ଫୋର୍ବସ୍‌ ୨୦୨୫: ସର୍ବାଧିକ ଆୟକାରୀ ଆଥଲେଟ ତାଲିକାର ଶୀର୍ଷରେ ରୋନାଲ୍ଡୋ

ନୂଆଦିଲ୍ଲୀ: ପଡ଼ିଆ ବାହାରେ ଓ ଭିତରେ ସବୁଥିରେ ଚମତ୍କାର କରୁଛନ୍ତି କ୍ରିଷ୍ଟିଆନୋ ରୋନାଲ୍ଡୋ। ଏହି ପର୍ତ୍ତୁଗୀଜ୍ ଫୁଟବଲ୍ ଆଇକନ୍ ଫୋର୍ବସ୍ର ୨୦୨୫ ପାଇଁ ବିଶ୍ୱର ସର୍ବାଧିକ ଦରମାପ୍ରାପ୍ତ ଖେଳାଳିଙ୍କ ତାଲିକାରେ ସବୁଠୁ ଅଧିକ ରୋଜଗାର କରୁଥିବା ଖେଳାଳି ହୋଇଛନ୍ତି। ଗତ ବର୍ଷ ଧରି ୨୭୫ ମିସିଅନ ଡଲାର ରୋଜଗାର କରିଛନ୍ତି। ଯାହା ଫୋର୍ବସ୍ର ଇତିହାସରେ କୌଣସି ସକ୍ରିୟ ଖେଳାଳି ରୋଜଗାର କରିଥିବା ସର୍ବକାଳୀନ ତୃତୀୟ ସର୍ବାଧିକ ବାର୍ଷିକ ରୋଜଗାର। ବର୍ଷକରେ ରେକର୍ଡ ଭାଙ୍ଗିଲେ କ୍ରିଷ୍ଟିଆନୋ ରୋନାଲ୍ଡୋ୨୦୨୪ରେ ରୋନାଲ୍ଡୋ ପଡ଼ିଆ ଭିତରେ ଓ ବାହାରେ ମୋଟ ୨୭୫ ମିଲିଅନ ଡଲାର ରୋଜଗାର କରିଥିଲେ। ଯେଉଁଥିରେ ଖେଳ ପାଇଁ ଦରମା ସହିତ ବ୍ରାଣ୍ଡର ପ୍ରଚାର ଏବଂ ବିଭିନ୍ନ ବ୍ୟବସାୟିକ କାର୍ଯ୍ୟ ସାମିଲ୍ ରହିଛି। ଇଟାଲୀୟ ଦଳ ଜୁଭେଣ୍ଟସରୁ ଯାଇ ସାଉଦି ପ୍ରୋ ଲିଗ୍ ଦଳ ଅଲ୍ ନାସରରେ ଯୋଗ ଦେଇଥିବା ରୋନାଲ୍ଡୋ ଖେଳରେ ବହୁତ ଅଧିକ ଦରମା ପାଉଛନ୍ତି। ଯାହା ବାର୍ଷିକ ୨୦୦ ମିଲିଅନ ଡଲାରୁ ଅଧିକ ବୋଲି କୁହାଯାଉଛି। ଏହା ବାଦ୍ ସେ ବାହରୁ ବିଭିନ୍ନ ବ୍ୟବସାୟିକ କାର୍ଯ୍ୟରୁ ପ୍ରଚୁର ଧନ ଆୟ କରୁଛନ୍ତି। ଏଥିରେ ଗ୍ଲୋବଲ ସ୍ପନସରଶିପ୍ ଡିଲ୍, ପର୍ସନାଲ ବ୍ରାଣ୍ଡ୍‌ ଏବଂ CR7-ବ୍ରାଣ୍ଡେଡ୍ ହୋଟେଲ୍, ଅତର କମ୍ପାନୀ ଏବଂ ଜିମ୍ ଭଳି ଅନେକ ବ୍ୟବସାୟିକ ଉଦ୍ୟୋଗରୁ ତାଙ୍କର କମାଇ ହେଉଛି।ସବୁଠାରୁ ବଡ଼ କଥା ହେଲା ଆୟରେ କୌଣସି ଖେଳାଳି ତାଙ୍କ ସମକକ୍ଷ ବି ନୁହଁନ୍ତି। ତାଙ

