ଫ୍ୟାନ୍ସଙ୍କ ପାଇଁ ଗୁଡନ୍ୟୁଜ୍, ‘ଡନ୍-୩’ରେ କମ୍ବ୍ୟାକ୍ କରିବେ ପ୍ରିୟଙ୍କା
ମୁମ୍ଵାଇ, ୧୦।୦୧ : ଭାରତୀୟ ଫିଲ୍ମ ପ୍ରଶଂସକଙ୍କ ପାଇଁ ଖୁସି ଖବର। କମ୍ବ୍ୟାକ୍ କରିବେ ଦେଶୀ ଗାର୍ଲ। ଏସ୍ଏସ୍ ରାଜମୌଲୀଙ୍କ ୧୦୦୦ କୋଟି ବଜେଟର ଫିଲ୍ମରେ ଆସିବେ ନଜର। ମହେଶ ବାବୁଙ୍କ ସହ କରିବେ ଅଭିନୟ। ଏହା ପୂର୍ବରୁ ରଣବୀର ସିଂଙ୍କ ଅଭିନୀତ ଡନ୍ ୩ରେ ଆସିପାରନ୍ତି ନଜର। ଯାହାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ଫ୍ୟାନ୍ସ। ତେବେ ଏହି ଖବର କେତେ ସତ କେତେ ଗୁଜବ ତାହା ଜଣାପଡ଼ି ନାହିଁ ଭାରତୀୟ ଫିଲ୍ମରେ ଗ୍ଲୋବାଲ୍ ଷ୍ଟାର ପ୍ରିୟଙ୍କା ଚୋପ୍ରାଙ୍କ ଅମବ୍ୟାକ୍ ପାଇଁ ତାଙ୍କ ଫ୍ୟାନ୍ସ ଅନେଇ ବସିଛନ୍ତି। ଖୁବ୍ଶୀଘ୍ର ଏହି ଅପେକ୍ଷାର ଅନ୍ତ ହେବାକୁ ଯାଉଛି। ଏସ୍ଏସ୍ ରାଜମୌଲୀଙ୍କ ୧୦୦୦ କୋଟି ବଜେଟର ଫିଲ୍ମରେ ପ୍ରିୟଙ୍କା ଚୋପ୍ରା ଅଭିନୟ କରିବେ। ଏହା ପୂର୍ବରୁ ରଣବୀର ସିଂଙ୍କ ଅଭିନୀତ ଡନ୍ ୩ରେ ନଜର ଆସିପାରନ୍ତି। ୨୦୦୬ରେ ଫରହାନ ଅଖତାର ଜଙ୍ଗଲୀ ବିଲ୍ଲୀ ଭାବେ ପ୍ରିୟଙ୍କାଙ୍କୁ ଚରିତ୍ରକୁ ଉପସ୍ଥାପନ କରିଥିଲେ । ଯାହାକୁ ବେଶ୍ ପସନ୍ଦ କରିଥିଲେ ଦର୍ଶକ। ଶାହାରୁଖ ପ୍ରଥମ ୨ଟି ସଂସ୍କରଣରେ ଅଭିନୟ କରିଥିବା ବେଳେ ଏଥର ରଣବୀରଙ୍କୁ ଏହି ଭୂମିକା ପାଇଁ ବଛା ଯାଇଛି। ରଣବୀରଙ୍କ ସହ କିୟାରା ଆଡଭାନୀଙ୍କୁ ମୂଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଡନ୍ ଫିଲ୍ମରେ ଶାହାରୁଖଙ୍କ ସହ ପ୍ରିୟଙ୍କାଙ୍କ ମତଭେଦ ହୋଇଥିବା ଖବର ପ୍ରକାଶ ପାଇଥିଲା । ଏଥର ତାଙ୍କ ଅନୁପସ୍ଥିତିରେ ପ୍ରିୟଙ୍କା ଅଭିନୟ କରିବେ ବୋଲି ଆଶା କରାଯାଉଛି। ସେପଟେ ରାଜମୌଲୀଙ୍କ ଜଙ୍
