ଫୋପାଡି ଥିଲେ ଗରମପାଣି, ହେଲେ ନିଲମ୍ବିତ

ବାରିପଦା(ନୀଳାଦ୍ରି ବିହାରୀ ଦଣ୍ଡପାଟ)/ବାଙ୍ଗିରିପୋଷି (ସଞ୍ଜୟ କୁମାର ଅଗ୍ରଓ୍ବାଲା), ୨୭।୮: ବିଳମ୍ବରେ ଅଫିସ ଆସିଲେ ବୋଲି ଅଗ୍ନିଶମ ବିଭାଗର ହାବିଲଦାର ଜଣେ ତଳିଆ କର୍ମଚାରୀଙ୍କ ଉପରକୁ ଗରମ ପାଣି ଫିଙ୍ଗିବା ଆଲୋଚ୍ୟର ବିଷୟ ପାଲଟିଛି। ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ପରିସରରେ ରବିବାର ରାତିରେ ଏହି ଘଟଣା ଘଟିଛି। ଗୁରୁତର ଅଗ୍ନିଶମ କର୍ମଚାରୀ ଦୁଷ୍ମନ୍ତ କୁମାର ଦେହୁରୀଙ୍କୁ ଚିକିତ୍ସା ପାଇଁ ବାରିପଦାସ୍ଥିତ ପିଆର୍‌ଏମ୍‌ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ କେନ୍ଦ୍ରାଞ୍ଚଳ ରେଞ୍ଜ ଅଧିକାରୀ ହାବିଲଦାର […] The post ଫୋପାଡି ଥିଲେ ଗରମପାଣି, ହେଲେ ନିଲମ୍ବିତ appeared first on Dharitri Odia News.

ଫୋପାଡି ଥିଲେ ଗରମପାଣି, ହେଲେ ନିଲମ୍ବିତ

ବାରିପଦା(ନୀଳାଦ୍ରି ବିହାରୀ ଦଣ୍ଡପାଟ)/ବାଙ୍ଗିରିପୋଷି (ସଞ୍ଜୟ କୁମାର ଅଗ୍ରଓ୍ବାଲା), ୨୭।୮: ବିଳମ୍ବରେ ଅଫିସ ଆସିଲେ ବୋଲି ଅଗ୍ନିଶମ ବିଭାଗର ହାବିଲଦାର ଜଣେ ତଳିଆ କର୍ମଚାରୀଙ୍କ ଉପରକୁ ଗରମ ପାଣି ଫିଙ୍ଗିବା ଆଲୋଚ୍ୟର ବିଷୟ ପାଲଟିଛି। ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ପରିସରରେ ରବିବାର ରାତିରେ ଏହି ଘଟଣା ଘଟିଛି। ଗୁରୁତର ଅଗ୍ନିଶମ କର୍ମଚାରୀ ଦୁଷ୍ମନ୍ତ କୁମାର ଦେହୁରୀଙ୍କୁ ଚିକିତ୍ସା ପାଇଁ ବାରିପଦାସ୍ଥିତ ପିଆର୍‌ଏମ୍‌ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ କେନ୍ଦ୍ରାଞ୍ଚଳ ରେଞ୍ଜ ଅଧିକାରୀ ହାବିଲଦାର ନୂତନ ମଲ୍ଲିକଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିବା ଅତିରିକ୍ତ ଫାୟାର ଅଫିସର ବିଶ୍ୱନାଥ ମୁଣ୍ଡା ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ, ଅଗ୍ନିଶମ କର୍ମଚାରୀ ଦେହୁରୀ ରବିବାର ରାତିରେ ବିଳମ୍ବରେ କାର୍ଯ୍ୟାଳୟକୁ ଆସିବାରୁ ଉପରିସ୍ଥ ଅଧିକାରୀ ହାବିଲଦାର ମଲ୍ଲିକ ତାଙ୍କୁ ତାଗିଦା କରିଥିଲେ। ଏନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ହାବିଲଦାର ମଲ୍ଲିକ ଫୁଟୁଥିବା ଗରମପାଣିକୁ ଆଣି ଦେହୁରୀଙ୍କ ଉପରକୁ ଛାଟିଥିଲେ। ତାଙ୍କ ଜଙ୍ଘ ଏବଂ ଗୋଡ଼ରେ ଗରମପାଣି ପଡ଼ିବାରୁ ସେ ଗୁରୁତର ହୋଇଥିଲେ। ସଙ୍ଗେସଙ୍ଗେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅଧିକ ଚିକିତ୍ସା ପାଇଁ ସୋମବାର ସକାଳେ ତାଙ୍କୁ ପିଆର୍‌ଏମ୍‌ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

The post ଫୋପାଡି ଥିଲେ ଗରମପାଣି, ହେଲେ ନିଲମ୍ବିତ appeared first on Dharitri Odia News.