ଫେରିଲା କରୋନା ମାର୍ଗଦର୍ଶିକା: ଅକ୍ସିଜେନ, ଭେଣ୍ଟିଲେଟର ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୭ା୬: ଦେଶରେ ଏବେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଓଡ଼ିଶାରେ ମଧ୍ୟ ବିଭିନ୍ନ ଜିଲାକୁ କରୋନା ବ୍ୟାପିବାରେ ଲାଗିଛି। ସ୍ଥିତି ବିଗିଡିଯାଉଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟଗୁଡିକ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି। ରାଜ୍ୟଗୁଡିକ ଅକ୍ସିଜେନ ସିଲିଣ୍ଡର, ଆଇସୋଲେଶନ୍‌ ବେଡ୍‌, ଭେଣ୍ଟିଲେଟର ଏବଂ ଜରୁରୀକାଳିନ ଔଷଧ ସହିତ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମ୍ପର୍କରେ ସୂଚନା ଦେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି, କରୋନା ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟ ସ୍ବାସ୍ଥ୍ୟ […] The post ଫେରିଲା କରୋନା ମାର୍ଗଦର୍ଶିକା: ଅକ୍ସିଜେନ, ଭେଣ୍ଟିଲେଟର ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ appeared first on Dharitri Odia News.

ଫେରିଲା କରୋନା ମାର୍ଗଦର୍ଶିକା: ଅକ୍ସିଜେନ, ଭେଣ୍ଟିଲେଟର ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୭ା୬: ଦେଶରେ ଏବେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଓଡ଼ିଶାରେ ମଧ୍ୟ ବିଭିନ୍ନ ଜିଲାକୁ କରୋନା ବ୍ୟାପିବାରେ ଲାଗିଛି। ସ୍ଥିତି ବିଗିଡିଯାଉଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟଗୁଡିକ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି।

ରାଜ୍ୟଗୁଡିକ ଅକ୍ସିଜେନ ସିଲିଣ୍ଡର, ଆଇସୋଲେଶନ୍‌ ବେଡ୍‌, ଭେଣ୍ଟିଲେଟର ଏବଂ ଜରୁରୀକାଳିନ ଔଷଧ ସହିତ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମ୍ପର୍କରେ ସୂଚନା ଦେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି, କରୋନା ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।

କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ, ଅକ୍ସିଜେନ୍‌ ସପ୍ଲାଏର ମକ୍‌ଡ୍ରିଲ୍‌ କରାଯାଇଛି। ଏଥିସହ ଜରୁରୀକାଳୀନ ଔଷଧ ଏବଂ ଚିକିତ୍ସା ବ୍ୟବସ୍ଥାକୁ ନେଇ ମଧ୍ୟ ମକ୍‌ଡ୍ରିଲ୍‌ କରାଯାଇଥିବା ସେ ସୂଚନା ଦେଇଛନ୍ତି।

ସେହିପରି କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ କରୋନାର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ହସ୍ପିଟାଲର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଡା. ଧନଞ୍ଜୟ ଦାସ ସୂଚନା ଦେଇଛନ୍ତି।

ଅପରପକ୍ଷେ ରାଜ୍ୟରେ ଏବେ ଦେଖାଦେଉଥିବା କୋଭିଡ୍‌ ସ୍ଥିତିକୁ ନେଇ ଭୟଭୀତ ନ ହେବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ସଂକ୍ରମିତ ଚିହ୍ନଟ ସଙ୍ଗରୋଧରେ ରହିବା ସହ ଗହଳିରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଇଛି।

The post ଫେରିଲା କରୋନା ମାର୍ଗଦର୍ଶିକା: ଅକ୍ସିଜେନ, ଭେଣ୍ଟିଲେଟର ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ appeared first on Dharitri Odia News.