ବଜାଉଥିଲେ ଟିଣଡ଼ବା: ମାଡ଼ି ଆସିଲା ଦନ୍ତା
ଯୋଡ଼ା,୨୮ା୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଅଧୀନ ବାମେବାରି ସେକ୍ସନ ନମ୍ବିରା ମୁଣ୍ଡାସାହିରେ ଏକ ଦନ୍ତାହାତୀ ଜଣେ ଯୁବକଙ୍କୁ ଦଳିଦେଇଛି। ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗ୍ରାମର ହରି ମୁଣ୍ଡା(୪୧)। ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ରାତିରେ ଏକ ଦନ୍ତା ହାତୀ ଗ୍ରାମରେ ପଶିଥିଲା। ହରି ତାଙ୍କ ଘର ନିକଟରେ ହାତୀ ଥିବା ଦେଖି ଘଉଡ଼ାଇବା ପାଇଁ ଟିଣଡ଼ବା ପିଟିଥିଲେ। ମାତ୍ର ହାତୀଟି ହରିଙ୍କ ଆଡ଼କୁ ମାଡ଼ି ଆସିଥିଲା। ପରେ ଶୁଣ୍ଢରେ […] The post ବଜାଉଥିଲେ ଟିଣଡ଼ବା: ମାଡ଼ି ଆସିଲା ଦନ୍ତା appeared first on Dharitri Odia News.
ଯୋଡ଼ା,୨୮ା୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଅଧୀନ ବାମେବାରି ସେକ୍ସନ ନମ୍ବିରା ମୁଣ୍ଡାସାହିରେ ଏକ ଦନ୍ତାହାତୀ ଜଣେ ଯୁବକଙ୍କୁ ଦଳିଦେଇଛି। ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗ୍ରାମର ହରି ମୁଣ୍ଡା(୪୧)।
ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ରାତିରେ ଏକ ଦନ୍ତା ହାତୀ ଗ୍ରାମରେ ପଶିଥିଲା। ହରି ତାଙ୍କ ଘର ନିକଟରେ ହାତୀ ଥିବା ଦେଖି ଘଉଡ଼ାଇବା ପାଇଁ ଟିଣଡ଼ବା ପିଟିଥିଲେ। ମାତ୍ର ହାତୀଟି ହରିଙ୍କ ଆଡ଼କୁ ମାଡ଼ି ଆସିଥିଲା। ପରେ ଶୁଣ୍ଢରେ ଧରି ତାଙ୍କୁ କଚାଡ଼ି ଦେଇ ଗୋଡ଼ରେ ଦଳିଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ହାତୀ ଗୋଡ଼ାଇବା ସମୟରେ ତାଙ୍କ ଗୁହାଳଘର ମଧ୍ୟ ଭାଙ୍ଗି ଦେଇଥିବା ପରିବାର ଲୋକେ କହିଛନ୍ତି। ବାମେବାରି ବନପାଳ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଘଉଡ଼ାଇଥିଲେ। ଶୁକ୍ରବାର ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ପଠାଯାଇଛି। ସରକାରୀ ଯୋଜନା ଅନୁଯାୟୀ ପରିବାର ଲୋକଙ୍କୁ କ୍ଷୟକ୍ଷତି ପ୍ରଦାନ କରାଯିବ ବୋଲି ବନପାଳ ରାଜେନ୍ଦ୍ର ଜେନା ସୂଚନା ଦେଇଛନ୍ତି।
The post ବଜାଉଥିଲେ ଟିଣଡ଼ବା: ମାଡ଼ି ଆସିଲା ଦନ୍ତା appeared first on Dharitri Odia News.