ବିଜୁ ଶ୍ରମିକ ସାମ୍ମୁଖ୍ୟ ପକ୍ଷରୁ ବ୍ରହ୍ମପୁରରେ ଶ୍ରମିକ କନଭେନସନ, ଶଙ୍ଖ ଚିହ୍ନରେ ଭୋଟ୍ ଦେବାକୁ ଅପିଲ୍
ଭୁବନେଶ୍ବର ୨୭।୪: ବିଜୁ ଶ୍ରମିକ ସାମ୍ମୁଖ୍ୟ ପକ୍ଷରୁ ବ୍ରହ୍ମପୁରରେ ଶ୍ରମିକ କନଭେନସନ ଅନୁଷ୍ଠିତ ହୋଇ ଯାଇଛି । ରାଜ୍ୟରେ ଶ୍ରମିକଙ୍କ ମଜୁରି ବୃଦ୍ଧି କରାଯାଇଛି । ୫୯ ବର୍ଷ ମଧ୍ୟରେ ଏକ କାଳୀନ ଦୈନିକ ୧୦୦ ଟଙ୍କା ମଜୁରୀ ବୃଦ୍ଧି କରିଛନ୍ତି । ଦୈନିକ ମଜୁରୀ ୩୪୬ ଟଙ୍କାରୁ ୪୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ରାଜ୍ୟରେ ଏକ କୋଟି ଶ୍ରମିକ ହେବେ ଉପକୃତ । ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୨ ଲକ୍ଷ ୪୮ ହଜାର ଶ୍ରମିକ ପଞ୍ଜିକୃତ ହୋଇଛନ୍ତି ।ବିଭିନ୍ନ ଯୋଜନାରେ ୩୫୨୪ କୋଟି ଟଙ୍କା ସହାୟତା ପ୍ରଦାନ କରାଯାଇଛି । ସ୍ୱାସ୍ଥ୍ୟ, ଶିକ୍ଷା, ମଜୁରୀ, ଖାଦ୍ୟ ଗ୍ୟାରେଣ୍ଟି ଦେଇଛି ରାଜ୍ୟ ସରକାର । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ଯୁକ୍ତ ୩, ପିଜିର ୯୮ ପ୍ରତିଶତ ଛାତ୍ରଛାତ୍ରୀ ସ୍କଲାରସିପ୍ ପାଇବା ଦେଶରେ ବିରଳ ।ସବୁ ସ୍ତରରେ ଶ୍ରମିକ ମାନଙ୍କୁ ଦକ୍ଷତା ବୃଦ୍ଧି ତାଲିମ ଦିଆଯାଇ କୁଶଳୀ କରାଯାଉଛି । ଶ୍ରମିକମାନଙ୍କ ଉନ୍ନତି ପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି ନବୀନ ସରକାର । ପୁଣି ଥରେ ନବୀନ ବିଜୟୀ ହୋଇ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ଶ୍ରମିକ ମାନଙ୍କ ଆହୁରି ବିକାଶ ଦିଗରେ ପଦକ୍ଷେପ ଗ୍ରହଣ କରିବେ । ଏଥିପାଇଁ ବିଜେଡ଼ି ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କରିଛନ୍ତି ବିଜେଡ଼ି ରାଜ୍ୟ ଶ୍ରମିକ ସାମ୍ମୁଖ୍ୟ ଏବଂ ଗୋପାଳପୁର ବିଜେଡ଼ି ବିଧାୟକ ପ୍ରାର୍ଥୀ ବିକ୍ରମ
ଭୁବନେଶ୍ବର ୨୭।୪: ବିଜୁ ଶ୍ରମିକ ସାମ୍ମୁଖ୍ୟ ପକ୍ଷରୁ ବ୍ରହ୍ମପୁରରେ ଶ୍ରମିକ କନଭେନସନ ଅନୁଷ୍ଠିତ ହୋଇ ଯାଇଛି । ରାଜ୍ୟରେ ଶ୍ରମିକଙ୍କ ମଜୁରି ବୃଦ୍ଧି କରାଯାଇଛି । ୫୯ ବର୍ଷ ମଧ୍ୟରେ ଏକ କାଳୀନ ଦୈନିକ ୧୦୦ ଟଙ୍କା ମଜୁରୀ ବୃଦ୍ଧି କରିଛନ୍ତି । ଦୈନିକ ମଜୁରୀ ୩୪୬ ଟଙ୍କାରୁ ୪୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ରାଜ୍ୟରେ ଏକ କୋଟି ଶ୍ରମିକ ହେବେ ଉପକୃତ । ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୨ ଲକ୍ଷ ୪୮ ହଜାର ଶ୍ରମିକ ପଞ୍ଜିକୃତ ହୋଇଛନ୍ତି ।
ବିଭିନ୍ନ ଯୋଜନାରେ ୩୫୨୪ କୋଟି ଟଙ୍କା ସହାୟତା ପ୍ରଦାନ କରାଯାଇଛି । ସ୍ୱାସ୍ଥ୍ୟ, ଶିକ୍ଷା, ମଜୁରୀ, ଖାଦ୍ୟ ଗ୍ୟାରେଣ୍ଟି ଦେଇଛି ରାଜ୍ୟ ସରକାର । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ଯୁକ୍ତ ୩, ପିଜିର ୯୮ ପ୍ରତିଶତ ଛାତ୍ରଛାତ୍ରୀ ସ୍କଲାରସିପ୍ ପାଇବା ଦେଶରେ ବିରଳ ।
ସବୁ ସ୍ତରରେ ଶ୍ରମିକ ମାନଙ୍କୁ ଦକ୍ଷତା ବୃଦ୍ଧି ତାଲିମ ଦିଆଯାଇ କୁଶଳୀ କରାଯାଉଛି । ଶ୍ରମିକମାନଙ୍କ ଉନ୍ନତି ପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି ନବୀନ ସରକାର । ପୁଣି ଥରେ ନବୀନ ବିଜୟୀ ହୋଇ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ଶ୍ରମିକ ମାନଙ୍କ ଆହୁରି ବିକାଶ ଦିଗରେ ପଦକ୍ଷେପ ଗ୍ରହଣ କରିବେ । ଏଥିପାଇଁ ବିଜେଡ଼ି ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କରିଛନ୍ତି ବିଜେଡ଼ି ରାଜ୍ୟ ଶ୍ରମିକ ସାମ୍ମୁଖ୍ୟ ଏବଂ ଗୋପାଳପୁର ବିଜେଡ଼ି ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡା ।
You Can Read :
୩ ମାସ ଦରମା ଦେଲେନି ବୋଲି ମାଲିକକୁ ମାରିଦେଲା, ହତ୍ୟାର ୮ ଘଣ୍ଟା ପରେ ଅଭିଯୁକ୍ତ ଗିରଫ