ପଞ୍ଚଗାଁରେ ଲଖନପୁର ବ୍ଲକ ନାଗରିକ ପରିଷଦ ବୈଠକ ଗଠିତ ହେଲା ଆଞ୍ଚଳିକ ପରିବେଶ ସୁରକ୍ଷା କମିଟି

ଝାରସୁଗୁଡା ୬/୧୦ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ନାଗରିକ ପରିଷଦ କମିଟିର ଆହ୍ୱାନ କ୍ରମେ ପଞ୍ଚଗାଁ ଦୁର୍ଗା ମଣ୍ଡପ ପରିସରରେ ଆଜି ସନ୍ଧ୍ୟାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଅବସରପ୍ରାପ୍ତ ଶିକ୍ଷକ ସେବକରାମ ଭୋଇ ସଭାପତିତ୍ୱ କରିଥିଲେ । ଏହି ଅବସରରେ ବ୍ଲକ ବିଭାଜନ ଓ ସବଡିଭିଜନ ମାନ୍ୟତା ନିମନ୍ତେ ଓଡ଼ିଶା ସରକାରଙ୍କ ଦୃଷ୍ଟି ଆକର୍ଷଣ ପୂର୍ବକ ଦାବି ଉପସ୍ଥାପନ କରିବା ପାଇଁ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗୃହିତ […] The post ପଞ୍ଚଗାଁରେ ଲଖନପୁର ବ୍ଲକ ନାଗରିକ ପରିଷଦ ବୈଠକ ଗଠିତ ହେଲା ଆଞ୍ଚଳିକ ପରିବେଶ ସୁରକ୍ଷା କମିଟି appeared first on Odisha.News.

ପଞ୍ଚଗାଁରେ ଲଖନପୁର ବ୍ଲକ ନାଗରିକ ପରିଷଦ ବୈଠକ        ଗଠିତ ହେଲା ଆଞ୍ଚଳିକ ପରିବେଶ ସୁରକ୍ଷା କମିଟି

