ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ଘରେ ପୂରାଇ ଜିଅନ୍ତା ଜାଳିଦେଲେ ସ୍ବାମୀ
ଭୋଗରାଇ,୧୫ା୩(ପ୍ରଦୀପ ଦାସ): ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ଘର ଭିତରେ ନୃଶଂସ ଭାବେ ନିଆଁ ଲଗାଇ ଜିଅନ୍ତା ଜାଳି ଦେଇଛନ୍ତି ସ୍ବାମୀ। ଏପରି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ରସଲପୁର ଗ୍ରାମ ନୂଆପାଲି ବଡାମ ବାସୁଳୀ ଛକରେ। ସୂଚନା ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଘର ଭିତରେ ଜଳୁଥିବା ମହିଳାଙ୍କ ଦେହରୁ ନିଆଁ ଲିଭାଇଥିଲେ ମଧ୍ୟ ମହିଳା ଜିଅନ୍ତା ଜଳିଯାଇଛନ୍ତି। ମୃତ ମହିଳା ହେଲେ ଅର୍ଚ୍ଚନା ବେହେରା(୨୮)। ପଡ଼ୋଶୀଙ୍କ କହିବା ଅନୁଯାୟୀ, […] The post ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ଘରେ ପୂରାଇ ଜିଅନ୍ତା ଜାଳିଦେଲେ ସ୍ବାମୀ appeared first on Dharitri Odia News.
ଭୋଗରାଇ,୧୫ା୩(ପ୍ରଦୀପ ଦାସ): ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ଘର ଭିତରେ ନୃଶଂସ ଭାବେ ନିଆଁ ଲଗାଇ ଜିଅନ୍ତା ଜାଳି ଦେଇଛନ୍ତି ସ୍ବାମୀ। ଏପରି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ରସଲପୁର ଗ୍ରାମ ନୂଆପାଲି ବଡାମ ବାସୁଳୀ ଛକରେ। ସୂଚନା ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଘର ଭିତରେ ଜଳୁଥିବା ମହିଳାଙ୍କ ଦେହରୁ ନିଆଁ ଲିଭାଇଥିଲେ ମଧ୍ୟ ମହିଳା ଜିଅନ୍ତା ଜଳିଯାଇଛନ୍ତି। ମୃତ ମହିଳା ହେଲେ ଅର୍ଚ୍ଚନା ବେହେରା(୨୮)।
ପଡ଼ୋଶୀଙ୍କ କହିବା ଅନୁଯାୟୀ, ମୃତ ଅର୍ଚ୍ଚନାଙ୍କ ସ୍ବାମୀ ଭାସ୍କର ବେହେରା ବାହାର ରାଜ୍ୟରେ ସ୍ତ୍ରୀ ସହିତ ଯାଇ କାମଧନ୍ଦା କରନ୍ତି। ଘରକୁ ଆସିଲେ ପାଖରେ ରହି ସ୍ତ୍ରୀଙ୍କ ଚରିତ୍ରକୁ ବାରମ୍ବାର ସନ୍ଦେହ କରୁଥିଲେ। ଶୁକ୍ରବାର ସକାଳେ ଭାସ୍କରଙ୍କ ଘରୁ ଧୂଆଁ ବାହାରୁ ଥିବାରୁ ପଡ଼ୋଶୀ ଦେଖି ସମସ୍ତଙ୍କୁ କହିବାରୁ ଘର ଭିତରେ ନିଆଁ ଜଳୁଥିବା ପୋଲିସକୁ ଖବର ଦେଇଥିଲେ। ଭାସ୍କର ସ୍ତ୍ରୀଙ୍କୁ ଘରେ ପୂରାଇ ନିଆଁ ଲଗାଇ ଦେଇ ଚମ୍ପଟ ମାରିଥିବାର ଅଭିଯୋଗ ହୋଇଛି। ଭୋଗରାଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୋଡ଼ି ଯାଇଥିବା ମୃତଦେହ ଉଦ୍ଧାର କରି ପ୍ରାଥମିକ ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ସ୍ବାମୀ ଭୋଗରାଇ ଥାନାରେ ଆତ୍ମସମର୍ପଣ କରିଥିବାର ସୂଚନା ମିଳିଛି।
The post ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ଘରେ ପୂରାଇ ଜିଅନ୍ତା ଜାଳିଦେଲେ ସ୍ବାମୀ appeared first on Dharitri Odia News.