ଫେସ୍‌ବୁକ୍ ମେସେଞ୍ଜରରେ ମିଳିବ ଏଚ୍‌ଡି ଫଟୋ; ଭିଡିଓ ପଠାଇବା ସୁବିଧା

ନୂଆଦିଲ୍ଲୀ: ସାଂପ୍ରତିକ ସମୟରେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଫଟୋ ଏବଂ ଭିଡିଓ ପଠାଇବାର ଚାହିଦା ବଢିବାରେ ଲାଗିଛି। ବିଶେଷକରି ଯୁବପିଢିଙ୍କ କ୍ଷେତ୍ରରେ ଏହା ଏକ ନିଶା ପାଲଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। କେବଳ ଫଟୋ କିମ୍ବା ଭିଡିଓ ପଠାଇବା କଥା ନୁହେଁ,ବରଂ ଉଚ୍ଚମାନର ଏଚଡି(ହାଇ ଡେଫିନେସନ) ଗୁଣବତ୍ତାରେ ଭିଡିଓ ଏବଂ ଫଟୋ ପାଇଁ ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ସାଧାରଣରେ ଏଭଳି ଚାହିଦାକୁ ଦୃଷ୍ଟିରେ ରଖୀ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏଚଡି ଗୁଣବତ୍ତା […]

ଫେସ୍‌ବୁକ୍ ମେସେଞ୍ଜରରେ ମିଳିବ ଏଚ୍‌ଡି ଫଟୋ; ଭିଡିଓ ପଠାଇବା ସୁବିଧା
HD photos available on Facebook Messenger Video sending facility

ନୂଆଦିଲ୍ଲୀ: ସାଂପ୍ରତିକ ସମୟରେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଫଟୋ ଏବଂ ଭିଡିଓ ପଠାଇବାର ଚାହିଦା ବଢିବାରେ ଲାଗିଛି। ବିଶେଷକରି ଯୁବପିଢିଙ୍କ କ୍ଷେତ୍ରରେ ଏହା ଏକ ନିଶା ପାଲଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। କେବଳ ଫଟୋ କିମ୍ବା ଭିଡିଓ ପଠାଇବା କଥା ନୁହେଁ,ବରଂ ଉଚ୍ଚମାନର ଏଚଡି(ହାଇ ଡେଫିନେସନ) ଗୁଣବତ୍ତାରେ ଭିଡିଓ ଏବଂ ଫଟୋ ପାଇଁ ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ସାଧାରଣରେ ଏଭଳି ଚାହିଦାକୁ ଦୃଷ୍ଟିରେ ରଖୀ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏଚଡି ଗୁଣବତ୍ତା ଫଟୋ ଏବଂ ଭିଡିଓ ପଠାଇବାକୁ ଉପଭୋକ୍ତାମାନଙ୍କୁ ବିକଳ୍ପ ଦେବାରେ ଲାଗିଛନ୍ତି। ବର୍ତ୍ତମାନ ମେଟା ମାଲିକାନାତ୍ବରେ ରହିଥିବା ହ୍ବାଟସ୍ ଆପ୍ ଏଚଡି ଫଟୋ ଏବଂ ଭିଡିଓ ପଠାଇବାକୁ ସୁଯୋଗ ଦେଇଛି ।

ଏହା ପରେ ମେଟା ଫେସବୁକ୍ ମେସେଞ୍ଜର ଆପରେ ଏଚଡି ଫଟୋ ଏବଂ ଭିଡିଓ ପଠାଇବାକୁ ଗ୍ରାହକମାନଙ୍କ ପାଇଁ ସୁଯୋଗ ଆଣିବାକୁ ଘୋଷଣା କରିଛି। ଏହି ବୈଶିଷ୍ଟ୍ୟ ସହାୟତାରେ ଫେସବୁକ୍ ମେସେଞ୍ଜର ବ୍ୟବହାରକାରୀମାନେ ୧୦୦ଏମବି ପର୍ଯ୍ୟନ୍ତ ଫାଇଲଗୁଡ଼ିକୁ ସହଜରେ ଅନ୍ୟତ୍ର ପଠାଇପାରିବେ। ଯଦି ଫେସବୁକରେ ଏଚଡି ଫଟୋ ଏବଂ ଭିଡିଓ ପଠାଯାଏ ତେବେ ଏହାର ଡାହାଣ ପାର୍ଶ୍ୱରେ ଏଚଡି ବ୍ୟାଜ୍ ବିକଳ୍ପ ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ହ୍ବାଟସ୍ ଆପ୍ ପରି ଫେସବୁକ୍ ମେସେଞ୍ଜରକୁ ମଧ୍ୟ ଏଚଡି ଫଟୋ ଏବଂ ଭିଡିଓ ପଠାଇବା ପାଇଁ ଏକ ପୃଥକ ବଟନ୍ ସୁବିଧା ରହିବ ବୋଲି କୁହାଯାଇଛି।