କେନ୍ଦ୍ର ଗୃହମନ୍ତ୍ରଣାଳୟ ଅଫିସ୍‌କୁ ବୋମାରେ ଉଡ଼ାଇ ଦେବାକୁ ଆସିଲା ଧମକ୍

ନୂଆଦିଲ୍ଲୀ: ଦିଲ୍ଲୀର ସ୍କୁଲ୍ ଓ ବିଭିନ୍ନ ଅନୁଷ୍ଠାନକୁ ମିଛ ବୋମା ଧମକ ମିଳିବା ପରେ ଏବେ କେନ୍ଦ୍ର ଗୃହମନ୍ତ୍ରଣାଳୟକୁ ମଧ୍ୟ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ କାର୍ଯ୍ୟାଳୟ ଥିବା ନର୍ଥ ବ୍ଲକ୍‌କୁ ଉଡ଼ାଇ ଦେବାକୁ ଧମକ ଦିଆଯାଇଥିବା ବୁଧବାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଘଟଣା ସମ୍ପର୍କରେ ସୂଚନା ଦେଇ ଦିଲ୍ଲୀ ଅଗ୍ନିଶମ ବିଭାଗ କହିଛି ଯେ ନୂଆଦିଲ୍ଲୀର ନର୍ଥ ବ୍ଲକ୍‌ରେ ଥିବା ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଏହି ଧମକପୂର୍ଣ୍ଣ ମେଲ୍ ଆସିଥିଲା। ବୁଧବାର ୩.୩୦ରେ ଧମକପୂର୍ଣ୍ଣ ମେଲ୍ ମିଳିବା ପରେ ପୁଲିସ ପୂରା ବିଲ୍ଡିଂକୁ ଛାନ୍‌ଭିନ କରିଥିଲା। କିନ୍ତୁ କୌଣସି ବିସ୍ଫୋରକ ସାମଗ୍ରr ମିଳି ନଥିଲା। ତେବେ ଏହା ଏକ ମିଛ ଧମକ ଥିଲା ବୋଲି ପୁଲିସ କହିଛି। ହେଲେ କେଉଁ ସ୍ଥାନରୁ ମେଲ୍ ଆସିଛି ଏହାର ଆଇପି ଆଡ୍ରେସ୍ ଟ୍ରାକ୍ କରାଯାଇ ପାରି ନାହିଁ ବୋଲି ପୁଲିସ କହିଛି। ଏହା ପୂର୍ବରୁ ଦିଲ୍ଲୀର ସ୍କୁଲ, କଲେଜ୍, ହସ୍‌ପିଟାଲ, ଏୟାରପୋର୍ଟ ଓ ସରକାରୀ କାର୍ଯ୍ୟାଳୟକୁ ବୋମା ଧମକ ମିଳିଛି। ହେଲେ ଏସବୁ ମିଛ ସାବ୍ୟସ୍ତ ହୋଇଛି। ତେବେ ମେ ୧ ତାରିଖରେ ଏହି ମିଛ ଧମକର ଧାରା ଆରମ୍ଭ ହୋଇଥିଲା। ସେତେବେଳେ ଦିଲ୍ଲୀ ଓ ନୋଏଡ଼ାରେ ୧୦୦ ସ୍କୁଲ୍‌ ଓ ନୋଏଡ଼ାରେ ଗୋଟିଏ ସ୍କୁଲ୍‌ରେ ବୋମା ଧମକ ମିଳିଥିଲା। ଏହାପରେ ସମସ୍ତ ସ୍କୁଲ୍ ଖାଲି କରି ସର୍ଚ୍ଚ ଅପରେସ କରାଯାଇଥିଲା। ପରେ ଏହା ମିଥ୍ୟା ଧମକ ବୋଲି ପ୍ରମ

କେନ୍ଦ୍ର ଗୃହମନ୍ତ୍ରଣାଳୟ ଅଫିସ୍‌କୁ ବୋମାରେ ଉଡ଼ାଇ ଦେବାକୁ ଆସିଲା ଧମକ୍

ନୂଆଦିଲ୍ଲୀ: ଦିଲ୍ଲୀର ସ୍କୁଲ୍ ଓ ବିଭିନ୍ନ ଅନୁଷ୍ଠାନକୁ ମିଛ ବୋମା ଧମକ ମିଳିବା ପରେ ଏବେ କେନ୍ଦ୍ର ଗୃହମନ୍ତ୍ରଣାଳୟକୁ ମଧ୍ୟ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ କାର୍ଯ୍ୟାଳୟ ଥିବା ନର୍ଥ ବ୍ଲକ୍‌କୁ ଉଡ଼ାଇ ଦେବାକୁ ଧମକ ଦିଆଯାଇଥିବା ବୁଧବାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। 

ଘଟଣା ସମ୍ପର୍କରେ ସୂଚନା ଦେଇ ଦିଲ୍ଲୀ ଅଗ୍ନିଶମ ବିଭାଗ କହିଛି ଯେ ନୂଆଦିଲ୍ଲୀର ନର୍ଥ ବ୍ଲକ୍‌ରେ ଥିବା ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଏହି ଧମକପୂର୍ଣ୍ଣ ମେଲ୍ ଆସିଥିଲା। ବୁଧବାର ୩.୩୦ରେ ଧମକପୂର୍ଣ୍ଣ ମେଲ୍ ମିଳିବା ପରେ ପୁଲିସ ପୂରା ବିଲ୍ଡିଂକୁ ଛାନ୍‌ଭିନ କରିଥିଲା। କିନ୍ତୁ କୌଣସି ବିସ୍ଫୋରକ ସାମଗ୍ରr ମିଳି ନଥିଲା। ତେବେ ଏହା ଏକ ମିଛ ଧମକ ଥିଲା ବୋଲି ପୁଲିସ କହିଛି। ହେଲେ କେଉଁ ସ୍ଥାନରୁ ମେଲ୍ ଆସିଛି ଏହାର ଆଇପି ଆଡ୍ରେସ୍ ଟ୍ରାକ୍ କରାଯାଇ ପାରି ନାହିଁ ବୋଲି ପୁଲିସ କହିଛି। 

ଏହା ପୂର୍ବରୁ ଦିଲ୍ଲୀର ସ୍କୁଲ, କଲେଜ୍, ହସ୍‌ପିଟାଲ, ଏୟାରପୋର୍ଟ ଓ ସରକାରୀ କାର୍ଯ୍ୟାଳୟକୁ ବୋମା ଧମକ ମିଳିଛି। ହେଲେ ଏସବୁ ମିଛ ସାବ୍ୟସ୍ତ ହୋଇଛି। ତେବେ ମେ ୧ ତାରିଖରେ ଏହି ମିଛ ଧମକର ଧାରା ଆରମ୍ଭ ହୋଇଥିଲା। ସେତେବେଳେ ଦିଲ୍ଲୀ ଓ ନୋଏଡ଼ାରେ ୧୦୦ ସ୍କୁଲ୍‌ ଓ ନୋଏଡ଼ାରେ ଗୋଟିଏ ସ୍କୁଲ୍‌ରେ ବୋମା ଧମକ ମିଳିଥିଲା। ଏହାପରେ ସମସ୍ତ ସ୍କୁଲ୍ ଖାଲି କରି ସର୍ଚ୍ଚ ଅପରେସ କରାଯାଇଥିଲା। ପରେ ଏହା ମିଥ୍ୟା ଧମକ ବୋଲି ପ୍ରମାଣିତ ହୋଇଥିଲା।