ଫେରୁଛି ବାଘୁଣୀ ଜିନତ, ଶିମିଳିପାଳକୁ ଫେରାଇ ଆଣିବାକୁ ଚିଠି ଲେଖିଥିଲା ଏନଟିସିଏ

ଭୁବନେଶ୍ବର: ଅଲିପୁର ଚିଡ଼ିଆଖାନାରୁ ଶିମିଳିପାଳ ଫେରୁଛି ବାଘୁଣୀ ଜିନତ। ସ୍ବାସ୍ଥ୍ୟ ପରୀକ୍ଷା ପରେ ସ୍ବତନ୍ତ୍ର ବ୍ୟବସ୍ଥାରେ ଅଣାଯାଉଛି। ବୁଧବାର ସକାଳ ସୁଦ୍ଧା ଶିମିଳିପାଳରେ ପହଞ୍ଚିବ ଜିନତ। ପୂର୍ବରୁ ମଙ୍ଗଳବାର ଜିନତକୁ ଫେରେଇ ଆଣିବାକୁ କେନ୍ଦ୍ର ସରକାର ତଥା ଏନଟିସିଏ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖିଥିଲେ ।ସୂଚନାଥାଉକି, ବାଘୁଣୀ ଜିନତକୁ ନେଇ ବେଶ୍‌ ଅନେକ ଦିନ ଧରି ଚର୍ଚ୍ଚା ଲାଗି ରହିଛି। ମହରାଷ୍ଟ୍ରରୁ ଶିମିଳିପାଳକୁ ଅଣାଯିବା ପରଠାରୁ ହିଁ ଜିନତକୁ ନେଇ ଲାଗି ରହିଛି ଚର୍ଚ୍ଚା। ସବୁଠୁ ବଡ଼ ଅସୁବିଧା ସେତେବେଳେ ହୋଇଥିଲା ଯେତେବେଳେ ବାଘୁଣୀ ଶିମିଳିପାଳ ଛାଡ଼ି ପଶ୍ଚିମବଙ୍ଗ ଚାଲିଯାଇଥିଲା। ତାହାବି ପୁଣି ୨୦୦ କିମିରୁ ଅଧିକ ଚାଲି ଚାଲି। ଆଉ ଜିନତକୁ ଧରିବାକୁ ନାକେଦମ ହୋଇଥିଲା ବନ ବିଭାଗ। ଶେଷରେ ସୋମବାର ଟ୍ରାଙ୍କୁଲାଇଜ କରିଥିଲା ବନ ବିଭାଗ। ଟ୍ରାଙ୍କୁଲାଇଜ ପରେ ତାକୁ ଅଲିପୁର ଚିଡ଼ିଆଖାନାରେ ରଖଯାଇଥିଲା।

ଫେରୁଛି ବାଘୁଣୀ ଜିନତ, ଶିମିଳିପାଳକୁ ଫେରାଇ ଆଣିବାକୁ ଚିଠି ଲେଖିଥିଲା ଏନଟିସିଏ

ଭୁବନେଶ୍ବର: ଅଲିପୁର ଚିଡ଼ିଆଖାନାରୁ ଶିମିଳିପାଳ ଫେରୁଛି ବାଘୁଣୀ ଜିନତ। ସ୍ବାସ୍ଥ୍ୟ ପରୀକ୍ଷା ପରେ ସ୍ବତନ୍ତ୍ର ବ୍ୟବସ୍ଥାରେ ଅଣାଯାଉଛି। ବୁଧବାର ସକାଳ ସୁଦ୍ଧା ଶିମିଳିପାଳରେ ପହଞ୍ଚିବ ଜିନତ। ପୂର୍ବରୁ ମଙ୍ଗଳବାର ଜିନତକୁ ଫେରେଇ ଆଣିବାକୁ କେନ୍ଦ୍ର ସରକାର ତଥା ଏନଟିସିଏ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖିଥିଲେ ।

ସୂଚନାଥାଉକି, ବାଘୁଣୀ ଜିନତକୁ ନେଇ ବେଶ୍‌ ଅନେକ ଦିନ ଧରି ଚର୍ଚ୍ଚା ଲାଗି ରହିଛି। ମହରାଷ୍ଟ୍ରରୁ ଶିମିଳିପାଳକୁ ଅଣାଯିବା ପରଠାରୁ ହିଁ ଜିନତକୁ ନେଇ ଲାଗି ରହିଛି ଚର୍ଚ୍ଚା। ସବୁଠୁ ବଡ଼ ଅସୁବିଧା ସେତେବେଳେ ହୋଇଥିଲା ଯେତେବେଳେ ବାଘୁଣୀ ଶିମିଳିପାଳ ଛାଡ଼ି ପଶ୍ଚିମବଙ୍ଗ ଚାଲିଯାଇଥିଲା। ତାହାବି ପୁଣି ୨୦୦ କିମିରୁ ଅଧିକ ଚାଲି ଚାଲି। ଆଉ ଜିନତକୁ ଧରିବାକୁ ନାକେଦମ ହୋଇଥିଲା ବନ ବିଭାଗ। ଶେଷରେ ସୋମବାର ଟ୍ରାଙ୍କୁଲାଇଜ କରିଥିଲା ବନ ବିଭାଗ। ଟ୍ରାଙ୍କୁଲାଇଜ ପରେ ତାକୁ ଅଲିପୁର ଚିଡ଼ିଆଖାନାରେ ରଖଯାଇଥିଲା।