ଫେଲ୍ ମାରିଲା ଜେଲନସ୍କିଙ୍କ ପ୍ଲାନ୍: ୧୨୫ ୟୁକ୍ରେନ ଡ୍ରୋନ୍‌କୁ ନଷ୍ଟ କଲା ଋଷ୍‌

ନୂଆଦିଲ୍ଲୀ: ୧୦୦ରୁ ଅଧିକ ୟୁକ୍ରେନ ଡ୍ରୋନ୍ ନଷ୍ଟ କଲା ଋଷ। ଏହି କାରଣରୁ ଏକ ଜଙ୍ଗଲ ଅଞ୍ଚଳ ଏବଂ ଆପାର୍ଟମେଣ୍ଟର କିଛି ଅଂଶରେ ନିଆଁ ଲାଗିଯାଇଥିଲା। ମସ୍କୋ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଫେବୃଆରୀ ୨୦୨୨ରେ ମସ୍କୋ ୟୁକ୍ରେନ ଉପରେ ଆକ୍ରମଣ କରିବା ପରଠାରୁ ଋଷର ଆକାଶରେ ସର୍ବାଧିକ ସଂଖ୍ୟକ ୟୁକ୍ରେନ ଡ୍ରୋନ୍ ଦେଖିବାକୁ ମିଳିଥିଲା। ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ସାତଟି ଅଞ୍ଚଳରେ ରାତିରେ ୧୨୫ ଡ୍ରୋନ୍ ନଷ୍ଟ କରିଦେଇଛି। ଭୋଲଗୋଗ୍ରାଡ ଅଞ୍ଚଳରେ ଋଷର ଏୟାର ସିଷ୍ଟମ ଦ୍ୱାରା ମୋଟ ୬୭ ୟୁକ୍ରେନ ଡ୍ରୋନ ନଷ୍ଟ ହୋଇଯାଇଥିଲା। ରାଜ୍ୟପାଳ ଆଲେକ୍ସଜାଣ୍ଡାର୍ ଗୁସେଭ କହିଛନ୍ତି ଯେ ଋଷର ଭୋରୋନେଜ୍ ଅଞ୍ଚଳରେ ୧୭ଟି ଡ୍ରୋନ୍ ମଧ୍ୟ ଦେଖାଯାଇଥିଲା। ଧ୍ୱଂସ ସମୟରେ ଆପାର୍ଟମେଣ୍ଟର କିଛି ଅଂଶ ନଷ୍ଟ ହୋଇଯାଇଥିଲା।ସୋସିଆଲ ମିଡିଆରେ ଚିତ୍ରଗୁଡ଼ିକ ଏକ ଉଚ୍ଚ କୋଠାର ଉପର ମହଲାର ଝରକା ଭିତରୁ ନିଆଁ ବାହାରୁଥିବା ଦେଖାଯାଇଥିଲା। ତେବେ ଏହି ଘଟଣାରେ କୌଣସି କ୍ଷୟକ୍ଷତିର ଖବର ନାହିଁ।ରୋଷ୍ଟୋଭ ଗଭର୍ଣ୍ଣର ଭାସିଲି ଗୋଲୁବେଭ କହିଛନ୍ତି ଯେ ଏହି ଅଞ୍ଚଳରେ ୧୮ଟି ଡ୍ରୋନ୍ ନଜର ମାଡ଼ ହେବାରୁ ଜଙ୍ଗଲରେ ନିଆଁ ଲାଗିଯାଇଥିଲା। ସେ କହିଛନ୍ତି ଯେ ଜଙ୍ଗଲରେ ନିଆଁ ଲାଗିବା ପରେ ଏହା ଆବାସିକ ଅଞ୍ଚଳକୁ ପ୍ରଭାବିତ କରି ନାହିଁ ଏବଂ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରହିଛି।

ଫେଲ୍ ମାରିଲା ଜେଲନସ୍କିଙ୍କ ପ୍ଲାନ୍: ୧୨୫ ୟୁକ୍ରେନ ଡ୍ରୋନ୍‌କୁ ନଷ୍ଟ କଲା ଋଷ୍‌

ନୂଆଦିଲ୍ଲୀ: ୧୦୦ରୁ ଅଧିକ ୟୁକ୍ରେନ ଡ୍ରୋନ୍ ନଷ୍ଟ କଲା ଋଷ। ଏହି କାରଣରୁ ଏକ ଜଙ୍ଗଲ ଅଞ୍ଚଳ ଏବଂ ଆପାର୍ଟମେଣ୍ଟର କିଛି ଅଂଶରେ ନିଆଁ ଲାଗିଯାଇଥିଲା। ମସ୍କୋ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଫେବୃଆରୀ ୨୦୨୨ରେ ମସ୍କୋ ୟୁକ୍ରେନ ଉପରେ ଆକ୍ରମଣ କରିବା ପରଠାରୁ ଋଷର ଆକାଶରେ ସର୍ବାଧିକ ସଂଖ୍ୟକ ୟୁକ୍ରେନ ଡ୍ରୋନ୍ ଦେଖିବାକୁ ମିଳିଥିଲା। ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ସାତଟି ଅଞ୍ଚଳରେ ରାତିରେ ୧୨୫ ଡ୍ରୋନ୍ ନଷ୍ଟ କରିଦେଇଛି। 

ଭୋଲଗୋଗ୍ରାଡ ଅଞ୍ଚଳରେ ଋଷର ଏୟାର ସିଷ୍ଟମ ଦ୍ୱାରା ମୋଟ ୬୭ ୟୁକ୍ରେନ ଡ୍ରୋନ ନଷ୍ଟ ହୋଇଯାଇଥିଲା। ରାଜ୍ୟପାଳ ଆଲେକ୍ସଜାଣ୍ଡାର୍ ଗୁସେଭ କହିଛନ୍ତି ଯେ ଋଷର ଭୋରୋନେଜ୍ ଅଞ୍ଚଳରେ ୧୭ଟି ଡ୍ରୋନ୍ ମଧ୍ୟ ଦେଖାଯାଇଥିଲା। ଧ୍ୱଂସ ସମୟରେ ଆପାର୍ଟମେଣ୍ଟର କିଛି ଅଂଶ ନଷ୍ଟ ହୋଇଯାଇଥିଲା।

ସୋସିଆଲ ମିଡିଆରେ ଚିତ୍ରଗୁଡ଼ିକ ଏକ ଉଚ୍ଚ କୋଠାର ଉପର ମହଲାର ଝରକା ଭିତରୁ ନିଆଁ ବାହାରୁଥିବା ଦେଖାଯାଇଥିଲା। ତେବେ ଏହି ଘଟଣାରେ କୌଣସି କ୍ଷୟକ୍ଷତିର ଖବର ନାହିଁ।

ରୋଷ୍ଟୋଭ ଗଭର୍ଣ୍ଣର ଭାସିଲି ଗୋଲୁବେଭ କହିଛନ୍ତି ଯେ ଏହି ଅଞ୍ଚଳରେ ୧୮ଟି ଡ୍ରୋନ୍ ନଜର ମାଡ଼ ହେବାରୁ ଜଙ୍ଗଲରେ ନିଆଁ ଲାଗିଯାଇଥିଲା। ସେ କହିଛନ୍ତି ଯେ ଜଙ୍ଗଲରେ ନିଆଁ ଲାଗିବା ପରେ ଏହା ଆବାସିକ ଅଞ୍ଚଳକୁ ପ୍ରଭାବିତ କରି ନାହିଁ ଏବଂ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରହିଛି।