ସମୟକୁ ଅପେକ୍ଷା କର:ଭକ୍ତଙ୍କ ସର୍ବକ୍ଷମା ଆହ୍ବାନ ପରେ ଏମିତି କହିଲେ ଭୂପିନ୍ଦର

ଭୁବନେଶ୍ୱର:ପିସିସି ମୁଖ୍ୟ ଭକ୍ତ ଦାସଙ୍କ ସର୍ବକ୍ଷମା ଆହ୍ବାନ ପରେ ଚଳଚଞ୍ଚଳ ରାଜ୍ୟ ରାଜନୀତି।କଂଗ୍ରେସ ଛାଡ଼ିଥିବା କିଛି ନେତା ଦଳକୁ ଫେରିବା ନେଇ ଦେଲେ ଇସାରା। କଂଗ୍ରେସ ଛାଡ଼ିଥିବା ଭୂପିନ୍ଦର ସିଂ ମଧ୍ୟ ଏପରି କିଛି ଇସାରା ଦେଲେ। ଆପଣ ଫେରିବେ କି ପ୍ରଶ୍ନରେ କହିଲେ ସମୟକୁ ଅପେକ୍ଷା କର।ସବୁ ଦଳ ସଂଗଠନକୁ ମଜଭୂତ କରିବାକୁ ଚେଷ୍ଟା କରିବା ସ୍ବାଭାବିକ ବୋଲି କହିଲେ ଭୂପିନ୍ଦର। ଭକ୍ତଙ୍କ ସର୍ବକ୍ଷମା ଆହ୍ୱାନ ପରେ ଆଜି ଦଳକୁ ଫେରିଛନ୍ତି ବରିଷ୍ଠ ନେତା ସୁର […]

ସମୟକୁ ଅପେକ୍ଷା କର:ଭକ୍ତଙ୍କ ସର୍ବକ୍ଷମା ଆହ୍ବାନ ପରେ ଏମିତି କହିଲେ ଭୂପିନ୍ଦର

ଭୁବନେଶ୍ୱର:ପିସିସି ମୁଖ୍ୟ ଭକ୍ତ ଦାସଙ୍କ ସର୍ବକ୍ଷମା ଆହ୍ବାନ ପରେ ଚଳଚଞ୍ଚଳ ରାଜ୍ୟ ରାଜନୀତି।କଂଗ୍ରେସ ଛାଡ଼ିଥିବା କିଛି ନେତା ଦଳକୁ ଫେରିବା ନେଇ ଦେଲେ ଇସାରା। କଂଗ୍ରେସ ଛାଡ଼ିଥିବା ଭୂପିନ୍ଦର ସିଂ ମଧ୍ୟ ଏପରି କିଛି ଇସାରା ଦେଲେ। ଆପଣ ଫେରିବେ କି ପ୍ରଶ୍ନରେ କହିଲେ ସମୟକୁ ଅପେକ୍ଷା କର।ସବୁ ଦଳ ସଂଗଠନକୁ ମଜଭୂତ କରିବାକୁ ଚେଷ୍ଟା କରିବା ସ୍ବାଭାବିକ ବୋଲି କହିଲେ ଭୂପିନ୍ଦର। ଭକ୍ତଙ୍କ ସର୍ବକ୍ଷମା ଆହ୍ୱାନ ପରେ ଆଜି ଦଳକୁ ଫେରିଛନ୍ତି ବରିଷ୍ଠ ନେତା ସୁର ରାଉତରାୟ। ସୁରଙ୍କ ଭଳି ଆହୁରି ନେତା କଂଗ୍ରେସକୁ ଫେରିବେ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟେ ଭୂପିନ୍ଦରଙ୍କ ଏଭଳି ବୟାନ ରାଜ୍ୟ ରାଜନୀତିରେ ନୂଆ ଝଡ଼ ସୃଷ୍ଟି କରିଛି।
ଆସନ୍ତା ୧୮ତାରିଖରେ ଭୁବନେଶ୍ୱରରେ ଆସି ପହଞ୍ଚିବେ ନୂଆ ପିସିସି ସଭାପତି ଭକ୍ତ ଦାସ, ନୂଆ ସଭାପତିଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟ କଂଗ୍ରେସର ଜୋରଦାର ପ୍ରସ୍ତୁତି ଚାଲିଛି।