ବକ୍ସର-ଟାଟାନଗର ଏକ୍ସପ୍ରେସ୍ ରେ ଅଗ୍ନିକାଣ୍ଡ, ସବୁ ଯାତ୍ରୀ ସୁରକ୍ଷିତ
ପୁରୁଲିଆ ୫।୩: ବକ୍ସରରୁ ଟାଟାନଗର ଯାଉଥିବା ଏକ୍ସପ୍ରେସ୍ ଟ୍ରେନର ଜେନେରାଲ ବଗିରେ ବୁଧବାର ଅଗ୍ନିକାଣ୍ଡ ଘଟିଛି। ଟ୍ରେନରେ ନିଆଁ ଲାଗିଥିବାର ଖବର ମିଳିବା ମାତ୍ରେ ରେଳବାଇ ଅଧିକାରୀମାନେ ଟ୍ରେନକୁ ଛଡରା ଷ୍ଟେସନରେ ଅଟକାଇ ନିଆଁକୁ ଆୟତ୍ତ କରିଛନ୍ତି। ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ। ତେବେ ଚଳନ୍ତା ଟ୍ରେନରେ ନିଆଁ ଲାଗିବା ଯୋଗୁ ଯାତ୍ରୀ ହତାହତ ହେବାନେଇ କୌଣସି ସୂଚନା ଆସି ନାହିଁ। ଟ୍ରେନଟି ଛଡରା ଷ୍ଟେସନରେ ଅଟକି ରହିଛି। ବକ୍ସରରୁ ଟାଟାନଗର ଯାଉଥିବା ୧୮୧୮୪ ବକ୍ସର-ଟାଟା ଏକ୍ସପ୍ରେସ୍ ଟ୍ରେନରେ କେତେବେଳେ ନିଆଁ ଲାଗିଲା ତାହା ଜଣାପଡି ନାହିଁ। ବୁଧବାର ମଧ୍ୟାହ୍ନରେ ଟ୍ରେନ ଚାଲୁଥିବା ବେଳେ ଜେନେରାଲ ବଗିରୁ ଧୂଆଁ ବାହାରୁଥିବା ଦେଖାଯାଇଥିଲା। ଏଣୁ ଯାତ୍ରୀମାନେ ଚିତ୍କାର କରିଥିଲେ। ଟ୍ରେନରେ ନିଆଁ ଲାଗିଥିବାର ରେଳ କର୍ମଚାରୀ ଜାଣିବା ପରେ ପୁରୁଲିଆ ଷ୍ଟେସନ ପୂର୍ବରୁ ଛଡରା ଷ୍ଟେସନରେ ଟ୍ରେନକୁ ଅଟକାଇ ଦେଇଥିଲେ। ଲାଗିଥିବା ନିଆଁକୁ ପ୍ରଥମେ ଟ୍ରେନରେ ଥିବା ଅଗ୍ନିନିର୍ବାପକ ଯନ୍ତ୍ର ଦ୍ୱାରା ଲିଭାଇବାକୁ ଉଦ୍ୟମ କରାଯାଇଥିଲା। ତେବେ ଏଥିରେ ରେଳକର୍ମଚାରୀ ସଫଳ ନ ହେବାରୁ ପୁରୁଲିଆ ଷ୍ଟେସନକୁ ଟ୍ରେନରେ ନିଆଁ ଲାଗିଥିବାର ସୂଚନା ଦିଆଯାଇଥିଲା। ପୁରୁଲିଆରୁ ତୁରନ୍ତ ଏକ ରିଲିଫ ଟ୍ରେନକୁ ଛଡରା ଷ୍ଟେସନ ଅଭିମୁଖ୍ୟ ଛଡା ଯାଇଥିଲା ଓ ଦମକଳ ବିଭାଗକୁ ସୂଚିତ କରାଯାଇଥିଲା। ରିଲିଫ ଟ୍ରେନ ପହଞ୍ଚି ଟ୍ରେନରୁ ଯାତ୍ରୀଙ୍କୁ ସୁରକ
