ବିବାହିତା ମହିଳା ଙ୍କ ଅସ୍ୱାଭାବିକ ମୃତ୍ୟୁ, ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ବ୍ୟବଚ୍ଛେଦ ପରେ ଶବ ହସ୍ତାନ୍ତର।

କଳାହାଣ୍ଡି:୧୭/୦୮ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ କାଉଡୋଳା ପଞ୍ଚାୟତ ବଡ଼ କେନ୍ଦୁଗୁଡା ଗ୍ରାମର ହେମନ୍ତ ମାଝୀ ଙ୍କ ସ୍ତ୍ରୀ ମଧୁକାନ୍ତି ଦିଶାରୀ(୨୩) ଙ୍କୁ ଶନିବାର ସକାଳୁ ପେଟବ୍ୟଥା ହେବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ କୋକସରା ଗୋଷ୍ଠି ଅବସ୍ଥାରେ କେନ୍ଦ୍ର ରେ ଭର୍ତ୍ତି କରିଥିଲେ।ତେବେ ଚିକିତ୍ସା ଧୀନ ଅବସ୍ଥାରେ ମହିଳା ଙ୍କ ମୃତ୍ୟୁ ହେବାପରେ ଡାକ୍ତରଖାନା କର୍ତ୍ତୃପକ୍ଷ ଙ୍କୁ ନ ଜଣାଇ ପରିବାର ଲୋକେ ଶବ କୁ ଏକ ଅଟୋ ରେ […] The post ବିବାହିତା ମହିଳା ଙ୍କ ଅସ୍ୱାଭାବିକ ମୃତ୍ୟୁ, ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ବ୍ୟବଚ୍ଛେଦ ପରେ ଶବ ହସ୍ତାନ୍ତର। appeared first on Odisha.News.

ବିବାହିତା ମହିଳା ଙ୍କ ଅସ୍ୱାଭାବିକ ମୃତ୍ୟୁ, ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ବ୍ୟବଚ୍ଛେଦ ପରେ ଶବ ହସ୍ତାନ୍ତର।

କଳାହାଣ୍ଡି:୧୭/୦୮
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ କାଉଡୋଳା ପଞ୍ଚାୟତ ବଡ଼ କେନ୍ଦୁଗୁଡା ଗ୍ରାମର ହେମନ୍ତ ମାଝୀ ଙ୍କ ସ୍ତ୍ରୀ ମଧୁକାନ୍ତି ଦିଶାରୀ(୨୩) ଙ୍କୁ ଶନିବାର ସକାଳୁ ପେଟବ୍ୟଥା ହେବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ କୋକସରା ଗୋଷ୍ଠି ଅବସ୍ଥାରେ କେନ୍ଦ୍ର ରେ ଭର୍ତ୍ତି କରିଥିଲେ।ତେବେ ଚିକିତ୍ସା ଧୀନ ଅବସ୍ଥାରେ ମହିଳା ଙ୍କ ମୃତ୍ୟୁ ହେବାପରେ ଡାକ୍ତରଖାନା କର୍ତ୍ତୃପକ୍ଷ ଙ୍କୁ ନ ଜଣାଇ ପରିବାର ଲୋକେ ଶବ କୁ ଏକ ଅଟୋ ରେ ନେଇ ଯାଉଥିବା ବେଳେ ଡାକ୍ତରଖାନାରେ ଡ୍ୟୁଟି ରେ ଥିବା ସିକ୍ୟୁରିଟି କର୍ମଚାରୀ ମାନେ ଅଟକାଇବା ସହ ଏନେଇ ଭାରପ୍ରାପ୍ତ ଡାକ୍ତର ଙ୍କୁ ଖବର ଦେଇଥିଲେ।ପରେ ଘଟଣା ସମ୍ପର୍କରେ ଆମପାଣି ପୋଲିସ କୁ ଡାକ୍ତରଖାନା କତ୍ତୃପକ୍ଷ ସୂଚନା ଦେଇଥିଲେ। ପରେ ପୋଲିସ ପହଞ୍ଚି ଶବ ଜବତ କରି ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ତଦନ୍ତ କରି ଶବ ବ୍ୟବଚ୍ଛେଦ କରି ଏକ ଅପମୃତ୍ୟୁ ମାମଲା ୭/୨୪ ରେ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ର କାରଣ ଜଣାପଡିବ ବୋଳି କହିବା ସହ ତଦନ୍ତ ଜାରି ରହିଥିବା ନେଇ ତଦନ୍ତକାରୀ ପୋଲିସ ଏସ.ଆଇ ମିନତୀ ବଡ଼ ନାୟକ ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ ଯେ ଗତ ୪ ବର୍ଷ ତଳେ ହେମନ୍ତ ମାଝୀ ମହିଳା ଙ୍କୁ ସର୍ଗିଗୁଡା ଗ୍ରାମ ରୁ ପ୍ରେମ ବିବାହ କରିଥିଲେ।

The post ବିବାହିତା ମହିଳା ଙ୍କ ଅସ୍ୱାଭାବିକ ମୃତ୍ୟୁ, ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ବ୍ୟବଚ୍ଛେଦ ପରେ ଶବ ହସ୍ତାନ୍ତର। appeared first on Odisha.News.