ଝାରସୁଗୁଡା ୬/୧୦ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ନାଗରିକ ପରିଷଦ କମିଟିର ଆହ୍ୱାନ କ୍ରମେ ପଞ୍ଚଗାଁ ଦୁର୍ଗା ମଣ୍ଡପ ପରିସରରେ ଆଜି ସନ୍ଧ୍ୟାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଅବସରପ୍ରାପ୍ତ ଶିକ୍ଷକ ସେବକରାମ ଭୋଇ ସଭାପତିତ୍ୱ କରିଥିଲେ । ଏହି ଅବସରରେ ବ୍ଲକ ବିଭାଜନ ଓ ସବଡିଭିଜନ ମାନ୍ୟତା ନିମନ୍ତେ ଓଡ଼ିଶା ସରକାରଙ୍କ ଦୃଷ୍ଟି ଆକର୍ଷଣ ପୂର୍ବକ ଦାବି ଉପସ୍ଥାପନ କରିବା ପାଇଁ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗୃହିତ ହୋଇଥିଲା । ସେହିପରି ଅଞ୍ଚଳରେ ବେଆଇନ ଭାବେ ପକା ଯାଉଥିବା କଳ କାରଖାନାରୁ ନିର୍ଗତ ବିଷାକ୍ତ ପାଉଁଶ ଉପରେ ମଧ୍ୟ ସରଗରମ ଆଲୋଚନା ହୋଇଥିଲା ଏବଂ ଲଖନପୁର ବ୍ଲକ ଅଞ୍ଚଳରେ କୌଣସି ସ୍ଥାନରେ ବିଷାକ୍ତ ପାଉଁଶ ଡମ୍ପିଂ କରାଇ ନ ଦେବା, ବିଷାକ୍ତ ପାଉଁଶର ଭୟାବହତା ବିଷୟରେ ଜନ ସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା,ଏହାକୁ ତୀବ୍ର ବିରୋଧ କରିବା ସହିତ ଲଖନପୁର ବ୍ଲକ ଅଞ୍ଚଳରେ ବିଷାକ୍ତ ପାଉଁଶ ଡମ୍ପିଂ କୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ଓଡ଼ିଶା ସରକାରଙ୍କ ମୁଖ୍ୟମନ୍ତ୍ରୀ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, ସ୍ଥାନୀୟ ସାଂସଦ, ଜିଲ୍ଲାପାଳ, ଜିଲ୍ଲା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ଙ୍କୁ ଦାବିପତ୍ର ପ୍ରଦାନ କରିବା ପାଇଁ ସମସ୍ତଙ୍କ ସହମତି କ୍ରମେ ନିଷ୍ପତ୍ତି ନିଆ ଯାଇଥିଲା । ଏହା ସହିତ ଆଞ୍ଚଳିକ ପରିବେଶ ସୁରକ୍ଷା ନାମକ ଏକ କମିଟି ମଧ୍ୟ ଗଠନ କରା ଯାଇଥିଲା । ଉକ୍ତ କମିଟିରେ ଅବସରପ୍ରାପ୍ତ ଶିକ୍ଷକ ସେବକରାମ ଭୋଇ ଓ ଦୟାକର ପଧାନ, ବରିଷ୍ଠ ସଦସ୍ୟ ଲଲାଟ ବିଶ୍ଵାଳ, ଅତାବିରା ସରପଞ୍ଚ ସଞ୍ଜିତ ପଧାନ, ପଞ୍ଚଗାଁ ସରପଞ୍ଚ ମୁକେଶ ବାରିକ, ପଲସଦା ସରପଞ୍ଚ ତନୟା ଚାନ୍ଦ,ପିଥିଣ୍ଡା ସରପଞ୍ଚ ମହେନ୍ଦ୍ର ନାଏକ, ବ୍ଲକ ନାଗରିକ ପରିଷଦ ସଭାପତି ପିତାମ୍ବର ମିଶ୍ର, ସାମାଜିକ କର୍ମୀ ଗୌତମ ବେହେରା, ସମାଜସେବୀ ପିକୁ ମିଶ୍ର, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତୁଷାରାମ ପଧାନ,ଦ୍ଵିତୀୟ ଭୋଇ,ସଞ୍ଜୟ ଭୋଇ,ମହେନ୍ଦ୍ର କୁମାର ସାଏ, ବିରଞ୍ଚି ସାହୁ, ଗୋପୀନାଥ ମାଝୀ ପ୍ରମୁଖ ରହିଛନ୍ତି । ପରବର୍ତ୍ତୀ ବୈଠକ ସୀମାନ୍ତ ୧୯ ଖଣ୍ଡ ମୌଜା ଅଞ୍ଚଳରେ ଅନୁଷ୍ଠିତ ହେବାପାଇଁ ମତପ୍ରକାଶ ପାଇଥିଲା । ଶେଷରେ ସମାଜସେବୀ ପିକୁ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ବୈଠକରେ ବ୍ଲକ ନାଗରିକ ପରିଷଦ ସଭାପତି ପିତାମ୍ବର ମିଶ୍ର, ଲଲାଟ ବିଶ୍ଵାଳ, ଦୟାକର ପଧାନ, ପଞ୍ଚଗାଁ ସରପଞ୍ଚ ମୁକେଶ ବାରିକ,ଅତାବିରା ସରପଞ୍ଚ ସଞ୍ଜିତ ପଧାନ, ପିକୁ ମିଶ୍ର, ତୁଷାରାମ ପଧାନ, ଦ୍ଵିତୀୟ ଭୋଇ, ଗୌତମ ବେହେରା, ସଞ୍ଜୟ ଭୋଇ, ଗୌରାଙ୍ଗ ଚାନ୍ଦ, ଦିନେଶ ସାହୁ, ଜିତେନ୍ଦ୍ର ସାହୁ, ଲମ୍ବୋଦର ରୋହିଦାସ, ମୁକ୍ତେଶ୍ଵର ଗିରି, ତରୁଣ ପଧାନ,ସାହେବ ସାହୁଙ୍କ ସମେତ ଅଞ୍ଚଳର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହି ନିଜ ନିଜ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ ।

The post ପଞ୍ଚଗାଁରେ ଲଖନପୁର ବ୍ଲକ ନାଗରିକ ପରିଷଦ ବୈଠକ ଗଠିତ ହେଲା ଆଞ୍ଚଳିକ ପରିବେଶ ସୁରକ୍ଷା କମିଟି appeared first on Odisha.News.