୫ ବାବାଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ବର,୨୮।୧୨: ଭୁବନେଶ୍ବର ମୈତ୍ରିବିହାର ଥାନା ପୋଲିସ ଶନିବାର ୫ଜଣ ବାବାଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଛି। ଅଟକ ୫ ବାବା ବାହାର ରାଜ୍ୟର ବୋଲି ଜଣାପଡିଛି। ଅନ୍ୟପକ୍ଷେ ପୋଲିସ ଅଟକ ୫ ବାବାଙ୍କ ଅପରାଧିକ ମାମଲା ରହିଛି କି ନାହିଁ ସେନେଇ ପୋଲିସ ଖୋଳତାଡ଼ ଆରମ୍ଭ କରିଛି। ମିଳିଥିବା ସୂଚନା ମୁତାବକ, ମୈତ୍ରିବିହାର ଥାନା ଅଞ୍ଚଳରେ ୫ଜଣ ବାବା ବୁଳୁଥିଲେ। ପିସିଆର୍‌ ଭ୍ୟାନ୍‌ ପାଟ୍ରୋଲିଂ ବେଳେ ୫ଜଣ ବାବା ସନ୍ଦେହ ଜନକ ଅବସ୍ଥାରେ ବୁଲୁଥିବା ଦେଖି […] The post ୫ ବାବାଙ୍କୁ ଉଠାଇ ନେଲା ପୋଲିସ appeared first on Dharitri Odia News.

୫ ବାବାଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ବର,୨୮।୧୨: ଭୁବନେଶ୍ବର ମୈତ୍ରିବିହାର ଥାନା ପୋଲିସ ଶନିବାର ୫ଜଣ ବାବାଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଛି। ଅଟକ ୫ ବାବା ବାହାର ରାଜ୍ୟର ବୋଲି ଜଣାପଡିଛି। ଅନ୍ୟପକ୍ଷେ ପୋଲିସ ଅଟକ ୫ ବାବାଙ୍କ ଅପରାଧିକ ମାମଲା ରହିଛି କି ନାହିଁ ସେନେଇ ପୋଲିସ ଖୋଳତାଡ଼ ଆରମ୍ଭ କରିଛି।

ମିଳିଥିବା ସୂଚନା ମୁତାବକ, ମୈତ୍ରିବିହାର ଥାନା ଅଞ୍ଚଳରେ ୫ଜଣ ବାବା ବୁଳୁଥିଲେ। ପିସିଆର୍‌ ଭ୍ୟାନ୍‌ ପାଟ୍ରୋଲିଂ ବେଳେ ୫ଜଣ ବାବା ସନ୍ଦେହ ଜନକ ଅବସ୍ଥାରେ ବୁଲୁଥିବା ଦେଖି ପଚରାଉଚରା କରିଥିଲା। ପରେ ପୋଲିସ ୫ଜଣ ବାବାଙ୍କୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା କରୁଛି। ଏହି ଘଟଣାରେ ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି।

The post ୫ ବାବାଙ୍କୁ ଉଠାଇ ନେଲା ପୋଲିସ appeared first on Dharitri Odia News.