ମୁମ୍ଵାଇ, ୧୦।୦୧ : ଭାରତୀୟ ଫିଲ୍ମ ପ୍ରଶଂସକଙ୍କ ପାଇଁ ଖୁସି ଖବର। କମ୍ବ୍ୟାକ୍ କରିବେ ଦେଶୀ ଗାର୍ଲ। ଏସ୍ଏସ୍ ରାଜମୌଲୀଙ୍କ ୧୦୦୦ କୋଟି ବଜେଟର ଫିଲ୍ମରେ ଆସିବେ ନଜର। ମହେଶ ବାବୁଙ୍କ ସହ କରିବେ ଅଭିନୟ। ଏହା ପୂର୍ବରୁ ରଣବୀର ସିଂଙ୍କ ଅଭିନୀତ ଡନ୍ ୩ରେ ଆସିପାରନ୍ତି ନଜର। ଯାହାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ଫ୍ୟାନ୍ସ। ତେବେ ଏହି ଖବର କେତେ ସତ କେତେ ଗୁଜବ ତାହା ଜଣାପଡ଼ି ନାହିଁ
ଭାରତୀୟ ଫିଲ୍ମରେ ଗ୍ଲୋବାଲ୍ ଷ୍ଟାର ପ୍ରିୟଙ୍କା ଚୋପ୍ରାଙ୍କ ଅମବ୍ୟାକ୍ ପାଇଁ ତାଙ୍କ ଫ୍ୟାନ୍ସ ଅନେଇ ବସିଛନ୍ତି। ଖୁବ୍ଶୀଘ୍ର ଏହି ଅପେକ୍ଷାର ଅନ୍ତ ହେବାକୁ ଯାଉଛି। ଏସ୍ଏସ୍ ରାଜମୌଲୀଙ୍କ ୧୦୦୦ କୋଟି ବଜେଟର ଫିଲ୍ମରେ ପ୍ରିୟଙ୍କା ଚୋପ୍ରା ଅଭିନୟ କରିବେ। ଏହା ପୂର୍ବରୁ ରଣବୀର ସିଂଙ୍କ ଅଭିନୀତ ଡନ୍ ୩ରେ ନଜର ଆସିପାରନ୍ତି। ୨୦୦୬ରେ ଫରହାନ ଅଖତାର ଜଙ୍ଗଲୀ ବିଲ୍ଲୀ ଭାବେ ପ୍ରିୟଙ୍କାଙ୍କୁ ଚରିତ୍ରକୁ ଉପସ୍ଥାପନ କରିଥିଲେ । ଯାହାକୁ ବେଶ୍ ପସନ୍ଦ କରିଥିଲେ ଦର୍ଶକ। ଶାହାରୁଖ ପ୍ରଥମ ୨ଟି ସଂସ୍କରଣରେ ଅଭିନୟ କରିଥିବା ବେଳେ ଏଥର ରଣବୀରଙ୍କୁ ଏହି ଭୂମିକା ପାଇଁ ବଛା ଯାଇଛି। ରଣବୀରଙ୍କ ସହ କିୟାରା ଆଡଭାନୀଙ୍କୁ ମୂଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଡନ୍ ଫିଲ୍ମରେ ଶାହାରୁଖଙ୍କ ସହ ପ୍ରିୟଙ୍କାଙ୍କ ମତଭେଦ ହୋଇଥିବା ଖବର ପ୍ରକାଶ ପାଇଥିଲା । ଏଥର ତାଙ୍କ ଅନୁପସ୍ଥିତିରେ ପ୍ରିୟଙ୍କା ଅଭିନୟ କରିବେ ବୋଲି ଆଶା କରାଯାଉଛି।
ସେପଟେ ରାଜମୌଲୀଙ୍କ ଜଙ୍ଗଲ ଆଡଭେନଚର ଉପରେ ନିର୍ମିତ ଫିଲ୍ମରେ ପ୍ରିୟଙ୍କା ଅଭିନୟ କରିବେ ବୋଲି ହଁ ମାରିଛନ୍ତି । ତେବେ ଡନ ୩ରେ ସେ ଅଭିନୟ କରିବେ କି ନାହିଁ ତାହା ମେକର୍ସ କନଫର୍ମ କରିନାହାଁନ୍ତି। ଖୁବ ଶୀଘ୍ର ତାହା ସ୍ପଷ୍ଟ ହୋଇଯିବ। ଏହାକୁ ନେଇ ଏବେଠୁ ଲୋକମାନେ କମେଣ୍ଟ କରିବା ଆରମ୍ଭ କରିଦେଲେଣି। ବର୍ତ୍ତମାନ ପୀଢିର କୌଣସି ଅଭିନେତ୍ରୀ ରୋମା ଭୂମିକାରେ ଅଭିନୟ କରିପାରିବେ ନାହିଁ ବୋଲି ଲେଖିଛନ୍ତି। ଯଦି ଡନ୍ ୩ରେ ପ୍ରିୟଙ୍କା ଅଭିନୟ କରନ୍ତି ତେବେ ବକ୍ସ ଅଫିସ୍ରେ ଭଲ ବ୍ୟବସାୟ କରିବ।