ମହିଳା ଓକିଲଙ୍କୁ ଡ୍ରେସ ଖୋଲିବାକୁ କହିଲେ, ପରେ ନେଇ ଗଲେ ୧୦ ଲକ୍ଷ

ମହିଳା ଜଣଙ୍କ ପେଶାରେ ଜଣେ ଓକିଲ। ସେ ନିଜ ଅଭିଯୋଗରେ କହିଛନ୍ତି ଯେ ଏପ୍ରିଲ ୫ରେ କିଛି ଲୋକ ତାଙ୍କୁ ଫୋନରେ ଯୋଗାଯୋଗ କରିଥିଲେ।

ମହିଳା ଓକିଲଙ୍କୁ ଡ୍ରେସ ଖୋଲିବାକୁ କହିଲେ, ପରେ ନେଇ ଗଲେ ୧୦ ଲକ୍ଷ

ଠକାମୀରେ ପଡ଼ିଛନ୍ତି ଜଣେ ମହିଳା ଓକିଲ। ଠକମାନେ ନିଜକୁ କଷ୍ଟମ ଅଫିସର ଭାବେ ପରିଚୟ ଦେଇ ପ୍ରଥମେ ମହିଳାଙ୍କୁ ଭିଡିଓ କଲରେ ଡ୍ରେସ ଖୋଲିବାକୁ କହିଥିଲେ। ଏହାପରେ ତାଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଠକି ନେଇ ଯାଇଥିବା ବେଙ୍ଗାଲୁରୁର ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି।

ମହିଳା ଜଣଙ୍କ ପେଶାରେ ଜଣେ ଓକିଲ। ସେ ନିଜ ଅଭିଯୋଗରେ କହିଛନ୍ତି ଯେ ଏପ୍ରିଲ ୫ରେ କିଛି ଲୋକ ତାଙ୍କୁ ଫୋନରେ ଯୋଗାଯୋଗ କରିଥିଲେ। ମୁମ୍ବାଇ କଷ୍ଟମ ବିଭାଗର ଅଫିସର ଭାବେ ଠକମାନେ ପରିଚୟ ଦେଇ ମହିଳାଙ୍କ ସହ କଥାବାର୍ତ୍ତା କରିଥିଲେ।

ଠିକମାନେ ମହିଳାଙ୍କୁ କହିଥିଲେ ଯେ ତାଙ୍କ ନାଁରେ ଗୋଟିଏ ପ୍ୟାକ୍ଟେଟ ସିଙ୍ଗାପୁର ଯିବାର ଥିଲା। ଏହାକୁ ଯାଞ୍ଚ କରିବା ବେଳେ ସେଥିରୁ ନିଶାଦ୍ରବ୍ୟ ବାହାରିଛି। ତେଣୁ ନାର୍କୋଟିକ୍ସ ଟେଷ୍ଟ ପାଇଁ ସେମାନେ ମହିଳାଙ୍କୁ ଭିଡିଓ କଲରେ ଡ୍ରେସ ଖୋଲିବାକୁ କହିଥିଲେ।

ଦୁଇ ଦାନ କାଳ ବିଭିନ୍ନ ସମୟରେ ସେମାନେ ମହିଳାଙ୍କୁ କଲ କରି ଯାଞ୍ଚ କରିଥିଲେ। ଏହାପରେ ସେମାନେ ଡ୍ରେସ ଖୋଲିବା ବେଳର ଭିଡିଓକୁ ରେକର୍ଡ କରି ନେଇଥିଲେ। ଉକ୍ତ ଭିଡିଓ ଦେଖାଇ ସାଇବର ଠକମାନେ ମହିଳାଙ୍କୁ ବ୍ଲାକମେଲ କରିବା ଆରମ୍ଭ କରି ଦେଇଥିଲେ।

ଯଦି ସେ ୧୦ ଲକ୍ଷ ଟଙ୍କା ନ ଦେବେ, ତା’ହେଲେ ଉକ୍ତ ଭିଡିଓକୁ ସେମାନେ ସୋଶାଲ ମିଡିଆରେ ଅପଲୋଡ କରି ଦେବେ ବୋଲି ଧମକ ଦେଇଥିଲେ। ଏଥିରେ ମହିଳା ଜଣଙ୍କ ଡରି ଯାଇଥିଲେ। ସେ ଭିଡିଓ ଭାଇରାଲ ନ କରିବା ପାଇଁ ଠକମାନେ ପଠାଇଥିବା ଆକାଉଣ୍ଟକୁ ୧୦ ଲକ୍ଷ ଟଙ୍କା ପଠାଇଥିବା ନିଜ ଅଭିଯୋଗରେ କହିଛି।

ଏପ୍ରିଲ ୭ରେ ପୁଲିସ୍‌ ଅଭିଯୋଗ ପାଇବା ପରେ ଆଇଟି ଓ ଆଇପିସିର ବିଭିନ୍ନ ଦଫାରେ ମାମଲାରେ କରି ଘଟଣାର ତଦନ୍ତ ଆରମ୍ଭ କରିଛି।