ଫ୍ରିଡମ୍‌ ରାଇସ୍‌ ବ୍ରାନ୍‌ ଅଏଲ୍‌ର ନୂତନ ଅଭିଯାନ

ନୂଆଦିଲ୍ଲୀ,୧୧।୯ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ଅଗ୍ରଣୀ ଖାଇବା ତେଲ ବ୍ରାଣ୍ଡ୍‌ ଫ୍ରିଡମ୍‌ ରାଇସ୍‌ ବ୍ରାନ୍‌ ଅଏଲର ବହୁ ପ୍ରତୀକ୍ଷିତ ଅଭିଯାନ ‘କୋଲେଷ୍ଟେରୋଲ୍‌ କି ସଫାଇ କା ସ୍ପେଶାଲିଷ୍ଟ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହି ଅଭିଯାନର ବାର୍ତ୍ତାକୁ ଦୃଢ ଭାବେ ‘ରାଇସ୍‌ ବ୍ରାନ୍‌ ଅଏଲ କରେ ଅନ୍ଦର ସେ ସଫାଇ’ ଶୀର୍ଷକ ଏକ ସଚେତନତା ଭିଡିଓର ଉନ୍ମୋଚନ କରାଯାଇଛି। ବ୍ରାଣ୍ଡ୍‌ର ଗ୍ରାହକଙ୍କୁ ସଚେତନ କରାଇବା ସହ ଆମର ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟକୁ ସୁରକ୍ଷିତ ଓ […] The post ଫ୍ରିଡମ୍‌ ରାଇସ୍‌ ବ୍ରାନ୍‌ ଅଏଲ୍‌ର ନୂତନ ଅଭିଯାନ appeared first on Dharitri Odia News.

