ହରିୟାଣା ବିଧାନସଭାର ୯୬% ବିଧାୟକ କୋଟିପତି; ସାବିତ୍ରୀ ଜିନ୍ଦଲ ଆଗରେ

ନୂଆଦିଲ୍ଲୀ: ନବ ନିର୍ବାଚିତ ୯୦ ସଦସ୍ୟ ବିଶିଷ୍ଟ ହରିୟାଣା ବିଧାନସଭାରେ ୯୬ ପ୍ରତିଶତ ବିଧାୟକ ତଥା ୮୬ ଜଣ ବିଧାୟକ ଥିବା ଘୋଷଣା କରିଛନ୍ତି। ହରିୟାଣା ବିଧାନସଭା ନିର୍ବାଚନ ଜିତିଥିବା ସମସ୍ତ ୯୦ ପ୍ରାର୍ଥୀଙ୍କର ସତ୍ୟପାଠ ଭଲଭାବେ ଏଡିଆର୍‌ ଦ୍ବାରା ଆକଳନ କରାଯିବା ପରେ ଏହା ଜଣାପଡ଼ିଛି ଯେ ବିଧାନସଭାରେ କୋଟିପତି ବିଧାୟକଙ୍କ ସଂଖ୍ୟା ୨୦୧୯ ତୁଳନାରେ ସାମାନ୍ୟ ବୃଦ୍ଧି ପାଇଛି। ୨୦୧୯‌ରେ କୋଟିପତି ବିଧାୟକଙ୍କ ସଂଖ୍ୟା ୯୩ ପ୍ରତିଶତ ଥିବାବେଳେ ୨୦୨୪ରେ ଏହା ୯୬ ପ୍ରତିଶତକୁ […]

ହରିୟାଣା ବିଧାନସଭାର ୯୬% ବିଧାୟକ କୋଟିପତି; ସାବିତ୍ରୀ ଜିନ୍ଦଲ ଆଗରେ

ନୂଆଦିଲ୍ଲୀ: ନବ ନିର୍ବାଚିତ ୯୦ ସଦସ୍ୟ ବିଶିଷ୍ଟ ହରିୟାଣା ବିଧାନସଭାରେ ୯୬ ପ୍ରତିଶତ ବିଧାୟକ ତଥା ୮୬ ଜଣ ବିଧାୟକ ଥିବା ଘୋଷଣା କରିଛନ୍ତି। ହରିୟାଣା ବିଧାନସଭା ନିର୍ବାଚନ ଜିତିଥିବା ସମସ୍ତ ୯୦ ପ୍ରାର୍ଥୀଙ୍କର ସତ୍ୟପାଠ ଭଲଭାବେ ଏଡିଆର୍‌ ଦ୍ବାରା ଆକଳନ କରାଯିବା ପରେ ଏହା ଜଣାପଡ଼ିଛି ଯେ ବିଧାନସଭାରେ କୋଟିପତି ବିଧାୟକଙ୍କ ସଂଖ୍ୟା ୨୦୧୯ ତୁଳନାରେ ସାମାନ୍ୟ ବୃଦ୍ଧି ପାଇଛି। ୨୦୧୯‌ରେ କୋଟିପତି ବିଧାୟକଙ୍କ ସଂଖ୍ୟା ୯୩ ପ୍ରତିଶତ ଥିବାବେଳେ ୨୦୨୪ରେ ଏହା ୯୬ ପ୍ରତିଶତକୁ ବୃଦ୍ଧି ପାଇଛି। ୯୦ ବିଧାୟକଙ୍କ ମଧ୍ୟରୁ ୪୪ ପ୍ରତିଶତ ବିଧାୟକଙ୍କର ୧୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଅଛି। କେବଳ ୨.୨ ପ୍ରତିଶତ ବିଧାୟକଙ୍କର ୨୦ ଲକ୍ଷରୁ କମ୍‌ ଟଙ୍କାର ସମ୍ପତ୍ତି ଅଛି ବୋଲି ତଥ୍ୟରୁ ଜଣାପଡ଼ିଛି। ପ୍ରତି ବିଜୟୀ ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ମୂଲ୍ୟ ୨୬.୯୭ କୋଟି। ୨୦୧୯ରେ ପ୍ରତି ବିଜୟୀ ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ମୂଲ୍ୟ ୧୮.୨୯ ପ୍ରତିଶତ ଥିଲା। ତେବେ ଦଳ ଅନୁଯାୟୀ ୯୬ ପ୍ରତିଶତ ବିଜେପି ବିଧାୟକ, ୯୫ ପ୍ରତିଶତ କଂଗ୍ରେସ ବିଧାୟକ ଏବଂ ୧୦୦ ପ୍ରତିଶତ ଉଭୟ ଆଇଏନ୍‌ଏଲଡି ଏବଂ ସ୍ବାଧୀନ ବିଜୟୀ ପ୍ରାର୍ଥୀ ସେମାନଙ୍କ ସମ୍ପତ୍ତି ୧ କୋଟିରୁ ଅଧିକ ବୋଲି ଘୋଷଣା କରିଛନ୍ତି। କୋଟିପତି ବିଧାୟକ ତାଲିକାରେ ସବୁଠାରୁ ଆଗରେ ଅଛନ୍ତି ହିସାର୍‌ ସ୍ବାଧୀନ ବିଧାୟକ ସାବିତ୍ରୀ ଜିନ୍ଦଲ। ତାଙ୍କ ସମ୍ପତ୍ତି ୨୭୦ କୋଟି। ସାବିତ୍ରୀ ଜିନ୍ଦଲଙ୍କ ପରେ ବିଜେପିର ଶକ୍ତି ରାଣୀ ଶର୍ମା ଏବଂ ଶ୍ରୁତି ଚୌଧୁରୀଙ୍କ ସମ୍ପତ୍ତି ମୂଲ୍ୟ ଯଥାକ୍ରମେ ୧୪୫ ଏବଂ ୧୩୪ କୋଟି। ମୋଟ୍‌ ୩୦ ବିଧାୟକ ୨୦୨୪ରେ ପୁନଃ ନିର୍ବାଚିତ ହୋଇଛନ୍ତି। ଏମାନଙ୍କ ହାରାହାରି ସମ୍ପତ୍ତି ୨୦୧୯ ତୁଳନାରେ ୫୯ ପ୍ରତିଶତ ବୃଦ୍ଧି ପାଇଛି।