ବିଜେଡିର ଘନଘନ ବୈଠକ: ରହିଛି ଏହି ବଡ଼ କାରଣ

ଭୁବନେଶ୍ୱର,୩।୭: ବିଏମ୍‌ସି  ମେୟରଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି। ବିଏମ୍‌ସି କର୍ପୋରେଟରଙ୍କ ଅଲଗା ଅଲଗା ବୈଠକ ପରେ ଚର୍ଚ୍ଚା ଜୋର ଧରିଛି। ଗୋଟିଏ ପଟେ ପ୍ରତାପ ଦେବଙ୍କ ଘରେ ବୈଠକ ଚାଲିଥିବା ବେଳେ ଅନ୍ୟପଟେ ହୋଟେଲରେ ଏକ ଗୋଷ୍ଠୀ ଏକାଠି ହୋଇଛନ୍ତି। ପ୍ରତାପ ଦେବଙ୍କ ଘରେ ହୋଇଥିବା ବୈଠକରେ ସାମିଲ ହୋଇଥିଲେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ସୁଶାନ୍ତ ରାଉତ ଏବଂ ଅନ୍ୟ ବରିଷ୍ଠ […] The post ବିଜେଡିର ଘନଘନ ବୈଠକ: ରହିଛି ଏହି ବଡ଼ କାରଣ appeared first on Dharitri Odia News.

ବିଜେଡିର ଘନଘନ ବୈଠକ: ରହିଛି ଏହି ବଡ଼ କାରଣ
ଭୁବନେଶ୍ୱର,୩।୭: ବିଏମ୍‌ସି  ମେୟରଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି। ବିଏମ୍‌ସି କର୍ପୋରେଟରଙ୍କ ଅଲଗା ଅଲଗା ବୈଠକ ପରେ ଚର୍ଚ୍ଚା ଜୋର ଧରିଛି। ଗୋଟିଏ ପଟେ ପ୍ରତାପ ଦେବଙ୍କ ଘରେ ବୈଠକ ଚାଲିଥିବା ବେଳେ ଅନ୍ୟପଟେ ହୋଟେଲରେ ଏକ ଗୋଷ୍ଠୀ ଏକାଠି ହୋଇଛନ୍ତି।
ପ୍ରତାପ ଦେବଙ୍କ ଘରେ ହୋଇଥିବା ବୈଠକରେ ସାମିଲ ହୋଇଥିଲେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ସୁଶାନ୍ତ ରାଉତ ଏବଂ ଅନ୍ୟ ବରିଷ୍ଠ ନେତାମାନେ। ଏହି ବୈଠକରେ କର୍ପୋରେଟର ଅମରେଶ ଜେନା ମଧ୍ୟ ସାମିଲ ଥିଲେ। ଆଉ ବୈଠକ ପରେ ଅମରେଶ  କହିଛନ୍ତି, ବିଜେଡିକୁ ଭାଙ୍ଗିବା ପାଇଁ କିଛି ଦଳୀୟ ନେତା ଚେଷ୍ଟା ଚଳାଇଛନ୍ତି । ଦଳରେ ବିଭୀଷଣ ଅଛନ୍ତି। ଦଳକୁ ଭାଙ୍ଗିବା ପାଇଁ ଚେଷ୍ଟା କରାଯାଉଛି। ହେଲେ ଏପରି ହେବାକୁ ଦିଆଯିବ ନାହିଁ। ବିଏମ୍‌ସି କି ସିଏମ୍‌ସି ହେଉ ସବୁଠି ବିଜେଡି ଏକଜୁଟ ଅଛି। ଅନ୍ୟପଟେ ଭୁବନେଶ୍ବରର ଏକ ହୋଟେଲରେ ୨୪ ଜଣ କର୍ପୋରେଟର ଏକାଠି ହୋଇଛନ୍ତି। ସମସ୍ତେ ଏକଜୁଟ ହୋଇ ଥିବା କହିଛନ୍ତି । ବିଜେଡି ସରକାର ଯିବା ପରେ କର୍ପୋରେଟରଙ୍କ ମଧ୍ୟରେ ଥିବା ଫାଟ ପଦାରେ ପଡିଛି ବୋଲି କୁହାଯାଉଛି। ଗୋଷ୍ଠୀକନ୍ଦଳ ବଢିବାରେ ଲାଗିଥିବା ବେଳେ  ଭିନ୍ନ ଭିନ୍ନ ସ୍ଥାନରେ  ନେତା ଓ କର୍ପୋରେଟର ବୈଠକ କରୁଥିବା ଚର୍ଚ୍ଚାହେଉଛି।

The post ବିଜେଡିର ଘନଘନ ବୈଠକ: ରହିଛି ଏହି ବଡ଼ କାରଣ appeared first on Dharitri Odia News.