ଫ୍ରିଡମ୍‌ ରାଇସ୍‌ ବ୍ରାନ୍‌ ଅଏଲ୍‌ର ନୂତନ ଅଭିଯାନ

ନୂଆଦିଲ୍ଲୀ,୧୧।୯ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ଅଗ୍ରଣୀ ଖାଇବା ତେଲ ବ୍ରାଣ୍ଡ୍‌ ଫ୍ରିଡମ୍‌ ରାଇସ୍‌ ବ୍ରାନ୍‌ ଅଏଲର ବହୁ ପ୍ରତୀକ୍ଷିତ ଅଭିଯାନ ‘କୋଲେଷ୍ଟେରୋଲ୍‌ କି ସଫାଇ କା ସ୍ପେଶାଲିଷ୍ଟ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହି ଅଭିଯାନର ବାର୍ତ୍ତାକୁ ଦୃଢ ଭାବେ ‘ରାଇସ୍‌ ବ୍ରାନ୍‌ ଅଏଲ କରେ ଅନ୍ଦର ସେ ସଫାଇ’ ଶୀର୍ଷକ ଏକ ସଚେତନତା ଭିଡିଓର ଉନ୍ମୋଚନ କରାଯାଇଛି। ବ୍ରାଣ୍ଡ୍‌ର ଗ୍ରାହକଙ୍କୁ ସଚେତନ କରାଇବା ସହ ଆମର ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟକୁ ସୁରକ୍ଷିତ ଓ ସୁନ୍ଦର ରଖିବାରେ ଏହି ତେଲର ଭୂମିକା ଯେତିକି ରହିଥାଏ ବ୍ରାଣ୍ଡ୍‌ ମଧ୍ୟ ସେତିକି ଧ୍ୟାନ ଦେଇଥାଏ। ସେହିଭଳି ରାଇସ୍‌ ବ୍ରାନ୍‌ ଅଏଲ ମଣିଷ ଶରୀରରେ କିପରି ବିଲ୍ଟ-ଅପ୍‌ କୋଲେଷ୍ଟେରୋଲକୁ ସଫା କରିବାରେ ବିଶେଷ ଭାବେ ସାହାଯ୍ୟ କରିଥାଏ। ଏପରିକି ଏହି ଅଭିଯାନ ଏହାକୁ ଦୈନନ୍ଦିନ ରୋଷେଇରେ ଅନ୍ତର୍ଭୁକ୍ତ କରିବାର ଗୁରୁତ୍ୱକୁ ସୁନ୍ଦର ଭାବେ ସୂଚିତ କରିଛୁ। ତେଲର ଉଚ୍ଚ ଅରିଜାନୋଲ ବିଷୟବସ୍ତୁକୁ ଗୁରୁତ୍ୱ ଦେଇ କୋଲେଷ୍ଟେରୋଲସ୍ତର ପରିଚାଳନା କରିବାର କ୍ଷମତା ସହ ଏହି ଅଭିଯାନ ଗ୍ରାହକଙ୍କୁ ଏହାର ସ୍ବାସ୍ଥ୍ୟ ଉପକାରିତା ବିଷୟରେ ଶିକ୍ଷାଦେବା ପାଇଁ ଲକ୍ଷ୍ୟ ରଖିଛି। ଏ ସମ୍ପର୍କରେ ଫ୍ରିଡମ୍‌ ରାଇସ୍‌ ବ୍ରାନ୍‌ ଅଏଲର ବରିଷ୍ଠ ଉପସଭାପତି (ସେଲ୍‌ସ ଆଣ୍ଡ ମାର୍କେଟିଂ) ପି. ଚନ୍ଦ୍ରଶେଖର ରେଡ୍ଡୀ କହିଛନ୍ତି, ଆମ ବ୍ରାଣ୍ଡ୍‌ କେବଳ ରନ୍ଧନ ପାଇଁ ଜରୁରୀ ନୁହେଁ, ଫ୍ରିଡମ୍‌ ରାଇସ୍‌ ବ୍ରାନ୍‌ ଅଏଲ ଆମର ସ୍ବାସ୍ଥ୍ୟ ସଚେତନ ଗ୍ରାହକଙ୍କ ପାଇଁ ଏକ ବିଶ୍ୱସ୍ତ ସହଯୋଗୀ ମଧ୍ୟ ହୋଇପାରିଛି। ଏପରିକି ୧୦,୦୦୦ ପିପିଏମ୍‌ରୁ ଅଧିକ ଓରିଜାନୋଲରେ ଆମେ ଏକ ଉତ୍ପାଦ ଯୋଗାଇବା ପାଇଁ ସମର୍ପିତ ରହିଛୁ, ଯାହା ଉଭୟ ସ୍ବାଦ ଏବଂ ସୁସ୍ଥତାକୁ ସମର୍ଥନ କରିଥାଏ। ଆମର ରାଇସ୍‌ ବ୍ରାନ୍‌ ଅଏଲକୁ ଆପଣଙ୍କ ରନ୍ଧନ କାର୍ଯ୍ୟରେ ଅନ୍ତର୍ଭୁକ୍ତ କରିବା ସହ ଉନ୍ନତ ସ୍ବାସ୍ଥ୍ୟ ଦିଗରେ ଏକ ସହଜ ତଥାପି ପ୍ରଭାବଶାଳୀ ପଦକ୍ଷେପ ଭାବେ ସନ୍ତୁଳିତ ଫ୍ୟାଟି ଏସିଡ୍‌ ପ୍ରୋଫାଇଲ, ଉଚ୍ଚ ଧୂଆଁ ବିନ୍ଦୁ ଏବଂ ନିରପେକ୍ଷ ସ୍ବାଦକୁ ବିଭିନ୍ନ ପ୍ରକାର ଖାଦ୍ୟ ପାଇଁ ଏହା ଏକ ଉତ୍କୃଷ୍ଟ ପସନ୍ଦ କରିଥାଏ। ଫ୍ରିଡମ୍‌ ରାଇସ୍‌ ବ୍ରାନ୍‌ ଅଏଲ୍‌ ଚୟନକରି, ତୁମେ ତୁମର ଭୋଜନର ସ୍ବାଦ ବଢ଼ାଇବା ସହିତ ରାନ୍ଧିବା ପାଇଁ ଏକ ସୁସ୍ଥ ଉପାୟ ଅବଲମ୍ବନକର, ଯାହା ଆପଣଙ୍କ ପରିବାର ପାଇଁ ଲାଭଦାୟକ ହେବ।

The post ଫ୍ରିଡମ୍‌ ରାଇସ୍‌ ବ୍ରାନ୍‌ ଅଏଲ୍‌ର ନୂତନ ଅଭିଯାନ appeared first on Dharitri Odia News.