ଆମେରିକାରେ ଆଜି ନିର୍ବାଚନ ହେଲେ କିଏ ହେବ ରାଷ୍ଟ୍ରପତି, ଜାଣନ୍ତୁ କ’ଣ କହୁଛି ସର୍ଭେ?

ୱାସିଂଟନ : ଆମେରିକାରେ କିଛି ସମୟ ପରେ ରାଷ୍ଟ୍ରପତି ପଦବୀ ନିମନ୍ତେ ନିର୍ବାଚନ ହେବ। ଜୋ ବାଇଡେ ନିର୍ବାଚନରୁ ଓହରି ଯାଇଥିବା ବେଳେ ଏବେ କମଲା ହ୍ୟାରିସ୍ ଓ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ମୁକାବିଲା ହେଉଛି। ଗତ ଦିନରେ ରାଲିରେ ହୋଇଥିବା ଗୁଳିକାଣ୍ଡ  ଦେଶରେ ଟ୍ରମ୍ପଙ୍କ ଲୋକପ୍ରିୟାତାକୁ ବଢାଇ ଦେଇଛି। ତେବେ ଶାସକ ଡେମୋକ୍ରାଟିକ ପାର୍ଟି କମଲା ହ୍ୟାରିସଙ୍କୁ ପ୍ରାର୍ଥୀ କରିବା ପରେ ଦେଶରେ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱୀତାପୂର୍ଣ୍ଣ ହୋଇଛି। ଏବେ ନିର୍ବାଚନ ସମ୍ପର୍କିତ ଏକ ସର୍ଭେ ସାମ୍ନାକୁ ଆସିଛି, ଯେଉଁଥିରେ କମଲା ହ୍ୟାରିସ୍‌ଙ୍କୁ ରାଷ୍ଟ୍ରପତି ପଦବୀ ନିମନ୍ତେ ଲୋକଙ୍କ ପ୍ରଥମ ପସନ୍ଦ କୁହାଯାଇଛି। ୱାସିଂଟନ ପୋଷ୍ଟ ନିଜ ସର୍ଭେ ପରିଣାମ ଆଧାରରେ ଏହି ସୂଚନା ଦେଇଛି। ଏଥିରେ କୁହାଯାଇଛି ଯେ ଯଦି ଆଜି ନିର୍ବାଚନ ହୁଏ ତେବେ ଡେମୋକ୍ରାଟିକ୍ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ତଥା ଏବେକା ଉପରାଷ୍ଟ୍ରପତି କମଲା ହ୍ୟାରିସ୍ ଲୋକଙ୍କ ପ୍ରଥମ ପସନ୍ଦ ହେବେ। ୱାସିଂଟନ ପୋଷ୍ଟ ରିପୋର୍ଟରେ କହିଛି ଯେ ବାଇଡେନ ନିର୍ବାଚନରୁ ଓହରିଯିବା ପରେ କମଲା ହ୍ୟାରିସ ଜାତୀୟସ୍ତରରେ ଲୋକପ୍ରିୟତା ମାମଲାରେ ଏପର୍ଯ୍ୟନ୍ତ ୨ ପ୍ରତିଶତ ଅଧିକ ଅଙ୍କ ପ୍ରାପ୍ତ କରିଛନ୍ତି। ସମ୍ବାଦପତ୍ର ଅନୁସାରେ ହ୍ୟାରିସ୍ ୱିସ୍କନସିନ ଓ ପେନସିଲଭାନିଆରେ ଅଗ୍ରଣୀ ଅଛନ୍ତି। ସେହିପରି ମିଚିଗାନରେ ଟ୍ରମ୍ପ ତାଙ୍କଠାରୁ  ମାତ୍ର ୧ ପ୍ରତିଶତରୁ ବି କ

ଆମେରିକାରେ ଆଜି ନିର୍ବାଚନ ହେଲେ କିଏ ହେବ ରାଷ୍ଟ୍ରପତି, ଜାଣନ୍ତୁ କ’ଣ କହୁଛି ସର୍ଭେ?

