ବକ୍ସ ଅଫିସରେ ଇତିହାସ ରଚିବାକୁ ପ୍ରସ୍ତୁତ ‘ପୁଷ୍ପା ୨’,ଏସବୁ ଫିଲ୍ମର ପ୍ରଥମ ଦିନର ରେକର୍ଡ ହେବ ଧ୍ଵସ୍ତ !

ମୁମ୍ବାଇ: ଅଲ୍ଲୁ ଅର୍ଜୁନ ଓ ଫହାଦ ଫାସିଲଙ୍କ ଅଭିନୀତ ଫିଲ୍ମ 'ପୁଷ୍ପା ୨' ବକ୍ସ ଅଫିସ୍‌ରେ ଧମାଲ ମଚାଇବାକୁ ପ୍ରସ୍ତୁତ। ଫିଲ୍ମ ଡିସେମ୍ବର ୫ରେ ରିଲିଜ୍ ହେଉଥିବା ବେଳେ ଏହାର କ୍ରେଜ ଚରମରେ ପହଞ୍ଚିଛି। ପ୍ରତ୍ୟେକ ଦର୍ଶକ ଫିଲ୍ମ ଦେଖିବା ପାଇଁ ଚାତକ ପରି ଚାହିଁ ରହିଛନ୍ତି। ଡିସେମ୍ବର ୧ରୁ ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇ ସାରିଛି। ଆଉ ପୁଷ୍ପା ୨  ପ୍ରଥମ ଦିନର ଆଡଭାନ୍ସ ବୁକିଂରୁ ୫୦ କୋଟି କଲେକ୍ସନ କରି ସାରିଲାଣି। ଫିଲ୍ମ ରିଲିଜକୁ ଆଉ ଦୁଇ ଦିନ ବାକି ରହିଥିବା ବେଳେ ଏହି କଲେକ୍ସନ ଆହୁରି ବଢିବାରେ ଲାଗିଛି। ଫଳରେ ପ୍ରଥମ ଦିନର ବକ୍ସ  ଅଫିସ କଲେକ୍ସନରେ ପୁଷ୍ପା ୨ ବଡ଼ ବଡ଼ ଫିଲ୍ମର ରେକର୍ଡ ଭାଙ୍ଗିପାରେ।ଆରଆରଆରଏସଏସ ରାଜାମୌଲୀଙ୍କ ଫିଲ୍ମ ଆରଆରଆର ଭାରତୀୟ ଫିଲ୍ମରେ କମାଲ କରିଥିଲା। ଫିଲ୍ମରେ ରାମଚରଣ, ଜୁନିୟର ଏନଟିଆରଙ୍କ ସହିତ ଅଜୟ ଦେବଗନ ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମ ପ୍ରଥମ ଦିନରେ ୨୦୦ କୋଟିରୁ ଅଧିକ କାରବାର କରିଥିଲା।ଫିଲ୍ମର ଓ୍ଵାର୍ଲ୍ଡ ଓ୍ଵାଇଡ କଲେକ୍ସନ ୨୩୩ କୋଟି ଟଙ୍କା ଥିଲା।ବାହୁବଳୀ ୨ଏସଏସ ରାଜାମୌଲୀଙ୍କ ଆଉ ଏକ ବ୍ଲକବଷ୍ଟର ଫିଲ୍ମ ହେଉଛି ବାହୁବଳୀ ୨। ପ୍ରଭାସଙ୍କ ଅଭିନୀତ ଏହି  ଚଳଚ୍ଚିତ୍ର ପ୍ରଥମ ଦିନରେ ୨୧୭ କୋଟିର କାରବାର କରି ବକ୍ସଅଫିସରେ ସୁନାମୀ ଆଣିଥିଲା।କଲକି ୨୮୯୮ ଏଡିପ୍ରଭାସଙ୍କ କଲକି ୨୮୯୮ ଏଡି ଚଳିତ ବର୍ଷ ରିଲିଜ ହୋଇଥିଲା। ଫିଲ୍ମରେ ପ୍ରଭାସଙ୍କ ସ

ବକ୍ସ ଅଫିସରେ ଇତିହାସ ରଚିବାକୁ ପ୍ରସ୍ତୁତ ‘ପୁଷ୍ପା ୨’,ଏସବୁ ଫିଲ୍ମର ପ୍ରଥମ ଦିନର ରେକର୍ଡ ହେବ ଧ୍ଵସ୍ତ !

