ହିଂସାରେ ଜଳୁଛି ବାଙ୍ଗ୍ଲାଦେଶ, ହରାଇପାରେ ୨୦୨୪ ୱାର୍ଲଡକପ ଆୟୋଜନ, ICC ଶୁଣାଇ ପାରନ୍ତି ନିଷ୍ପତ୍ତି
ନୂଆଦିଲ୍ଲୀ : ଭାରତର ପଡୋଶୀ ବାଙ୍ଗ୍ଲାଦେଶରେ ଗତ କିଛି ସପ୍ତାହ ହେଲା ହିଂସାତ୍ମକ ବିକ୍ଷୋଭ ଜାରି ରହିଛି। ଏବେ ସେଠାକାର ପରିସ୍ଥିତିକୁ ଦେଖି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଖୁବ୍ ଶୀଘ୍ର ମହିଳା ଟି-୨୦ ୱାର୍ଲଡ କପ୍ ୨୦୨୪ର ଆୟୋଜନ ନେଇ ବଡ଼ ନିଷ୍ପତ୍ତି ନେଇ ପାରନ୍ତି। ଉଲ୍ଲେଖଯୋଗ୍ୟ ଯେ ମହିଳା ଟି-୨୦ ବିଶ୍ୱକପ ଚଳିତବର୍ଷ ଅକ୍ଟୋବର ୩ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ବାଙ୍ଗ୍ଲାଦେଶରେ ଖେଳାଯିବାର ଅଛି। ତେବେ କ୍ରିକବଜ୍ ଅନୁସାରେ ଆଇସିସି ବାଙ୍ଗ୍ଲାଦେଶ ଦଙ୍ଗା ଉପରେ ପାଖରୁ ନଜର ରଖିଛନ୍ତି। କ୍ରିକବଜ୍ ଅନୁସାରେ ଆଇସିସିର ଏକ ସୂତ୍ର କହିଛନ୍ତି ଯେ ଅଧିକାରୀମାନେ ବାଙ୍ଗ୍ଲାଦେଶ ଦଙ୍ଗା ଉପରେ ପାଖରୁ ନଜର ରଖି ରହିଛନ୍ତି, ତେବେ ଟୁର୍ଣ୍ଣାମେଣ୍ଟ ପାଇଁ ଏବେବି ଆହୁରି ସମୟ ଅଛି। ଗତ ୨୪ ଘଣ୍ଟାରେ ସେଠାରେ ପରିସ୍ଥିତିରେ ଅନେକ ସୁଧାର ଆସିଛି। ନିକଟରେ କଲମ୍ବୋରେ ଆଇସିସି ମିଟିଂ ଅନୁଷ୍ଠିତ ହୋଇଥିଲା। ଏଥିରେ ବର୍ତ୍ତମାନ ନିମନ୍ତେ ଟି-୨୦ ୱାର୍ଲଡ କପ୍ ପ୍ରସଙ୍ଗ ଉଠାଯାଇ ନାହିଁ। ଏହା ସତ୍ତ୍ୱେ ବାଙ୍ଗ୍ଲାଦେଶ କ୍ରିକେଟ ବୋର୍ଡ ଠାରୁ ପରିସ୍ଥିତିର ସଂଜ୍ଞାନ ନିଆଯାଇଛି। ମହିଳା ଟି-୨୦ ୱାର୍ଲଡ କପ ୩ରୁ ୨୦ ଅକ୍ଟୋବର ପର୍ଯ୍ୟନ୍ତ ବାଙ୍ଗ୍ଲାଦେଶରେ ଅନୁଷ୍ଠିତ ହେବ। ଏହି ଇଭେଣ୍ଟରେ ଆୟୋଜକ ବାଙ୍ଗ୍ଲାଦେଶ ସମେତ ଭାରତ, ଇଂଲଣ୍ଡ ଓ ଅଷ୍ଟ୍ରେଲିୟା ସମେତ ୧୦ଟି ଟିମ୍ ଅଂଶଗ୍ରହଣ କରିବେ। ଏହି ଟିମ୍ ମାନଙ୍କୁ ୨ଟି ଗ୍ରୁପରେ ବଣ୍ଟା
