ଫ୍ୟାନ୍ସଙ୍କୁ ଗୁଡନ୍ୟୁଜ୍ ଦେଲେ ଅମୀର ଖାନ୍, ୬୦ ବର୍ଷରେ ଖୋଲିଲେ ୟୁଟ୍ୟୁବ ଚ୍ୟାନେଲ
ମୁମ୍ଵାଇ ୨୭।୦୩; ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମୀର ଖାନ। ଏବେ ସୋସିଆଲ ମିଡିଆରେ ମଧ୍ୟ ରାଜ କରିବାକୁ ପ୍ରସ୍ତୁତ। ୩୦ ବର୍ଷର ଫିଲ୍ମ କ୍ୟାରିୟର ପରେ, ଏବେ ୬୦ ବର୍ଷ ବୟସରେ, ଅମୀର ନିଜର ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଲିଛନ୍ତି। ଯାହାର ନାମ ଅମୀର ଖାନ ଟକିଜ୍ । ତାଙ୍କର ଏହି ଚ୍ୟାନେଲ୍ ବହୁତ ସ୍ପେଶାଲ ହେବାକୁ ଯାଉଛି। କାରଣ ଏଠାରେ ବଡ଼ ପରଦା ପଛରେ ଥିବା ଅଜଣା, ଅଶୁଣା କାହାଣୀ କୁହାଯିବ।ଅମୀର ଖାନ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଦର୍ଶକଙ୍କୁ ଫିଲ୍ମ ସୁଟିଂର ଆକର୍ଷଣୀୟ କାହାଣୀ ଏବଂ ଗସିପ୍ ପଛରେ ଥିବା ସତ କହିବେ। ଜଣେ ଅଭିନେତା ଏବଂ ପ୍ରଯୋଜକ ଭାବରେ ପ୍ରସିଦ୍ଧ ହେବା ପରେ, ବର୍ତ୍ତମାନ ଅମୀରଙ୍କ ଏହି ନୂତନ ଯାତ୍ରା ପାଇଁ ପ୍ରଶଂସକମାନେ ବହୁତ ଉତ୍ସାହିତ।ଅମୀର ପ୍ରଡକ୍ସନ ୟୁଟ୍ୟୁବ୍ ଚ୍ୟାନେଲର ଘୋଷଣା କରିବା ସହ ଏକ ଭିଡିଓ ସେୟାର କରି ଲେଖିଛି, "ସିନେମା, କାହାଣୀ ଏବଂ ଅବିସ୍ମରଣୀୟ ମୁହୂର୍ତ୍ତ! ଆମେ ଏପରି କାହାଣୀ ସୃଷ୍ଟି କରିଛୁ ଯାହା ଆପଣଙ୍କୁ ବର୍ଷ ବର୍ଷ ଧରି ହସାଇବ, କନ୍ଦାଇବ ଏବଂ ଚିନ୍ତା କରିବେ। ଏବେ ଆମେ ଅମୀର ଖାନ ଟକିଜ୍ ଜରିଆରେ ଆପଣଙ୍କ ପାଇଁ ସିନେମା ଜଗତର ଏକ ନୂଆ ଅନ୍ଦାଜ ଆଣିଛୁ! ଏହା ଏପରି ଏକ ସ୍ଥାନ ହେବ ଯେଉଁଠାରେ ଷ୍ଟୋରୀ ଟେଲିଂ ଏବଂ ରିଆଲିଟିର ମିଳିନ ହେବ। ଏଠାରେ ଆପଣଙ୍କୁ ପରଦା ପଛର ଅଦୃଶ୍ୟ ମୁହୂର୍ତ୍ତଠାରୁ ଆରମ୍ଭ କରି ଆମେ ତିଆରି କରିଥିବା ଫିଲ୍ମ ଉପରେ ଗଭୀର ଆଲୋଚନା ପର୍ଯ୍ୟନ୍ତ ସବୁକିଛି ପ
ମୁମ୍ଵାଇ ୨୭।୦୩; ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମୀର ଖାନ। ଏବେ ସୋସିଆଲ ମିଡିଆରେ ମଧ୍ୟ ରାଜ କରିବାକୁ ପ୍ରସ୍ତୁତ। ୩୦ ବର୍ଷର ଫିଲ୍ମ କ୍ୟାରିୟର ପରେ, ଏବେ ୬୦ ବର୍ଷ ବୟସରେ, ଅମୀର ନିଜର ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଲିଛନ୍ତି। ଯାହାର ନାମ ଅମୀର ଖାନ ଟକିଜ୍ । ତାଙ୍କର ଏହି ଚ୍ୟାନେଲ୍ ବହୁତ ସ୍ପେଶାଲ ହେବାକୁ ଯାଉଛି। କାରଣ ଏଠାରେ ବଡ଼ ପରଦା ପଛରେ ଥିବା ଅଜଣା, ଅଶୁଣା କାହାଣୀ କୁହାଯିବ।

