ଫୋଲ୍ଡେଡ୍ ନମ୍ବର୍ ପ୍ଲେଟ୍ ଲଗାଇ ବୁଲୁଥିଲା ରେସିଂ ବାଇକ୍, ମାଡି ବସିଲା ପୋଲିସ

ଭୁବନେଶ୍ବର ୨୮।୫: ରାଜଧାନୀରେ ବୁଲୁଥିଲା ଫୋଲ୍ଡେଡ୍ ନମ୍ବର୍ ପ୍ଲେଟ୍ ଥିବା ରେସିଂ ବାଇକ୍ । ଆଖି ପିଛୁଳାକେ ଖସି ଯାଉଥିଲେ ମଧ୍ୟ ଧରାପଡୁ ନଥିଲା ସ୍ମାର୍ଟ ସିଟି କ୍ୟାମେରା କିମ୍ବା ପୋଲିସ ହାତରେ । ଦୀର୍ଘଦିନ ଧରି ପିଛା କରି ବାଇକ୍‌କୁ ଧରିଲା ପୋଲିସ । ରାଜଧାନୀରେ ବିନା ନମ୍ବର ପ୍ଲେଟ୍‌ରେ ଦ୍ରୁତ ଗତିରେ ଗୋଟିଏ ଆର୍ ୱାନ୍ ଫାଇଭ୍ ରେସିଂ ବାଇକ୍ ବୁଲୁଥିବା ଖବର ପାଇ ପୋଲିସ ଗାଡ଼ିର ପିଛା କରିଥିଲା । ଦୀର୍ଘ ଦିନର ଛକାପଞ୍ଝା ପରେ ଶେଷରେ ଗାଡ଼ିକୁ ଧରିବାରେ ମୈତ୍ରୀ ବିହାର ଥାନା ପୋଲିସ ସଫଳ ହୋଇଥିଲା । ବାଇକ୍‌ରେ ଲୁହା ଷ୍ଟଡ୍ ଏବଂ ସ୍ପ୍ରିଂ ଲଗାଇ ନମ୍ବର ପ୍ଲେଟ୍‌କୁ ଫୋଲ୍ଡିଂ ସିଷ୍ଟମ୍ କରାଯାଇଥିବାରୁ ମୈତ୍ରୀ ବିହାର ଥାନା ପୋଲିସ ଗାଡ଼ିକୁ ସିଜ୍ କରିଛି । ସେପଟେ ବାଇକ୍‌ରେ କେବଳ ହାଇ ସିକ୍ୟୁରିଟି ନମ୍ବର୍ ପ୍ଲେଟ୍ ଲାଗିବା ନିୟମ ଥିବାରୁ ଭିନ୍ନ ଧରଣର ନମ୍ବର ପ୍ଲେଟ୍ ଲାଗିବା ଚର୍ଚ୍ଚାର ବିଷୟ ପାଲଟିଛି । ବାଇକ୍‌ ମାଲିକଙ୍କୁ ପଚରାଉଚରା କରାଯାଉଥିବା ବେଳେ ବାଇକ୍‌ଟି କୌଣସି ଅପରାଧିକ କାର୍ଯ୍ୟକଳାପରେ ବ୍ୟବହୃତ ହୋଇଛି ନା ନାହିଁ ମୈତ୍ରୀ ବିହାର ପୋଲିସ ତାର ଖୋଳତାଡ଼ କରୁଛି ସ୍ଥାନୀୟ ।You Can Read :OSRTC ବସ୍ ଓ ସ୍କୁଟର ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ 

ଫୋଲ୍ଡେଡ୍ ନମ୍ବର୍ ପ୍ଲେଟ୍ ଲଗାଇ ବୁଲୁଥିଲା ରେସିଂ ବାଇକ୍, ମାଡି ବସିଲା ପୋଲିସ

ଭୁବନେଶ୍ବର ୨୮।୫: ରାଜଧାନୀରେ ବୁଲୁଥିଲା ଫୋଲ୍ଡେଡ୍ ନମ୍ବର୍ ପ୍ଲେଟ୍ ଥିବା ରେସିଂ ବାଇକ୍ । ଆଖି ପିଛୁଳାକେ ଖସି ଯାଉଥିଲେ ମଧ୍ୟ ଧରାପଡୁ ନଥିଲା ସ୍ମାର୍ଟ ସିଟି କ୍ୟାମେରା କିମ୍ବା ପୋଲିସ ହାତରେ । ଦୀର୍ଘଦିନ ଧରି ପିଛା କରି ବାଇକ୍‌କୁ ଧରିଲା ପୋଲିସ । ରାଜଧାନୀରେ ବିନା ନମ୍ବର ପ୍ଲେଟ୍‌ରେ ଦ୍ରୁତ ଗତିରେ ଗୋଟିଏ ଆର୍ ୱାନ୍ ଫାଇଭ୍ ରେସିଂ ବାଇକ୍ ବୁଲୁଥିବା ଖବର ପାଇ ପୋଲିସ ଗାଡ଼ିର ପିଛା କରିଥିଲା । ଦୀର୍ଘ ଦିନର ଛକାପଞ୍ଝା ପରେ ଶେଷରେ ଗାଡ଼ିକୁ ଧରିବାରେ ମୈତ୍ରୀ ବିହାର ଥାନା ପୋଲିସ ସଫଳ ହୋଇଥିଲା । ବାଇକ୍‌ରେ ଲୁହା ଷ୍ଟଡ୍ ଏବଂ ସ୍ପ୍ରିଂ ଲଗାଇ ନମ୍ବର ପ୍ଲେଟ୍‌କୁ ଫୋଲ୍ଡିଂ ସିଷ୍ଟମ୍ କରାଯାଇଥିବାରୁ ମୈତ୍ରୀ ବିହାର ଥାନା ପୋଲିସ ଗାଡ଼ିକୁ ସିଜ୍ କରିଛି । 

ସେପଟେ ବାଇକ୍‌ରେ କେବଳ ହାଇ ସିକ୍ୟୁରିଟି ନମ୍ବର୍ ପ୍ଲେଟ୍ ଲାଗିବା ନିୟମ ଥିବାରୁ ଭିନ୍ନ ଧରଣର ନମ୍ବର ପ୍ଲେଟ୍ ଲାଗିବା ଚର୍ଚ୍ଚାର ବିଷୟ ପାଲଟିଛି । ବାଇକ୍‌ ମାଲିକଙ୍କୁ ପଚରାଉଚରା କରାଯାଉଥିବା ବେଳେ ବାଇକ୍‌ଟି କୌଣସି ଅପରାଧିକ କାର୍ଯ୍ୟକଳାପରେ ବ୍ୟବହୃତ ହୋଇଛି ନା ନାହିଁ ମୈତ୍ରୀ ବିହାର ପୋଲିସ ତାର ଖୋଳତାଡ଼ କରୁଛି ସ୍ଥାନୀୟ ।

You Can Read :

OSRTC ବସ୍ ଓ ସ୍କୁଟର ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