ଗୁପ୍ତେଶ୍ୱର ଡକ୍ରି ଘାଟିରେ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ, ଡ୍ରାଇଭର ମୃତ

ବୈପାରିଗୁଡ଼ା: ଗୁପ୍ତେଶ୍ୱର ଡକ୍ରି ଘାଟିରେ ଅଘଟଣ। ସିମେଣ୍ଟ ବୋଝେଇ ଟ୍ରକ ଓଲଟି ଡ୍ରାଇଭଙ୍କ ଗଲା ଜୀବନ। ଗୁପ୍ତେଶ୍ୱର ପୀଠ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ଏଥିଲାଗି ଆଜି ସନ୍ଧ୍ୟାରେ ସିମେଣ୍ଟ ବୋଝେଇ ଟ୍ରକ ଗୁପ୍ତେଶ୍ୱର ଯାଉଥିଲା।  ହେଲେ ଗୁପ୍ତେଶ୍ୱରର ଡକ୍ରି ଘାଟିରେ ବ୍ରେକ ଫେଲ ଯୋଗୁଁ ଘାଟି ତଳକୁ ଟ୍ରକ ଓଲଟି ଯାଇଥିଲା । ଘଟଣାସ୍ଥଳରେ ଟ୍ରକ୍ ଡାଲା ଚାପାରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁଦ୍ଧା ଡ୍ରାଇଭରର ପରିଚୟ ମିଳିପାରି ନାହିଁ। ଘଟଣାସ୍ଥଳରେ ପୁଲିସ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ମୃତ ଡ୍ରାଇଭରର ଶବ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ରାତି ହେଇଯିବାରୁ ଅନ୍ଧାରରେ  ଉଦ୍ଧାର କାର୍ଯ୍ୟ ବିଳମ୍ବ ହେଉଥିବା ପୋଲିସ ସୂଚନା ଦେଇଛି। Also read- ଓଡ଼ିଶା ରାଜସ୍ୱ ବଳକା ରାଜ୍ୟରେ ପରିଗଣିତ, ପରୀ ଘଟଣାରେ ଦୋଷୀ ଦଣ୍ଡ ପାଇଛି: ମୁଖ୍ୟମନ୍ତ୍ରୀ The post ଗୁପ୍ତେଶ୍ୱର ଡକ୍ରି ଘାଟିରେ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ, ଡ୍ରାଇଭର ମୃତ appeared first on Prameya News7.

ଗୁପ୍ତେଶ୍ୱର ଡକ୍ରି ଘାଟିରେ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ, ଡ୍ରାଇଭର ମୃତ

ବୈପାରିଗୁଡ଼ା: ଗୁପ୍ତେଶ୍ୱର ଡକ୍ରି ଘାଟିରେ ଅଘଟଣ। ସିମେଣ୍ଟ ବୋଝେଇ ଟ୍ରକ ଓଲଟି ଡ୍ରାଇଭଙ୍କ ଗଲା ଜୀବନ। ଗୁପ୍ତେଶ୍ୱର ପୀଠ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ଏଥିଲାଗି ଆଜି ସନ୍ଧ୍ୟାରେ ସିମେଣ୍ଟ ବୋଝେଇ ଟ୍ରକ ଗୁପ୍ତେଶ୍ୱର ଯାଉଥିଲା।  ହେଲେ ଗୁପ୍ତେଶ୍ୱରର ଡକ୍ରି ଘାଟିରେ ବ୍ରେକ ଫେଲ ଯୋଗୁଁ ଘାଟି ତଳକୁ ଟ୍ରକ ଓଲଟି ଯାଇଥିଲା ।

ଘଟଣାସ୍ଥଳରେ ଟ୍ରକ୍ ଡାଲା ଚାପାରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁଦ୍ଧା ଡ୍ରାଇଭରର ପରିଚୟ ମିଳିପାରି ନାହିଁ। ଘଟଣାସ୍ଥଳରେ ପୁଲିସ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ମୃତ ଡ୍ରାଇଭରର ଶବ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ରାତି ହେଇଯିବାରୁ ଅନ୍ଧାରରେ  ଉଦ୍ଧାର କାର୍ଯ୍ୟ ବିଳମ୍ବ ହେଉଥିବା ପୋଲିସ ସୂଚନା ଦେଇଛି।

Also read- ଓଡ଼ିଶା ରାଜସ୍ୱ ବଳକା ରାଜ୍ୟରେ ପରିଗଣିତ, ପରୀ ଘଟଣାରେ ଦୋଷୀ ଦଣ୍ଡ ପାଇଛି: ମୁଖ୍ୟମନ୍ତ୍ରୀ

The post ଗୁପ୍ତେଶ୍ୱର ଡକ୍ରି ଘାଟିରେ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ, ଡ୍ରାଇଭର ମୃତ appeared first on Prameya News7.