ବିବାହିତ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ, ଥାନାରେ ସ୍ବାମୀ ଅଟକ
ଗୁଣପୁର : ମୁଣ୍ଡ ବାଡ଼େଇ ବାଡ଼େଇ କାନ୍ଦୁଛି ବାପା । କେତେ ଗେଲ ବସରରେ ଝିଅକୁ ବଡ଼ କରିଥିଲେ । ଝିଅ ବଡ଼ ହେବା ପରେ ଧୁମଧାମରେ ଝିଅର ବାହାଘର କରିଥିଲେ । କିନ୍ତୁ ଆଜି ଝିଅର ମରଶରୀରକୁ ଦେଖି ଅଧୈର୍ଯ୍ୟ ହୋଇପଡ଼ୁଛନ୍ତି । କେମିତି ବା ନିଜ କୋହକୁ ସମ୍ଭାଳିବେ । ଝିଅ ମୃତ୍ୟୁର କାରଣ ବି ଜାଣି ନାହାନ୍ତି ବାପା । ଆଉ ଏବେ ରାସ୍ତା ଉପରେ ବସି ଝିଅକୁ ଝୁରି ହେଉଛନ୍ତି । […] The post ବିବାହିତ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ, ଥାନାରେ ସ୍ବାମୀ ଅଟକ appeared first on KNews Odisha.

ଗୁଣପୁର : ମୁଣ୍ଡ ବାଡ଼େଇ ବାଡ଼େଇ କାନ୍ଦୁଛି ବାପା । କେତେ ଗେଲ ବସରରେ ଝିଅକୁ ବଡ଼ କରିଥିଲେ । ଝିଅ ବଡ଼ ହେବା ପରେ ଧୁମଧାମରେ ଝିଅର ବାହାଘର କରିଥିଲେ । କିନ୍ତୁ ଆଜି ଝିଅର ମରଶରୀରକୁ ଦେଖି ଅଧୈର୍ଯ୍ୟ ହୋଇପଡ଼ୁଛନ୍ତି । କେମିତି ବା ନିଜ କୋହକୁ ସମ୍ଭାଳିବେ । ଝିଅ ମୃତ୍ୟୁର କାରଣ ବି ଜାଣି ନାହାନ୍ତି ବାପା । ଆଉ ଏବେ ରାସ୍ତା ଉପରେ ବସି ଝିଅକୁ ଝୁରି ହେଉଛନ୍ତି । ଝିଅର ସନ୍ଦେହଜନକ ମୃତ୍ୟୁକୁ ନେଇ ଥାନାରେ ଅଭିଯୋଗ କରିଛନ୍ତି ମୃତ ଝିଅର ମା’ ।
ଝିଅ ବାହାଘରକୁ ମାତ୍ର ୨ ବର୍ଷ ପୁରିଥିଲା । ସୁନାର ସଂସାର ଗଢ଼ିବା ପୂର୍ବରୁ ଅନିତାଙ୍କ ଜୀବନରେ ପଡ଼ିଗଲା ପୂର୍ଣ୍ଣଚ୍ଛେଦ । ରାୟଗଡ଼ା ଜିଲ୍ଲା ଗୁଣପୁର ପୌର ପରିଷଦ ୧୭ ନଂ ୱାର୍ଡ ବିକ୍ରମପୁର ଗାଁ ଦଣ୍ଡାସି ସାହିରେ ବାହା ହୋଇଥିଲେ ଅନିତା ମାଣ୍ଡାଙ୍ଗୀ । ଗତ ଦୁଇ ବର୍ଷ ତଳେ ଝିଅ ଅନୀତାକୁ ବାହା ଦେଇଥିଲେ ଘର ଲୋକେ । କିନ୍ତୁ ଏବେ ଅନୀତାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ଅନିତା ମାଣ୍ଡାଙ୍ଗୀଙ୍କୁ ବୟସ ମାତ୍ର ୨୦ ବର୍ଷ । ଅନୀତାଙ୍କ ନିଜ ଘର ରାମନାଗୁଡ଼ା ବ୍ଲକ୍ ନାଲପଣ୍ଡା ଗାଁରେ । ଗୁଣପୁର ପୌରପରିଷଦ ବିକ୍ରମପୁର ଦଣ୍ଡାସି ସାହିର ହର୍ସୁ କୁମ୍ବୁରିକାକୁ ଅନିତା ମାଣ୍ଡାଙ୍ଗି ଦୁଇ ବର୍ଷ ତଳେ ବିବାହ କରିଥିଲେ । କିନ୍ତୁ ଅଚାନକ୍ ଏମିତି ତାଙ୍କ ମୃତ୍ୟୁ ହେବ ବାପା ମା’ କେବେ ବି କଳ୍ପନା କରିନଥିଲେ । କେଉଁ କାରଣରୁ ଅନିତାଙ୍କ ମୃତ୍ୟୁ ଘଟିଛି ତାହା ଜଣାପଡ଼ିନଥିବା ବେଳେ ମୃତ ଅନିତାଙ୍କ ମା ଭାନୁ ମାଣ୍ଡାଙ୍ଗି ତାଙ୍କ ଝିଅକୁ ମାରି ଦେଇଥିବା ଥାନାରେ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ଗୁଣପୁର ପୋଲିସ୍ ପହଞ୍ଚି ମୃତ ଦେହକୁ ଜବତ କରି ଘଟଣାର ଅଧିକ ଅନୁସନ୍ଧାନ ଚଳାଇଛି । ଏପଟେ ସ୍ବାମୀ ହର୍ସୁ କୁମ୍ବରିକାକୁ ପୋଲିସ ଥାନାରେ ଅଟକ ରଖି ପଚରାଉଚୁରା କରୁଛି ।
ଅନୀତାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ପୋଲିସ ତଦନ୍ତ ଚଲାଇଛି ସତ କିନ୍ତୁ ଝିଅ ମୃତ୍ୟୁରେ ଧୈର୍ଯ୍ୟହରା ହୋଇପଡ଼ିଛନ୍ତି ଅନୀତାଙ୍କ ବାପା । ଏପଟେ ଏଭଳି ଘଟଣାକୁ ନେଇ ସାରା ଗାଁରେ ଚାଞ୍ଚଲ୍ୟ ଖେଳିଯାଇଛି । ଘଟଣାର ସଠିକ୍ ତଦନ୍ତ କରାଯାଇ ଅନୀତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇବାକୁ ଦାବି କରିଛନ୍ତି ବାପା ମା’ ।
Also Read:କଦଳୀ ବିକାଳିଙ୍କ ସନ୍ଦେହଜନକ ମୃତ୍ୟୁ, ଡ୍ରେନ୍ କଡ଼ରୁ ଉଦ୍ଧାର ହେଲା ମୃତଦେହ
The post ବିବାହିତ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ, ଥାନାରେ ସ୍ବାମୀ ଅଟକ appeared first on KNews Odisha.