ମୁମ୍ବାଇ: ଅଲ୍ଲୁ ଅର୍ଜୁନ ଓ ଫହାଦ ଫାସିଲଙ୍କ ଅଭିନୀତ ଫିଲ୍ମ 'ପୁଷ୍ପା ୨' ବକ୍ସ ଅଫିସ୍‌ରେ ଧମାଲ ମଚାଇବାକୁ ପ୍ରସ୍ତୁତ। ଫିଲ୍ମ ଡିସେମ୍ବର ୫ରେ ରିଲିଜ୍ ହେଉଥିବା ବେଳେ ଏହାର କ୍ରେଜ ଚରମରେ ପହଞ୍ଚିଛି। ପ୍ରତ୍ୟେକ ଦର୍ଶକ ଫିଲ୍ମ ଦେଖିବା ପାଇଁ ଚାତକ ପରି ଚାହିଁ ରହିଛନ୍ତି। ଡିସେମ୍ବର ୧ରୁ ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇ ସାରିଛି। ଆଉ ପୁଷ୍ପା ୨  ପ୍ରଥମ ଦିନର ଆଡଭାନ୍ସ ବୁକିଂରୁ ୫୦ କୋଟି କଲେକ୍ସନ କରି ସାରିଲାଣି। ଫିଲ୍ମ ରିଲିଜକୁ ଆଉ ଦୁଇ ଦିନ ବାକି ରହିଥିବା ବେଳେ ଏହି କଲେକ୍ସନ ଆହୁରି ବଢିବାରେ ଲାଗିଛି। ଫଳରେ ପ୍ରଥମ ଦିନର ବକ୍ସ  ଅଫିସ କଲେକ୍ସନରେ ପୁଷ୍ପା ୨ ବଡ଼ ବଡ଼ ଫିଲ୍ମର ରେକର୍ଡ ଭାଙ୍ଗିପାରେ।

ଆରଆରଆର

ଏସଏସ ରାଜାମୌଲୀଙ୍କ ଫିଲ୍ମ ଆରଆରଆର ଭାରତୀୟ ଫିଲ୍ମରେ କମାଲ କରିଥିଲା। ଫିଲ୍ମରେ ରାମଚରଣ, ଜୁନିୟର ଏନଟିଆରଙ୍କ ସହିତ ଅଜୟ ଦେବଗନ ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମ ପ୍ରଥମ ଦିନରେ ୨୦୦ କୋଟିରୁ ଅଧିକ କାରବାର କରିଥିଲା।ଫିଲ୍ମର ଓ୍ଵାର୍ଲ୍ଡ ଓ୍ଵାଇଡ କଲେକ୍ସନ ୨୩୩ କୋଟି ଟଙ୍କା ଥିଲା।

ବାହୁବଳୀ ୨

ଏସଏସ ରାଜାମୌଲୀଙ୍କ ଆଉ ଏକ ବ୍ଲକବଷ୍ଟର ଫିଲ୍ମ ହେଉଛି ବାହୁବଳୀ ୨। ପ୍ରଭାସଙ୍କ ଅଭିନୀତ ଏହି  ଚଳଚ୍ଚିତ୍ର ପ୍ରଥମ ଦିନରେ ୨୧୭ କୋଟିର କାରବାର କରି ବକ୍ସଅଫିସରେ ସୁନାମୀ ଆଣିଥିଲା।

କଲକି ୨୮୯୮ ଏଡି

ପ୍ରଭାସଙ୍କ କଲକି ୨୮୯୮ ଏଡି ଚଳିତ ବର୍ଷ ରିଲିଜ ହୋଇଥିଲା। ଫିଲ୍ମରେ ପ୍ରଭାସଙ୍କ ସହିତ ଅମିତାଭ ବଚ୍ଚନ ଓ ଦୀପିକା ପାଦୁକୋନ ଗୁରୁତ୍ଵପୂର୍ଣ୍ଣ ଚରିତ୍ରରେ ଅଭିନୟ କରିଥିଲେ। ଏହି ଫିଲ୍ମ ମଧ୍ୟ ବକ୍ସଅଫିସରେ ଦମଦାର କାରବାର କରିଥିଲା। ଫିଲ୍ମର ପ୍ରଥମ ଦିନର ଓ୍ଵାର୍ଲ୍ଡ ଓ୍ଵାଇଡ୍ କଲେକ୍ସନ ୧୭୫ କୋଟି ଟଙ୍କା ରହିଥିଲା।

କେଜିଏଫ ଚାପ୍ଟର ୨

ୟଶଙ୍କ ଫିଲ୍ମ କେଜିଏଫର ପ୍ରଥମ ପାର୍ଟ ସୁପରହିଟ୍ ରହିଥିଲା। ଏହା ପରେ ନିର୍ମାତା ଦ୍ଵିତୀୟ ପାର୍ଟ ନିର୍ମାଣ କରିଥିଲେ। ଆଉ ଫିଲ୍ମଟି ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା। କେଜିଏଫ ୨ ପ୍ରଥମ ଦିନରେ ୧୫୯ କୋଟି ଟଙ୍କାର ଆୟ କରିଥିଲା।

ଯବାନ

ଶାହରୁଖ ଖାନଙ୍କ ଫିଲ୍ମ ଯବାନ ମଧ୍ୟ ବ୍ଲକବଷ୍ଟର ରହିଥିଲା। ପ୍ରଥମ ଦିନରେ ଫିଲ୍ମ ୧୨୯ କୋଟି ଟଙ୍କାର କାରବାର କରିଥିଲା। 

ଏବେ ଦେଖିବାକୁ ବାକି ରହିଲା ପୁଷ୍ପା ୨ ଏଥିରୁ କେତୋଟି ଫିଲ୍ମର ରେକର୍ଡ ଭାଙ୍ଗିବାରେ ସଫଳ ହେଉଛି।