ଫ୍ରି ଫାୟାର ଗେମ୍‌ ଖେଳିବା ସମୟରେ ହେଲା ବନ୍ଧୁତା, ଘର ଛାଡି ପଳାଇଲେ ୪ ଭଉଣୀ, ଭାଇରାଲ ହେଉଛି ମାମଲା

ଦୁନିଆରେ ଅନଲାଇନ୍‌ ଗେମ୍‌ ପାଇଁ ଲୋକଙ୍କର କ୍ରେଜ୍‌ ରହିଛି। ଲୋକମାନେ ଦିନସାରା ଖେଳଗୁଡିକର କଳ୍ପନା ଦୁନିଆରେ ବୁଡି ରହିଥା’ନ୍ତି । ବର୍ତ୍ତମାନ ଏହିପରି ଅନେକ ଖେଳ ମଧ୍ୟ ଆସିଛି । ଯେଉଁଠାରେ ଆପଣ ଅନଲାଇନ୍‌ ଗେମ୍‌ ଖେଳିବା ସମୟରେ ଅନ୍ୟ ଲୋକଙ୍କ ସହିତ କଥାବାର୍ତ୍ତା କରିପାରିବେ । ଏହି ସମୟରେ ଲୋକଙ୍କ ବନ୍ଧୁତା ମଧ୍ୟ ବଢୁଛି ଏବଂ ଅନେକ କ୍ଷେତ୍ରରେ ଏହା ବିବାହରେ ମଧ୍ୟ ପହଞ୍ଚେ । ସବୁଠୁ ବଡ଼ ଉଦାହରଣ ହେଉଛି ସୀମା ହାଇଦର୍‌ ଏବଂ […] The post ଫ୍ରି ଫାୟାର ଗେମ୍‌ ଖେଳିବା ସମୟରେ ହେଲା ବନ୍ଧୁତା, ଘର ଛାଡି ପଳାଇଲେ ୪ ଭଉଣୀ, ଭାଇରାଲ ହେଉଛି ମାମଲା appeared first on Dharitri Odia News.

ଫ୍ରି ଫାୟାର ଗେମ୍‌ ଖେଳିବା ସମୟରେ ହେଲା ବନ୍ଧୁତା, ଘର ଛାଡି ପଳାଇଲେ ୪ ଭଉଣୀ, ଭାଇରାଲ ହେଉଛି ମାମଲା

ଦୁନିଆରେ ଅନଲାଇନ୍‌ ଗେମ୍‌ ପାଇଁ ଲୋକଙ୍କର କ୍ରେଜ୍‌ ରହିଛି। ଲୋକମାନେ ଦିନସାରା ଖେଳଗୁଡିକର କଳ୍ପନା ଦୁନିଆରେ ବୁଡି ରହିଥା’ନ୍ତି । ବର୍ତ୍ତମାନ ଏହିପରି ଅନେକ ଖେଳ ମଧ୍ୟ ଆସିଛି । ଯେଉଁଠାରେ ଆପଣ ଅନଲାଇନ୍‌ ଗେମ୍‌ ଖେଳିବା ସମୟରେ ଅନ୍ୟ ଲୋକଙ୍କ ସହିତ କଥାବାର୍ତ୍ତା କରିପାରିବେ । ଏହି ସମୟରେ ଲୋକଙ୍କ ବନ୍ଧୁତା ମଧ୍ୟ ବଢୁଛି ଏବଂ ଅନେକ କ୍ଷେତ୍ରରେ ଏହା ବିବାହରେ ମଧ୍ୟ ପହଞ୍ଚେ । ସବୁଠୁ ବଡ଼ ଉଦାହରଣ ହେଉଛି ସୀମା ହାଇଦର୍‌ ଏବଂ ସଚିନ ମୀନା। ପବ୍‌ଜି ଖେଳିବାବେଳେ ପାକିସ୍ତାନର ସୀମା ହଇଦର ଏବଂ ଭାରତର ସଚିନଙ୍କ ଭିତରେ ଭଲ ପାଇବା ହୋଇଥିଲା ଏବଂ ଦୁହେଁ ବିବାହ କରିଥିଲେ। ବିହାରରୁ ଏଭଳି ଏକ ମାମଲା ଭାଇରାଲ ହେଉଛି। ଯେଉଁଠାରେ ଚାରି ଭଉଣୀ ଅନଲାଇନ୍‌ ଗେମ୍‌ ଫ୍ରି ଫାୟାର ଖେଳି କିଛି ପୁଅଙ୍କ ଦ୍ୱାରା ବିଭ୍ରାନ୍ତ ହୋଇ ଘରୁ ପଳାଇ ଯାଇଛନ୍ତି।

ନିକଟରେ ବିହାରର ସମସ୍ତିପୁର ଜିଲାର ଏକ ଆଶ୍ଚର୍ଯ୍ୟଜନକ ମାମଲା ଭାଇରାଲ ହେବାରେ ଲାଗିଛି। ଯେଉଁଠାରେ ଚାରି ଭଉଣୀ ବିଦ୍ୟାଳୟକୁ ଯାଇଥିଲେ, କିନ୍ତୁ ସ୍କୁଲରୁ ଘରକୁ ଫେରିନଥିଲେ। ଯେତେବେଳେ ତାଙ୍କ ପରିବାର ସଦସ୍ୟ ପୋଲିସ ନିକଟରେ ଅଭିଯୋଗ କରିଥିଲେ, ସେତେବେଳେ ମାମଲାଟି ସାମ୍ନାକୁ ଆସିଥିଲା। ବାସ୍ତବରେ, ବିହାରର ସମସ୍ତିପୁର ଜିଲାରେ ରହୁଥିବା ଚାରି ଭଉଣୀ ଅନଲାଇନ ଫ୍ରି ଫାୟାର ଗେମ୍‌ ଖେଳୁଥିଲେ । ଯେଉଁଠାରେ ତାଙ୍କର ପୁଅଙ୍କ ସହିତ ବନ୍ଧୁତା ହୋଇଥିଲା।

ପୋଲିସ ଏହି ଘଟଣାର ଅନୁସନ୍ଧାନ ବେଳେ ମହାରାଷ୍ଟ୍ରର ପୁଣେରେ ଏହି ଝିଅମାନଙ୍କର ଅବସ୍ଥିତି ଜାଣିବାକୁ ପାଇଲା। ପୋଲିସ ସେମାନଙ୍କର ସ୍ବତନ୍ତ୍ର ଟିମ ପଠାଇ ଚାରି ଝିଅଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ବେଳେ ୪ ଜଣ ପୁଅଙ୍କୁ ଗିରଫ କରିଥିଲା। ଫ୍ରି ଫାୟାର ଗେମ୍‌ ଖେଳିବାବେଳେ ଏହି ପୁଅମାନେ ଝିଅମାନଙ୍କୁ ପ୍ରଲୋଭିତ କରିଥିଲେ।

The post ଫ୍ରି ଫାୟାର ଗେମ୍‌ ଖେଳିବା ସମୟରେ ହେଲା ବନ୍ଧୁତା, ଘର ଛାଡି ପଳାଇଲେ ୪ ଭଉଣୀ, ଭାଇରାଲ ହେଉଛି ମାମଲା appeared first on Dharitri Odia News.