ଫ୍ରାନ୍ସରୁ ୨୬ ରାଫାଲ ଜେଟ୍‌ କିଣିବ ଭାରତ

ନୂଆଦିଲ୍ଲୀ,୨୦।୪: ଭାରତୀୟ ନୌସେନା ପାଇଁ ନୂଆଦିଲ୍ଲୀ ଫ୍ରାନ୍ସରୁ ୨୬ଟି ରାଫାଲ ମେରାଇନ୍‌ ଏୟାରକ୍ରାଫ୍ଟ କିଣିବାକୁ ଯାଉଛି। ଏଥିପାଇଁ ଆସନ୍ତା ୨୮ ତାରିଖରେ ଉଭୟ ଦେଶ ୬୩,୦୦୦ କୋଟି ଟଙ୍କାର ଚୁକ୍ତିନାମା ସ୍ବାକ୍ଷର କରିପାରନ୍ତି। ଏହା ଦୁଇଦେଶ ମଧ୍ୟରେ ସବୁଠୁ ବଡ଼ ଡିଲ୍‌ ହେବାକୁ ଯାଉଛି। ସାଉଥ୍‌ ବ୍ଲକ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖ୍ୟାଳୟ ବାହାରେ ଚୁକ୍ତି ସ୍ବାକ୍ଷର ବେଳେ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ସେବାଷ୍ଟିଏନ୍‌ ଲେକୋର୍ନୁଙ୍କ ସମେତ ଉଭୟ ଦେଶର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ। ଏଥିପାଇଁ ସେବାଷ୍ଟିଏନ୍‌ […] The post ଫ୍ରାନ୍ସରୁ ୨୬ ରାଫାଲ ଜେଟ୍‌ କିଣିବ ଭାରତ appeared first on Dharitri Odia News.

ଫ୍ରାନ୍ସରୁ ୨୬ ରାଫାଲ ଜେଟ୍‌ କିଣିବ ଭାରତ

ନୂଆଦିଲ୍ଲୀ,୨୦।୪: ଭାରତୀୟ ନୌସେନା ପାଇଁ ନୂଆଦିଲ୍ଲୀ ଫ୍ରାନ୍ସରୁ ୨୬ଟି ରାଫାଲ ମେରାଇନ୍‌ ଏୟାରକ୍ରାଫ୍ଟ କିଣିବାକୁ ଯାଉଛି। ଏଥିପାଇଁ ଆସନ୍ତା ୨୮ ତାରିଖରେ ଉଭୟ ଦେଶ ୬୩,୦୦୦ କୋଟି ଟଙ୍କାର ଚୁକ୍ତିନାମା ସ୍ବାକ୍ଷର କରିପାରନ୍ତି। ଏହା ଦୁଇଦେଶ ମଧ୍ୟରେ ସବୁଠୁ ବଡ଼ ଡିଲ୍‌ ହେବାକୁ ଯାଉଛି। ସାଉଥ୍‌ ବ୍ଲକ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖ୍ୟାଳୟ ବାହାରେ ଚୁକ୍ତି ସ୍ବାକ୍ଷର ବେଳେ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ସେବାଷ୍ଟିଏନ୍‌ ଲେକୋର୍ନୁଙ୍କ ସମେତ ଉଭୟ ଦେଶର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ। ଏଥିପାଇଁ ସେବାଷ୍ଟିଏନ୍‌ ଆସନ୍ତା ରବିବାର ନୂଆଦିଲ୍ଲୀରେ ପହଞ୍ଚତ୍ବା ଆଶା କରାଯାଉଛି। ୨୬ ଯୁଦ୍ଧବିମାନ ମିଳିବା ପରେ ଭାରତୀୟ ସେନାରେ ମୋଟ ରାଫାଲ ଜେଟ୍‌ ସଂଖ୍ୟା ୬୨କୁ ବୃଦ୍ଧି ପାଇବ। କିଣାଯିବାକୁ ଥିବା ୨୬ ଜେଟ୍‌ ମଧ୍ୟରୁ ୨୨ଟି ସିଙ୍ଗଲ୍‌ ସିଟର ହୋଇଥିବାବେଳେ ୪ଟି ଟୁଇନ୍‌-ସିଟର ଜେଟ୍‌।

The post ଫ୍ରାନ୍ସରୁ ୨୬ ରାଫାଲ ଜେଟ୍‌ କିଣିବ ଭାରତ appeared first on Dharitri Odia News.