ନୂଆଦିଲ୍ଲୀ : ଭାରତର ପଡୋଶୀ ବାଙ୍ଗ୍ଲାଦେଶରେ ଗତ କିଛି ସପ୍ତାହ ହେଲା ହିଂସାତ୍ମକ ବିକ୍ଷୋଭ ଜାରି ରହିଛି। ଏବେ ସେଠାକାର ପରିସ୍ଥିତିକୁ ଦେଖି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଖୁବ୍ ଶୀଘ୍ର ମହିଳା ଟି-୨୦ ୱାର୍ଲଡ କପ୍ ୨୦୨୪ର ଆୟୋଜନ ନେଇ ବଡ଼ ନିଷ୍ପତ୍ତି ନେଇ ପାରନ୍ତି। ଉଲ୍ଲେଖଯୋଗ୍ୟ ଯେ ମହିଳା ଟି-୨୦ ବିଶ୍ୱକପ ଚଳିତବର୍ଷ ଅକ୍ଟୋବର ୩ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ବାଙ୍ଗ୍ଲାଦେଶରେ ଖେଳାଯିବାର ଅଛି। ତେବେ କ୍ରିକବଜ୍ ଅନୁସାରେ ଆଇସିସି ବାଙ୍ଗ୍ଲାଦେଶ ଦଙ୍ଗା ଉପରେ ପାଖରୁ ନଜର ରଖିଛନ୍ତି।
କ୍ରିକବଜ୍ ଅନୁସାରେ ଆଇସିସିର ଏକ ସୂତ୍ର କହିଛନ୍ତି ଯେ ଅଧିକାରୀମାନେ ବାଙ୍ଗ୍ଲାଦେଶ ଦଙ୍ଗା ଉପରେ ପାଖରୁ ନଜର ରଖି ରହିଛନ୍ତି, ତେବେ ଟୁର୍ଣ୍ଣାମେଣ୍ଟ ପାଇଁ ଏବେବି ଆହୁରି ସମୟ ଅଛି। ଗତ ୨୪ ଘଣ୍ଟାରେ ସେଠାରେ ପରିସ୍ଥିତିରେ ଅନେକ ସୁଧାର ଆସିଛି। ନିକଟରେ କଲମ୍ବୋରେ ଆଇସିସି ମିଟିଂ ଅନୁଷ୍ଠିତ ହୋଇଥିଲା। ଏଥିରେ ବର୍ତ୍ତମାନ ନିମନ୍ତେ ଟି-୨୦ ୱାର୍ଲଡ କପ୍ ପ୍ରସଙ୍ଗ ଉଠାଯାଇ ନାହିଁ। ଏହା ସତ୍ତ୍ୱେ ବାଙ୍ଗ୍ଲାଦେଶ କ୍ରିକେଟ ବୋର୍ଡ ଠାରୁ ପରିସ୍ଥିତିର ସଂଜ୍ଞାନ ନିଆଯାଇଛି।
ମହିଳା ଟି-୨୦ ୱାର୍ଲଡ କପ ୩ରୁ ୨୦ ଅକ୍ଟୋବର ପର୍ଯ୍ୟନ୍ତ ବାଙ୍ଗ୍ଲାଦେଶରେ ଅନୁଷ୍ଠିତ ହେବ। ଏହି ଇଭେଣ୍ଟରେ ଆୟୋଜକ ବାଙ୍ଗ୍ଲାଦେଶ ସମେତ ଭାରତ, ଇଂଲଣ୍ଡ ଓ ଅଷ୍ଟ୍ରେଲିୟା ସମେତ ୧୦ଟି ଟିମ୍ ଅଂଶଗ୍ରହଣ କରିବେ। ଏହି ଟିମ୍ ମାନଙ୍କୁ ୨ଟି ଗ୍ରୁପରେ ବଣ୍ଟା ଯାଇଛି। ଭାରତ ଗ୍ରୁପ-ଏ ରେ ରହିଛି। ନିଜନିଜ ଗ୍ରୁପର ଟପ୍-୨ରେ ଥିବା ଟିମ୍ ସେମିଫାଇନାଲକୁ ପ୍ରବେଶ କରିବେ ଓ ଟୁର୍ଣ୍ଣାମେଣ୍ଟର ଫାଇନାଲ ଅକ୍ଟୋବର ୨୦ ତାରିଖରେ ଖେଳାଯିବ।