ଫୋର୍ବସ୍‌ ୨୦୨୫: ସର୍ବାଧିକ ଆୟକାରୀ ଆଥଲେଟ ତାଲିକାର ଶୀର୍ଷରେ ରୋନାଲ୍ଡୋ

ନୂଆଦିଲ୍ଲୀ: ପଡ଼ିଆ ବାହାରେ ଓ ଭିତରେ ସବୁଥିରେ ଚମତ୍କାର କରୁଛନ୍ତି କ୍ରିଷ୍ଟିଆନୋ ରୋନାଲ୍ଡୋ। ଏହି ପର୍ତ୍ତୁଗୀଜ୍ ଫୁଟବଲ୍ ଆଇକନ୍ ଫୋର୍ବସ୍ର ୨୦୨୫ ପାଇଁ ବିଶ୍ୱର ସର୍ବାଧିକ ଦରମାପ୍ରାପ୍ତ ଖେଳାଳିଙ୍କ ତାଲିକାରେ ସବୁଠୁ ଅଧିକ ରୋଜଗାର କରୁଥିବା ଖେଳାଳି ହୋଇଛନ୍ତି। ଗତ ବର୍ଷ ଧରି ୨୭୫ ମିସିଅନ ଡଲାର ରୋଜଗାର କରିଛନ୍ତି। ଯାହା ଫୋର୍ବସ୍ର ଇତିହାସରେ କୌଣସି ସକ୍ରିୟ ଖେଳାଳି ରୋଜଗାର କରିଥିବା ସର୍ବକାଳୀନ ତୃତୀୟ ସର୍ବାଧିକ ବାର୍ଷିକ ରୋଜଗାର। 

ବର୍ଷକରେ ରେକର୍ଡ ଭାଙ୍ଗିଲେ କ୍ରିଷ୍ଟିଆନୋ ରୋନାଲ୍ଡୋ

୨୦୨୪ରେ ରୋନାଲ୍ଡୋ ପଡ଼ିଆ ଭିତରେ ଓ ବାହାରେ ମୋଟ ୨୭୫ ମିଲିଅନ ଡଲାର ରୋଜଗାର କରିଥିଲେ। ଯେଉଁଥିରେ ଖେଳ ପାଇଁ ଦରମା ସହିତ ବ୍ରାଣ୍ଡର ପ୍ରଚାର ଏବଂ ବିଭିନ୍ନ ବ୍ୟବସାୟିକ କାର୍ଯ୍ୟ ସାମିଲ୍ ରହିଛି। 

ଇଟାଲୀୟ ଦଳ ଜୁଭେଣ୍ଟସରୁ ଯାଇ ସାଉଦି ପ୍ରୋ ଲିଗ୍ ଦଳ ଅଲ୍ ନାସରରେ ଯୋଗ ଦେଇଥିବା ରୋନାଲ୍ଡୋ ଖେଳରେ ବହୁତ ଅଧିକ ଦରମା ପାଉଛନ୍ତି। ଯାହା ବାର୍ଷିକ ୨୦୦ ମିଲିଅନ ଡଲାରୁ ଅଧିକ ବୋଲି କୁହାଯାଉଛି। ଏହା ବାଦ୍ ସେ ବାହରୁ ବିଭିନ୍ନ ବ୍ୟବସାୟିକ କାର୍ଯ୍ୟରୁ ପ୍ରଚୁର ଧନ ଆୟ କରୁଛନ୍ତି। ଏଥିରେ ଗ୍ଲୋବଲ ସ୍ପନସରଶିପ୍ ଡିଲ୍, ପର୍ସନାଲ ବ୍ରାଣ୍ଡ୍‌ ଏବଂ CR7-ବ୍ରାଣ୍ଡେଡ୍ ହୋଟେଲ୍, ଅତର କମ୍ପାନୀ ଏବଂ ଜିମ୍ ଭଳି ଅନେକ ବ୍ୟବସାୟିକ ଉଦ୍ୟୋଗରୁ ତାଙ୍କର କମାଇ ହେଉଛି।

ସବୁଠାରୁ ବଡ଼ କଥା ହେଲା ଆୟରେ କୌଣସି ଖେଳାଳି ତାଙ୍କ ସମକକ୍ଷ ବି ନୁହଁନ୍ତି। ତାଙ୍କ ତଳକୁ ଯେଉଁ ଖେଳାଳି ରହିଛନ୍ତି ସେ ହେଲେ ବାସ୍କେଟବଲ୍ ସୁପରଷ୍ଟାର ଲେବ୍ରନ୍ ଜେମ୍ସ। ସେ ଏହି ବର୍ଷ ୧୩୩.୮ ନିୟୁତ ଡଲାର ରୋଜଗାର କରିଛନ୍ତି, ଯାହା ରୋନାଲ୍ଡୋଙ୍କ ଆୟର ଅଧାରୁ ବି କମ୍। କିନ୍ତୁ ଚଳଚ୍ଚିତ୍ର ସହିତ ତାଙ୍କର ବ୍ୟବସାୟିକ ଆଗ୍ରହ ବୃଦ୍ଧି କରିବା ଏବଂ ଏକ କ୍ରୀଡ଼ା ଦଳ କିଣିବା ସତ୍ତ୍ୱେ, ଜେମ୍ସଙ୍କ ରୋଜଗାର ଏବେ ବି ରୋନାଲ୍ଡୋଙ୍କ ରେକର୍ଡ-ବ୍ରିକିଂ ଜ୍ୟାକପଟ୍ ଠାରୁ ବହୁତ କମ୍ ରହିଛି।