ବଏଲଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ଶାନ୍ତି ଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱ

ପାଟଣାଗଡ ୨୧।୯ (ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ ଏନଏସିସ୍ଥିତ ହରିଶଙ୍କର ସମ୍ମିଳନୀ ସଦନଠାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଦଶହରା ବଏଲଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣାଗଡ ଉପଜିଲାପାଳ ଅମିତ କୁମାର ନାଏକ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ତହସିଲଦାର ରୁଦ୍ର ମୋହନ ନାଏକ, ଏନଏସି ଅଧ୍ୟକ୍ଷା ମାନଶୀ ବିଶାଳ, ଉପନଗର ନଗରପାଳ ପ୍ରଫୁଲ୍ଲ କୁମାର ମେହେର ପୋଲିସ ଏସଆଇ ବ୍ରଜକିଶୋର ପଣ୍ଡା, ପିଡବ୍ଲୁଡି ଏସଡିଓ ଅରୁଣ […] The post ବଏଲଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ଶାନ୍ତି ଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱ appeared first on Dharitri Odia News.

ବଏଲଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ଶାନ୍ତି ଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱ

ପାଟଣାଗଡ ୨୧।୯ (ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ ଏନଏସିସ୍ଥିତ ହରିଶଙ୍କର ସମ୍ମିଳନୀ ସଦନଠାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଦଶହରା ବଏଲଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣାଗଡ ଉପଜିଲାପାଳ ଅମିତ କୁମାର ନାଏକ ଯୋଗଦେଇଥିଲେ।

ସମ୍ମାନିତ ଅତିଥି ଭାବେ ତହସିଲଦାର ରୁଦ୍ର ମୋହନ ନାଏକ, ଏନଏସି ଅଧ୍ୟକ୍ଷା ମାନଶୀ ବିଶାଳ, ଉପନଗର ନଗରପାଳ ପ୍ରଫୁଲ୍ଲ କୁମାର ମେହେର ପୋଲିସ ଏସଆଇ ବ୍ରଜକିଶୋର ପଣ୍ଡା, ପିଡବ୍ଲୁଡି ଏସଡିଓ ଅରୁଣ ପ୍ରକାଶ ଟେଟେ, ଲୋକ ସଭା ଏମ୍‌ପିଙ୍କ ପ୍ରତିନିଧି ସନ୍ତୋଷ ମେହେର ଉପସ୍ଥିତ ରହି ଦଶହରା ଓ ବଏଲଯାତ୍ରା ଶାନ୍ତି ଶୃଙ୍ଖଳା ରକ୍ଷା ସହ ସୂଚାରୁ ରୂପେ କିଭଳି ବହୁ ଆଡ଼ମ୍ବରେ ଆରମ୍ଭ ପାଳନ କରାଯିବ ସେନେଇ ବୈଠକରେ ଆଲୋଚନା କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ପ୍ରସାଶନିକ ଅଧିକାରୀଙ୍କ ସମେତ ଦେବତର କମିଟିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

 

The post ବଏଲଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ଶାନ୍ତି ଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱ appeared first on Dharitri Odia News.