ଅମ୍ବାନୀ, ଆଦାନୀଙ୍କ ସମ୍ପତ୍ତିର ଦେଢ଼ଗୁଣା ବର୍ଷକରେ ରୋଜଗାର କରିଛନ୍ତି ମସ୍କ
ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କଙ୍କ ସମ୍ପତ୍ତିରେ ବର୍ତ୍ତମାନ ନୂଆ ଡେଣା ଲାଗିଯାଇଛି। ଯଦିଓ ଆମେ ଭାରତର ଦୁଇ ଧନୀ ବ୍ୟକ୍ତି ଅର୍ଥାତ୍ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମୁଖ୍ୟ ମୁକେଶ ଅମ୍ବାନୀ ଏବଂ ଆଦାନୀ ଗ୍ରୁପ୍ ପ୍ରତିଷ୍ଠାତା ଗୌତମ ଆଦାନୀଙ୍କ ସମ୍ପତ୍ତିକୁ ଯୋଡୁ ତେବେ ସେମାନେ ମସ୍କଙ୍କର ସମ୍ପତ୍ତିର ପାଖ ମଧ୍ୟ ପଶିବେ ନାହିଁ। ଟେସଲା ଏବଂ ସ୍ପେସ୍ ଏକ୍ସ ପରି କମ୍ପାନୀର ମୁଖ୍ୟ ଏଲନ୍ ମସ୍କଙ୍କର ସମ୍ପତ୍ତି କ୍ରମାଗତ ଭାବରେ ବୃଦ୍ଧି ପାଉଛି, ଯାହା ଦିନ […]

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କଙ୍କ ସମ୍ପତ୍ତିରେ ବର୍ତ୍ତମାନ ନୂଆ ଡେଣା ଲାଗିଯାଇଛି। ଯଦିଓ ଆମେ ଭାରତର ଦୁଇ ଧନୀ ବ୍ୟକ୍ତି ଅର୍ଥାତ୍ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମୁଖ୍ୟ ମୁକେଶ ଅମ୍ବାନୀ ଏବଂ ଆଦାନୀ ଗ୍ରୁପ୍ ପ୍ରତିଷ୍ଠାତା ଗୌତମ ଆଦାନୀଙ୍କ ସମ୍ପତ୍ତିକୁ ଯୋଡୁ ତେବେ ସେମାନେ ମସ୍କଙ୍କର ସମ୍ପତ୍ତିର ପାଖ ମଧ୍ୟ ପଶିବେ ନାହିଁ। ଟେସଲା ଏବଂ ସ୍ପେସ୍ ଏକ୍ସ ପରି କମ୍ପାନୀର ମୁଖ୍ୟ ଏଲନ୍ ମସ୍କଙ୍କର ସମ୍ପତ୍ତି କ୍ରମାଗତ ଭାବରେ ବୃଦ୍ଧି ପାଉଛି, ଯାହା ଦିନ ଦ୍ୱିଗୁଣିତ ହେବା ସହ ରାତାରାତି ଚାରିଗୁଣା େହାଇଯାଇଛି। ଇତିମଧ୍ୟରେ ମସ୍କଙ୍କର ମୋଟ ସମ୍ପତ୍ତି ମୂଲ୍ୟ ୪୦୦ ବିଲିୟନ ଡଲାର ଅତିକ୍ରମ କରି ଏକ ରେକର୍ଡ ସୃଷ୍ଟି କରିଛି। ବର୍ତ୍ତମାନ ତାଙ୍କର ନେଟ୍ ମୂସମ୍ପତ୍ତି ଖୁବ୍ ଶୀଘ୍ର ୫୦୦ ବିଲିୟନ ଡଲାର୍ ଅତିକ୍ରମ କରିବାକୁ ଯାଉଥିବା ଜଣାପଡିଛି। ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ତାଙ୍କର ମୋଟ ସମ୍ପତ୍ତି ୪୭୪ ବିଲିୟନ ଡ଼ଲାରରେ ପହଞ୍ଚିଛି। ଯଦି ସାମ୍ପ୍ରତିକ ଗତି ଜାରି ରୁହେ, ମସ୍କର ନିଟ୍ ସମ୍ପତ୍ତି ମୂଲ୍ୟ ଅତି ଶୀଘ୍ର ୫୦୦ ବିଲିୟନ ଡଲାର ଅତିକ୍ରମ କରିଯିବ।