ପୁରୁଲିଆ ୫।୩: ବକ୍ସରରୁ ଟାଟାନଗର ଯାଉଥିବା ଏକ୍ସପ୍ରେସ୍ ଟ୍ରେନର ଜେନେରାଲ ବଗିରେ ବୁଧବାର ଅଗ୍ନିକାଣ୍ଡ ଘଟିଛି। ଟ୍ରେନରେ ନିଆଁ ଲାଗିଥିବାର ଖବର ମିଳିବା ମାତ୍ରେ ରେଳବାଇ ଅଧିକାରୀମାନେ ଟ୍ରେନକୁ ଛଡରା ଷ୍ଟେସନରେ ଅଟକାଇ ନିଆଁକୁ ଆୟତ୍ତ କରିଛନ୍ତି। ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ। ତେବେ ଚଳନ୍ତା ଟ୍ରେନରେ ନିଆଁ ଲାଗିବା ଯୋଗୁ ଯାତ୍ରୀ ହତାହତ ହେବାନେଇ କୌଣସି ସୂଚନା ଆସି ନାହିଁ। ଟ୍ରେନଟି ଛଡରା ଷ୍ଟେସନରେ ଅଟକି ରହିଛି।
ବକ୍ସରରୁ ଟାଟାନଗର ଯାଉଥିବା ୧୮୧୮୪ ବକ୍ସର-ଟାଟା ଏକ୍ସପ୍ରେସ୍ ଟ୍ରେନରେ କେତେବେଳେ ନିଆଁ ଲାଗିଲା ତାହା ଜଣାପଡି ନାହିଁ। ବୁଧବାର ମଧ୍ୟାହ୍ନରେ ଟ୍ରେନ ଚାଲୁଥିବା ବେଳେ ଜେନେରାଲ ବଗିରୁ ଧୂଆଁ ବାହାରୁଥିବା ଦେଖାଯାଇଥିଲା। ଏଣୁ ଯାତ୍ରୀମାନେ ଚିତ୍କାର କରିଥିଲେ। ଟ୍ରେନରେ ନିଆଁ ଲାଗିଥିବାର ରେଳ କର୍ମଚାରୀ ଜାଣିବା ପରେ ପୁରୁଲିଆ ଷ୍ଟେସନ ପୂର୍ବରୁ ଛଡରା ଷ୍ଟେସନରେ ଟ୍ରେନକୁ ଅଟକାଇ ଦେଇଥିଲେ।
ଲାଗିଥିବା ନିଆଁକୁ ପ୍ରଥମେ ଟ୍ରେନରେ ଥିବା ଅଗ୍ନିନିର୍ବାପକ ଯନ୍ତ୍ର ଦ୍ୱାରା ଲିଭାଇବାକୁ ଉଦ୍ୟମ କରାଯାଇଥିଲା। ତେବେ ଏଥିରେ ରେଳକର୍ମଚାରୀ ସଫଳ ନ ହେବାରୁ ପୁରୁଲିଆ ଷ୍ଟେସନକୁ ଟ୍ରେନରେ ନିଆଁ ଲାଗିଥିବାର ସୂଚନା ଦିଆଯାଇଥିଲା। ପୁରୁଲିଆରୁ ତୁରନ୍ତ ଏକ ରିଲିଫ ଟ୍ରେନକୁ ଛଡରା ଷ୍ଟେସନ ଅଭିମୁଖ୍ୟ ଛଡା ଯାଇଥିଲା ଓ ଦମକଳ ବିଭାଗକୁ ସୂଚିତ କରାଯାଇଥିଲା। ରିଲିଫ ଟ୍ରେନ ପହଞ୍ଚି ଟ୍ରେନରୁ ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରିବା ପରେ ଦମକଳ ବିଭାଗ କର୍ମଚାରୀ ନିଆଁକୁ ଆୟତ୍ତ କରିଥିଲେ। ଟ୍ରେନଟି ଏବେ ବି ଛଡରା ଷ୍ଟେସନରେ ଅଟକି ରହିଛି।