ମାଲକାନଗିରିର ୩ ବୁଥ୍‌ରେ ଇଭିଏମ୍‌ ଅଚଳ, ଧାଡିରେ ଛିଡା ହୋଇଛନ୍ତି ଶହ ଶହ ଭୋଟର

ମାଲକାନଗିରି ୧୩।୦୫ : ଓଡିଶାରେ ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ । ୪ ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନ ପାଇଁ ଚାଲିଛି ମତଦାନ । ହେଲେ ନିର୍ବାଚନ ଆରମ୍ଭ ପୂର୍ବରୁ କିଛି ଇଭିଏମ୍‌ ତ୍ରୁଟି ଥିବା ସାମ୍ନାକୁ ଆସିଛି । ଖବର ଅନୁଯାୟୀ, ମାଲକାନଗିରି ପୌରପରିଷଦର ୫୪ ଏବଂ ୫୫ ନମ୍ବର ବୁଥ୍‌ରେ ବିବିଗୁଡ଼ା ସ୍କୁଲରେ ଥିବା ଇଭିଏମ୍‌ ମେସିନ ଅଚଳ ହୋଇଯାଇଛି । ଏହାସହିତ ୬୬ ନମ୍ବର ବୁଥ୍‌ କୁମୁଟିଗୁଡ଼ା ସ୍କୁଲରେ ଥିବା ଇଭିଏମ୍‌ ମେସିମ ମଧ୍ୟ ଅଚଳ ହୋଇଯାଇଛି । ଯାହାଫଳରେ ମତଦାନରେ ବାଧାପ୍ରାପ୍ତ ହୋଇଛି । ଧାଡିରେ ଠିଆ ହୋଇଛନ୍ତି ଶହ ଶହ ଭୋଟର । ସେହିପରି ନୂଆପଡ଼ାର ୧୦୧ ନଂ ବୁଥ୍‌ରେ ଇଭିଏମ୍ ତ୍ରୁଟିରୁ ମତଦାନରେ ବିଳମ୍ଵ ହୋଇଛି। ଖଡ଼ିଆଳ ଲୋହରାପାଲି ୮୯ ବୁଥ୍‌ ଓ ପୋଡାପାଲିର ୭୨ନଂ ବୁଥ୍‌ରେ ମତଦାନରେ ବିଳମ୍ବ ହୋଇଛି। ଜୟପୁରରେ ୧୬୦ ଓ ୧୯୪ ବୁଥ୍‌ରେ ମତଦାନରେ ବିଳମ୍ବ ହୋଇଛି। ବୋରିଗୁମାରେ ୫୯ ଓ ୬୦ ନଂ ବୁଥ୍‌ରେ ଇଭିଏମ୍ ଅଚଳ ହୋଇଛି। 

ମାଲକାନଗିରିର ୩ ବୁଥ୍‌ରେ ଇଭିଏମ୍‌ ଅଚଳ, ଧାଡିରେ ଛିଡା ହୋଇଛନ୍ତି ଶହ ଶହ ଭୋଟର

ମାଲକାନଗିରି ୧୩।୦୫ : ଓଡିଶାରେ ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ । ୪ ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନ ପାଇଁ ଚାଲିଛି ମତଦାନ । ହେଲେ ନିର୍ବାଚନ ଆରମ୍ଭ ପୂର୍ବରୁ କିଛି ଇଭିଏମ୍‌ ତ୍ରୁଟି ଥିବା ସାମ୍ନାକୁ ଆସିଛି । 

ଖବର ଅନୁଯାୟୀ, ମାଲକାନଗିରି ପୌରପରିଷଦର ୫୪ ଏବଂ ୫୫ ନମ୍ବର ବୁଥ୍‌ରେ ବିବିଗୁଡ଼ା ସ୍କୁଲରେ ଥିବା ଇଭିଏମ୍‌ ମେସିନ ଅଚଳ ହୋଇଯାଇଛି । ଏହାସହିତ ୬୬ ନମ୍ବର ବୁଥ୍‌ କୁମୁଟିଗୁଡ଼ା ସ୍କୁଲରେ ଥିବା ଇଭିଏମ୍‌ ମେସିମ ମଧ୍ୟ ଅଚଳ ହୋଇଯାଇଛି । ଯାହାଫଳରେ ମତଦାନରେ ବାଧାପ୍ରାପ୍ତ ହୋଇଛି । ଧାଡିରେ ଠିଆ ହୋଇଛନ୍ତି ଶହ ଶହ ଭୋଟର । 

ସେହିପରି ନୂଆପଡ଼ାର ୧୦୧ ନଂ ବୁଥ୍‌ରେ ଇଭିଏମ୍ ତ୍ରୁଟିରୁ ମତଦାନରେ ବିଳମ୍ଵ ହୋଇଛି। ଖଡ଼ିଆଳ ଲୋହରାପାଲି ୮୯ ବୁଥ୍‌ ଓ ପୋଡାପାଲିର ୭୨ନଂ ବୁଥ୍‌ରେ ମତଦାନରେ ବିଳମ୍ବ ହୋଇଛି। ଜୟପୁରରେ ୧୬୦ ଓ ୧୯୪ ବୁଥ୍‌ରେ ମତଦାନରେ ବିଳମ୍ବ ହୋଇଛି। ବୋରିଗୁମାରେ ୫୯ ଓ ୬୦ ନଂ ବୁଥ୍‌ରେ ଇଭିଏମ୍ ଅଚଳ ହୋଇଛି।