ବର୍ଷ ୨୦୨୪ରେ ମସ୍କଙ୍କ ସମ୍ପତ୍ତିରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୪୫ ବିଲିୟନ ଡ଼ଲାର ବୃଦ୍ଧି ଘଟିଛି। ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ ଯେ ମସ୍କ କେବଳ ଚଳିତ ବର୍ଷ ଅର୍ଜନ କରିଥିବା ସମ୍ପତ୍ତି ପରିମାଣ ଭାରତର ଦୁଇ ପ୍ରମୁଖ ଧନୀ ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କ ମିଳିତ ସମ୍ପତ୍ତିର ଦେଢ଼ ଗୁଣ ହେବ। ଗତ କିଛି ମାସ ମଧ୍ୟରେ ଅମ୍ବାନୀ ଏବଂ ଆଦାନୀଙ୍କ ସମ୍ପତ୍ତିରେ ବହୁତ ପରିମାଣରେ ହ୍ରାସ ଘଟିଛି, ଉଭୟଙ୍କ ନେଟ୍ ସମ୍ପତ୍ତି ମୂଲ୍ୟ ୧୦୦ ବିଲିୟନ ଡଲାର ତଳକୁ ଖସିଆସିଛି।
ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ବିଶ୍ବର କୋଟିପତିମାନଙ୍କର ତାଲିକାରେ ମୁକେଶ ଅମ୍ବାନୀ ୯୬.୩ ବିଲିୟନ ଡଲାର ସମ୍ପତ୍ତି ସହ ୧୭ ସ୍ଥାନରେ ରହିଛି। ଅନ୍ୟପକ୍ଷରେ, ଗୌତମ ଆଦାନୀ ୮୦.୮ ବିଲିୟନ ଡଲାର ସମ୍ପତ୍ତି ସହିତ ୯୧ତମ ସ୍ଥାନରେ ଅଛନ୍ତି। ଚଳିତ ବର୍ଷ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିରେ ୫୫.୫ ନିୟୁତ ମିଡ଼ଲାର ହ୍ରାସ ପାଇଛି। ଅନ୍ୟପକ୍ଷରେ, ଗୌତମ ଆଦାନୀଙ୍କ ସମ୍ପତ୍ତି ଚଳିତ ବର୍ଷ ୩.୫୨ ବିଲିୟନ ଡ଼ଲାର ହ୍ରାସ ପାଇଛି। ୨୦୨୪ ରେ ମସ୍କଙ୍କ ରୋଜଗାର ବିଷୟରେ କହିବାକୁ ଗଲେ, ତାଙ୍କ ସମ୍ପତ୍ତି ଚଳିତ ବର୍ଷ ୨୪୫ ବିଲିୟନ ଡ଼ଲାରରେ ବୃଦ୍ଧି ପାଇଛି। ଯାହାକି ଅମ୍ବାନୀ ଏବଂ ଆଦାନୀଙ୍କ ମିଳିତ ସମ୍ପତ୍ତି ପ୍ରାୟ ୧୭୭.୧ ବିଲିୟନ ଡଲାର। ନିକଟ ଅତୀତରେ ଦୁନିଆର ସବୁଠାରୁ ଧନୀ ବ୍ୟବସାୟୀ ମସ୍କଙ୍କ ସମ୍ପତ୍ତିରେ ଏକ ବଡ଼ ବୃଦ୍ଧି ଘଟିଛି। ଆମେରିକା ନିର୍ବାଚନରେ ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ସପକ୍ଷରେ ମସ୍କ ଖୋଲାଖୋଲି ପ୍ରଚାର କରିଥିଲେ। ଟ୍ରମ୍ପଙ୍କ ବିଜୟ ପରେ ମସ୍କଙ୍କର କମ୍ପାନୀଗୁଡିକର ସେୟାର ମୂଲ୍ୟରେ ଏକ ବଡ଼ ବୃଦ୍ଧି ଘଟିଛି। ଏଠାରେ ସୂଚନାଯୋଗ୍ୟ ଯେ, ଚଳିତବର୍ଷ ନଭେମ୍ବର ୫ରେ ରେ, ମସ୍କଙ୍କ ମୋଟ ସମ୍ପତ୍ତି ପ୍ରାୟ ୨୬୦ ବିଲିୟନ ଡ଼ଲାର୍ ରହିଥିଲା, ଯାହା ଟ୍ରମ୍ପଙ୍କ ବିଜୟର ଦେଢ଼ ଼ ମାସ ପରେ ୨୧୪ ବିଲିୟନ ଡ଼ଲାରରେ ବୃଦ୍ଧି ହୋଇ ୪୭୪ ବିଲିୟନ ଡ଼ଲାରରେ ପହଞ୍ଚିଛି। ଚଳିତବର୍ଷ ମସ୍କଙ୍କ ସମ୍ପତ୍ତିରେ ୧୦୭.୧ ପ୍ରତିଶତ ବୃଦ୍ଧି ହୋଇଛି।