ଦିଲ୍ଲୀରେ ଗୋଟିଏ ଦିନରେ ସର୍ବାଧିକ ବର୍ଷା...ଭାଙ୍ଗିଲା ୧୦୧ ବର୍ଷର ରେକର୍ଡ
ନୂଆଦିଲ୍ଲୀ: ଦିଲ୍ଲୀରେ ଭୀଷଣ ଥଣ୍ଡା ଭିତରେ ଲଗାତାର ବର୍ଷା ରେକର୍ଡ ଭାଙ୍ଗିବାରେ ଲାଗିଛି । ଦିଲ୍ଲୀରେ ଡିସେମ୍ୱରେ ପ୍ରଥମ ଥର ପାଇଁ ଏତେ ପରିମାଣର ବର୍ଷା ରେକର୍ଡ ହୋଇଛି । ପାଣିପାଗ ବିଭାଗ ଅନୁସାରେ ୧୦୧ ବର୍ଷରେ ପ୍ରଥମ ଥର ପାଇଁ ଦିଲ୍ଲୀରେ ଡିସେମ୍ୱରରେ ଗୋଟିଏ ଦିନରେ ଏତେ ପରିମାଣର ବର୍ଷା ହୋଇଛି । ଦିଲ୍ଲୀରେ ଶନିବାର ସକାଳ ସୁଦ୍ଧା ଗତ ୨୪ ଘଣ୍ଟାରେ ୪୧.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁସାରେ ରାଜଧାନୀ ଦିଲ୍ଲୀରେ ୧୯୨୩ ଡିସେମ୍ୱର ୩ରେ ଗୋଟିଏ ଦିନରେ ସର୍ବାଧିକ ୭୫.୭ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା ।ଦିଲ୍ଲୀରେ ଡିସେମ୍ୱରର ପ୍ରଥମ ବର୍ଷା ଗୁରୁବାର ରାତି ପ୍ରାୟ ୨.୩୦ ମିନିଟରୁ ଆରମ୍ଭ ହୋଇଥିଲା ଏବଂ ସାରା ଦିନ ଜାରି ରହିଥିଲା । ପାଣିପାଗ ବିଭାଗର ୱେବସାଇଟରେ ଉପଲବ୍ଧ ତଥ୍ୟା ଅନୁସାରେ ୨୦୨୪ ଚଳିତ ମାସରେ ମୋଟ ୪୨.୮ ମିଲିମିଟର ବର୍ଷା ହୋଇଛି । ଯାହା ଗତ ୧୫ ବର୍ଷରେ ଡିସେମ୍ୱରେ ସବୁଠୁ ଅଧିକ ବର୍ଷା । pic.twitter.com/bFCZ6tk3xd— RWFC New Delhi (@RWFC_ND) December 28, 2024ଏହାରି ଭିତରେ ପ୍ରବଳ ବର୍ଷା ଏବଂ ପବନ ଯୋଗୁଁ ରାଷ୍ଟ୍ରୀୟ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଗଛ ଉପୁଡ଼ି ପଡ଼ିଛି । ବର୍ଷା ଏବଂ କୋହଲା ପାଗ ଯୋଗୁଁ ତାପାମାତ୍ରା ମଧ୍ୟ ହ୍ରାସ ପାଇବାରେ ଲାଗିଛି । ପାଣିପାଗ ବିଭାଗର ଅଧିକାରୀଙ୍କ ସୂଚନା ଅନୁସାରେ ସକ୍ରିୟ ପଶ୍ଚିମା ଝଡ଼ ଏବଂ ପୂର୍ବ
ନୂଆଦିଲ୍ଲୀ: ଦିଲ୍ଲୀରେ ଭୀଷଣ ଥଣ୍ଡା ଭିତରେ ଲଗାତାର ବର୍ଷା ରେକର୍ଡ ଭାଙ୍ଗିବାରେ ଲାଗିଛି । ଦିଲ୍ଲୀରେ ଡିସେମ୍ୱରେ ପ୍ରଥମ ଥର ପାଇଁ ଏତେ ପରିମାଣର ବର୍ଷା ରେକର୍ଡ ହୋଇଛି । ପାଣିପାଗ ବିଭାଗ ଅନୁସାରେ ୧୦୧ ବର୍ଷରେ ପ୍ରଥମ ଥର ପାଇଁ ଦିଲ୍ଲୀରେ ଡିସେମ୍ୱରରେ ଗୋଟିଏ ଦିନରେ ଏତେ ପରିମାଣର ବର୍ଷା ହୋଇଛି । ଦିଲ୍ଲୀରେ ଶନିବାର ସକାଳ ସୁଦ୍ଧା ଗତ ୨୪ ଘଣ୍ଟାରେ ୪୧.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁସାରେ ରାଜଧାନୀ ଦିଲ୍ଲୀରେ ୧୯୨୩ ଡିସେମ୍ୱର ୩ରେ ଗୋଟିଏ ଦିନରେ ସର୍ବାଧିକ ୭୫.୭ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା ।
ଦିଲ୍ଲୀରେ ଡିସେମ୍ୱରର ପ୍ରଥମ ବର୍ଷା ଗୁରୁବାର ରାତି ପ୍ରାୟ ୨.୩୦ ମିନିଟରୁ ଆରମ୍ଭ ହୋଇଥିଲା ଏବଂ ସାରା ଦିନ ଜାରି ରହିଥିଲା । ପାଣିପାଗ ବିଭାଗର ୱେବସାଇଟରେ ଉପଲବ୍ଧ ତଥ୍ୟା ଅନୁସାରେ ୨୦୨୪ ଚଳିତ ମାସରେ ମୋଟ ୪୨.୮ ମିଲିମିଟର ବର୍ଷା ହୋଇଛି । ଯାହା ଗତ ୧୫ ବର୍ଷରେ ଡିସେମ୍ୱରେ ସବୁଠୁ ଅଧିକ ବର୍ଷା ।
pic.twitter.com/bFCZ6tk3xd— RWFC New Delhi (@RWFC_ND) December 28, 2024
ଏହାରି ଭିତରେ ପ୍ରବଳ ବର୍ଷା ଏବଂ ପବନ ଯୋଗୁଁ ରାଷ୍ଟ୍ରୀୟ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଗଛ ଉପୁଡ଼ି ପଡ଼ିଛି । ବର୍ଷା ଏବଂ କୋହଲା ପାଗ ଯୋଗୁଁ ତାପାମାତ୍ରା ମଧ୍ୟ ହ୍ରାସ ପାଇବାରେ ଲାଗିଛି । ପାଣିପାଗ ବିଭାଗର ଅଧିକାରୀଙ୍କ ସୂଚନା ଅନୁସାରେ ସକ୍ରିୟ ପଶ୍ଚିମା ଝଡ଼ ଏବଂ ପୂର୍ବ ବାୟୁ ପ୍ରବାହ ସହ ଏହାର ସମ୍ପର୍କ ଯୋଗୁଁ ଦିଲ୍ଲୀ ଏବଂ ଏନ୍ସିଆର ଅଞ୍ଚଳ ସମେତ ଉତ୍ତର-ପଶ୍ଚିମ ଏବଂ ମଧ୍ୟ ଭାରତରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇପାରେ । ତେବେ ଦିଲ୍ଲୀ ଏବଂ ଏନସିଆରରେ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ମଧ୍ୟ ପୂର୍ବାନୁମାନ କରାଯାଇଛି ।