା କରୁଥିବା ସିଆର୍ପିଏଫ୍କୁ ଗର୍ଭଗୃହର ମୁଖ୍ୟ ମନ୍ଦିର କର୍ଡନରେ ମୁତୟନ କରାଯାଇଛି। ୟୁପି ପୁଲିସ ଏବଂ ପିଏସିର ଡେପୁଟେସନରେ ଥିବା କର୍ମଚାରୀଙ୍କୁ ନେଇ ଗଠିତ ଏସ୍ଏସ୍ଏଫ୍ର ସବୁଠାରୁ ବଡ ଅଂଶ ରହିଛି ଏବଂ ମୁଖ୍ୟ କର୍ଡନ ବାହାରେ ଥିବା ‘ରେଡ୍’ ଜୋନ୍ରେ ୧୪୦୦ ଯବାନ ନିୟୋଜିତ ଅଛନ୍ତି।