ବକେୟା ବିଲ ଛାଡ଼ ପ୍ରସଙ୍ଗ: ରାଜ୍ୟରେ ୨୩ଟି ଶିଳ୍ପ ସଂସ୍ଥା ଦେଇନାହାନ୍ତି ୧୦୯୬ କୋଟି ଟଙ୍କା
କନକ ବ୍ୟୁରୋ: ୧୦ ବର୍ଷ ମଧ୍ୟରେ ୧୪ଟି ଶିଳ୍ପ ସଂସ୍ଥାକୁ ୪୦୯୭ କୋଟି ବକେୟା ବିଲ ଛାଡ଼ କରାଯାଇଛି। ରାଜ୍ୟର ୨୩ଟି ଶିଳ୍ପ ସଂସ୍ଥା ଦେଉ ନାହାନ୍ତି ବକେୟା ବିଜୁଳି ବିଲ । ୨୩ ଟି ପ୍ରମୁଖ ଶିଳ୍ପ ସଂସ୍ଥା ଉପରେ ୧୦୯୬ କୋଟି ଟଙ୍କା ବକେୟା ରହିଛି । ଜିନ୍ଦଲ ୨୮୫ କୋଟି ଟଙ୍କା ବାକି ରଖିଥିବା ବେଳେ ଭିସା ଷ୍ଟିଲ ଯାଜପୁରର ୨୪୬ କୋଟି, ଜିଏମ ଆର କମଳାଙ୍ଗ ଏନର୍ଜି ୧୭୯ କୋଟି ଟଙ୍କା, ମାଇଥାନ ଇସ୍ପାତ ନିଗମ ଲିମିଟେଡ଼ ୮୫ କୋଟି ଟଙ୍କା ବକେୟା ରଖିଛନ୍ତି । ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଲିଖିତ ଉତ୍ତର ରଖିଥିବାବେଳେ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ବିଭାଗୀୟ ତଥ୍ୟକୁ ତର୍ଜମା କରାଯାଉଥିବା କହିଛନ୍ତି । ତେବେ ରେଗୁଲେଟାରୀ ବଡି ବକେୟା ବିଲ ଛାଡ଼ କରିବା ପାଇଁ କିଭଳି ଅନୁମତି ଦେଲା ବୋଲି ପ୍ରଶ୍ନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ଏହାସହ ପୁରୁଣା ତଥ୍ୟକୁ ଅନୁଧ୍ୟାନ କରାଯାଉଛି, ବିଭାଗ ଆଗକୁ ବଡ ପଦକ୍ଷେପ ନେଇପାରେ ବୋଲି ଇଙ୍ଗିତ କରିଛନ୍ତି ମନ୍ତ୍ରୀ ।

କନକ ବ୍ୟୁରୋ: ୧୦ ବର୍ଷ ମଧ୍ୟରେ ୧୪ଟି ଶିଳ୍ପ ସଂସ୍ଥାକୁ ୪୦୯୭ କୋଟି ବକେୟା ବିଲ ଛାଡ଼ କରାଯାଇଛି। ରାଜ୍ୟର ୨୩ଟି ଶିଳ୍ପ ସଂସ୍ଥା ଦେଉ ନାହାନ୍ତି ବକେୟା ବିଜୁଳି ବିଲ । ୨୩ ଟି ପ୍ରମୁଖ ଶିଳ୍ପ ସଂସ୍ଥା ଉପରେ ୧୦୯୬ କୋଟି ଟଙ୍କା ବକେୟା ରହିଛି ।
ଜିନ୍ଦଲ ୨୮୫ କୋଟି ଟଙ୍କା ବାକି ରଖିଥିବା ବେଳେ ଭିସା ଷ୍ଟିଲ ଯାଜପୁରର ୨୪୬ କୋଟି, ଜିଏମ ଆର କମଳାଙ୍ଗ ଏନର୍ଜି ୧୭୯ କୋଟି ଟଙ୍କା, ମାଇଥାନ ଇସ୍ପାତ ନିଗମ ଲିମିଟେଡ଼ ୮୫ କୋଟି ଟଙ୍କା ବକେୟା ରଖିଛନ୍ତି । ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଲିଖିତ ଉତ୍ତର ରଖିଥିବାବେଳେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ।
ବିଭାଗୀୟ ତଥ୍ୟକୁ ତର୍ଜମା କରାଯାଉଥିବା କହିଛନ୍ତି । ତେବେ ରେଗୁଲେଟାରୀ ବଡି ବକେୟା ବିଲ ଛାଡ଼ କରିବା ପାଇଁ କିଭଳି ଅନୁମତି ଦେଲା ବୋଲି ପ୍ରଶ୍ନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ଏହାସହ ପୁରୁଣା ତଥ୍ୟକୁ ଅନୁଧ୍ୟାନ କରାଯାଉଛି, ବିଭାଗ ଆଗକୁ ବଡ ପଦକ୍ଷେପ ନେଇପାରେ ବୋଲି ଇଙ୍ଗିତ କରିଛନ୍ତି ମନ୍ତ୍ରୀ ।