ଅମୀର ଖାନ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଦର୍ଶକଙ୍କୁ ଫିଲ୍ମ ସୁଟିଂର ଆକର୍ଷଣୀୟ କାହାଣୀ ଏବଂ ଗସିପ୍ ପଛରେ ଥିବା ସତ କହିବେ। ଜଣେ ଅଭିନେତା ଏବଂ ପ୍ରଯୋଜକ ଭାବରେ ପ୍ରସିଦ୍ଧ ହେବା ପରେ, ବର୍ତ୍ତମାନ ଅମୀରଙ୍କ ଏହି ନୂତନ ଯାତ୍ରା ପାଇଁ ପ୍ରଶଂସକମାନେ ବହୁତ ଉତ୍ସାହିତ।
ଅମୀର ପ୍ରଡକ୍ସନ ୟୁଟ୍ୟୁବ୍ ଚ୍ୟାନେଲର ଘୋଷଣା କରିବା ସହ ଏକ ଭିଡିଓ ସେୟାର କରି ଲେଖିଛି, "ସିନେମା, କାହାଣୀ ଏବଂ ଅବିସ୍ମରଣୀୟ ମୁହୂର୍ତ୍ତ! ଆମେ ଏପରି କାହାଣୀ ସୃଷ୍ଟି କରିଛୁ ଯାହା ଆପଣଙ୍କୁ ବର୍ଷ ବର୍ଷ ଧରି ହସାଇବ, କନ୍ଦାଇବ ଏବଂ ଚିନ୍ତା କରିବେ। ଏବେ ଆମେ ଅମୀର ଖାନ ଟକିଜ୍ ଜରିଆରେ ଆପଣଙ୍କ ପାଇଁ ସିନେମା ଜଗତର ଏକ ନୂଆ ଅନ୍ଦାଜ ଆଣିଛୁ! ଏହା ଏପରି ଏକ ସ୍ଥାନ ହେବ ଯେଉଁଠାରେ ଷ୍ଟୋରୀ ଟେଲିଂ ଏବଂ ରିଆଲିଟିର ମିଳିନ ହେବ। ଏଠାରେ ଆପଣଙ୍କୁ ପରଦା ପଛର ଅଦୃଶ୍ୟ ମୁହୂର୍ତ୍ତଠାରୁ ଆରମ୍ଭ କରି ଆମେ ତିଆରି କରିଥିବା ଫିଲ୍ମ ଉପରେ ଗଭୀର ଆଲୋଚନା ପର୍ଯ୍ୟନ୍ତ ସବୁକିଛି ପାଇବେ!"
ଅମୀର ଖାନ ଟକିଜର ୱେଲକମ ଭିଡିଓରେ, ଅମୀର କହିଛନ୍ତି-ସେ ବହୁତ ଦିନ ଧରି ଏପରି ଏକ ପ୍ଲାଟଫର୍ମ ସୃଷ୍ଟି କରିବାକୁ ଚାହୁଁଥିଲେ ଯେଉଁଠାରେ ସେ ଖୋଲାଖୋଲି ଭାବରେ ତାଙ୍କ ଫିଲ୍ମ ଏବଂ ସିନେମା ନିର୍ମାଣ କଳା ବିଷୟରେ କଥା ହୋଇପାରିବେ। ଏବେ ଏହି ସ୍ୱପ୍ନ ସତ ହୋଇଛି। ଏହି YouTube ଚ୍ୟାନେଲ୍ ଆପଣଙ୍କୁ ସିନେମା ପଛର ଦୁନିଆ ସହିତ ପରିଚିତ କରାଇବ। ଏହା ପ୍ରତ୍ୟେକ ଦୃଶ୍ୟ ପଛରେ ଥିବା ଚିନ୍ତାଧାରା, ନିର୍ଦ୍ଦେଶକଙ୍କ ଦୃଷ୍ଟିକୋଣ, କାହାଣୀ କହିବା ପଦ୍ଧତି ଏବଂ ଚଳଚ୍ଚିତ୍ର ନିର୍ମାଣର ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଦେଖାଯିବ। ଏଠାରେ ଆପଣ ପରଦା ପଛର ଅଦୃଶ୍ୟ ଝଲକ ମଧ୍ୟ ଦେଖିପାରିବେ। ଯାହା ଆପଣଙ୍କୁ କହିବ ଯେ ଏକ ଫିଲ୍ମ କିପରି ତିଆରି ହୁଏ ଏବଂ ଏଥିରେ କେତେ କଠିନ ପରିଶ୍ରମ ଲାଗେ।
ଏହି ଚ୍ୟାନେଲରେ କେବଳ ଚଳଚ୍ଚିତ୍ର ନିର୍ମାଣର କାହାଣୀ ପ୍ରଦର୍ଶିତ ହେବ ନାହିଁ, ବରଂ ଅଭିନେତାମାନଙ୍କ ଦ୍ୱାରା ଆଲୋଚନା, ଗ୍ରୁପ ଡିସ୍କସନ୍ ମଧ୍ୟ ପ୍ରଦର୍ଶିତ ହେବ। ଅମୀର ଖାନ ପ୍ରଡକ୍ସନ ସହିତ ଜଡିତ କଳାକାରମାନେ ସେମାନଙ୍କର ଅଭିଜ୍ଞତା ବାଣ୍ଟିବେ, ଯାହା ପ୍ରଶଂସକମାନଙ୍କୁ ସିନେମା ଜଗତକୁ ଅଧିକ ନିକଟରୁ ବୁଝିବାର ସୁଯୋଗ ଦେବ।