ୱାସିଂଟନ : ଆମେରିକାରେ କିଛି ସମୟ ପରେ ରାଷ୍ଟ୍ରପତି ପଦବୀ ନିମନ୍ତେ ନିର୍ବାଚନ ହେବ। ଜୋ ବାଇଡେ ନିର୍ବାଚନରୁ ଓହରି ଯାଇଥିବା ବେଳେ ଏବେ କମଲା ହ୍ୟାରିସ୍ ଓ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ମୁକାବିଲା ହେଉଛି। ଗତ ଦିନରେ ରାଲିରେ ହୋଇଥିବା ଗୁଳିକାଣ୍ଡ  ଦେଶରେ ଟ୍ରମ୍ପଙ୍କ ଲୋକପ୍ରିୟାତାକୁ ବଢାଇ ଦେଇଛି। ତେବେ ଶାସକ ଡେମୋକ୍ରାଟିକ ପାର୍ଟି କମଲା ହ୍ୟାରିସଙ୍କୁ ପ୍ରାର୍ଥୀ କରିବା ପରେ ଦେଶରେ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱୀତାପୂର୍ଣ୍ଣ ହୋଇଛି। 

ଏବେ ନିର୍ବାଚନ ସମ୍ପର୍କିତ ଏକ ସର୍ଭେ ସାମ୍ନାକୁ ଆସିଛି, ଯେଉଁଥିରେ କମଲା ହ୍ୟାରିସ୍‌ଙ୍କୁ ରାଷ୍ଟ୍ରପତି ପଦବୀ ନିମନ୍ତେ ଲୋକଙ୍କ ପ୍ରଥମ ପସନ୍ଦ କୁହାଯାଇଛି। ୱାସିଂଟନ ପୋଷ୍ଟ ନିଜ ସର୍ଭେ ପରିଣାମ ଆଧାରରେ ଏହି ସୂଚନା ଦେଇଛି। ଏଥିରେ କୁହାଯାଇଛି ଯେ ଯଦି ଆଜି ନିର୍ବାଚନ ହୁଏ ତେବେ ଡେମୋକ୍ରାଟିକ୍ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ତଥା ଏବେକା ଉପରାଷ୍ଟ୍ରପତି କମଲା ହ୍ୟାରିସ୍ ଲୋକଙ୍କ ପ୍ରଥମ ପସନ୍ଦ ହେବେ। ୱାସିଂଟନ ପୋଷ୍ଟ ରିପୋର୍ଟରେ କହିଛି ଯେ ବାଇଡେନ ନିର୍ବାଚନରୁ ଓହରିଯିବା ପରେ କମଲା ହ୍ୟାରିସ ଜାତୀୟସ୍ତରରେ ଲୋକପ୍ରିୟତା ମାମଲାରେ ଏପର୍ଯ୍ୟନ୍ତ ୨ ପ୍ରତିଶତ ଅଧିକ ଅଙ୍କ ପ୍ରାପ୍ତ କରିଛନ୍ତି। 

ସମ୍ବାଦପତ୍ର ଅନୁସାରେ ହ୍ୟାରିସ୍ ୱିସ୍କନସିନ ଓ ପେନସିଲଭାନିଆରେ ଅଗ୍ରଣୀ ଅଛନ୍ତି। ସେହିପରି ମିଚିଗାନରେ ଟ୍ରମ୍ପ ତାଙ୍କଠାରୁ  ମାତ୍ର ୧ ପ୍ରତିଶତରୁ ବି କମ ଅନ୍ତରରେ ଅଗ୍ରଣୀ ଅଛନ୍ତି। ସମ୍ବାଦପତ୍ର ସର୍ଭେକ୍ଷଣ ଅନୁସାରେ ଯଦି ଆଜି ନିର୍ବାଚନ ହୋଇଯାଏ ଓ ପ୍ରତି ରାଜ୍ୟରେ ପିଛିଲା ହାରରେ ମତଦାନ ହୁଏ ତେବେ ହ୍ୟାରିସ୍ ଇଲେକ୍ଟୋରାଲ କଲେଜ ଟାଲିରେ ଟ୍ରମ୍ପଙ୍କଠୁ ପଛରେ ଅଛନ୍ତି। ତଥାପି ହ୍ୟାରିସଙ୍କ ପାଖରେ ଡୋନାଲ୍ଡ ଟ୍ରମ୍ପଙ୍କ ତୁଳନାରେ ରାଷ୍ଟ୍ରପତି ପଦ ନିମନ୍ତେ ଅଧିକ ସମ୍ଭାବନା ରହିଛି।