ବଜାର ଦର ଆକାଶଛୁଆଁ । ଗାଁ ଦୋକାନରେ ଆଳୁ କିଲୋ ୫୦ଟଙ୍କା
କନକ ବ୍ୟୁରୋ: ଗାଁରେ ମହଙ୍ଗା ମାଡ଼। ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ଗାଁ ଜୀବନକୁ ବି ଖୁବ୍ ପ୍ରଭାବିତ କରିଛି। ଗାଁର ଗରିବ ଖଟିଖିଆ ମଣିଷର ଭାତ, ଡାଲି, ଆଳୁ ଭର୍ତ୍ତା ଟିକିଏ ହେଲେ ଚଳିଯାଏ। ହେଲେ ଏବେର ଦରକୁ ନେଇ ଭାଳେଣୀ ପଡ଼ିଛି । ଖାଉଟିଙ୍କ ପକେଟକୁ ଖୁବ୍ ବାଧୁଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ ହାଟରେ ଆଳୁ କିଲୋ ପ୍ରତି ୫୦ ଟଙ୍କା ରହିଛି। ସେହିଭଳି ଡାଲି କିଲୋ ୧୮୦ଟଙ୍କା, ଅଟା କିଲୋ ୫୦ଟଙ୍କା, ରିଫାଇନ୍ ତେଲର ମୂଲ୍ୟ ଲିଟର ପିଛା ୧୫୦ଟଙ୍କାରେ ପହଞ୍ଚିଛି। ଜୀରା, ଚାଉଳ, ଚା' ପତି ଭଳି ସାମଗ୍ରୀର ଦର ମଧ୍ୟ ବୃଦ୍ଧି ପାଉଛି। ଅସ୍ତରଙ୍ଗ ହାଟକୁ ଆବଶ୍ୟକତା ଠାରୁ ବହୁତ କମ ଆଳୁ ଆସୁଛି। ଆଗରୁ ହାଟକୁ ପ୍ରାୟ ୫୦୦ ପ୍ୟାକେଟ ଆଳୁ ଆସୁଥିଲା। ଏବେ ୨ଶହ ପ୍ୟାକେଟରେ ସୀମିତ। ଆବଶ୍ୟକତା ଠାରୁ ଆମଦାନୀ କମ ହେଉଥିବାରୁ ଦର ବଢୁଥିବା କହିଛନ୍ତି ବ୍ୟବସାୟୀ। ଆଗକୁ ଆଳୁ କିଲୋ ୬୦ଟଙ୍କାରେ ପହଞ୍ଚିବା ନେଇ ଆଶଙ୍କା କରାଯାଉଛି। ନୂଆ ସରକାରଙ୍କ ଉପରେ ସାଧାରଣ ଲୋକଙ୍କ ଅନେକ ଭରସା ଥିଲା। କିନ୍ତୁ ୬ମାସ ବିତିଯାଇଥିଲେ ମଧ୍ୟ ଦରଦାମ ନିୟନ୍ତ୍ରଣରେ ସରକାର ସମ୍ପୂର୍ଣ୍ଣ ବିଫଳ ବୋଲି କହିଛନ୍ତି ଲୋକେ। ତେବେ ବଜାରରେ କେବେ ଅତ୍ୟାବଶ୍ୟକ ସାମଗ୍ରୀର ଦର ନିୟନ୍ତ୍ରଣକୁ ଆସିବ ତାକୁ ନେଇ ଖାଉଟିଙ୍କ ଚିନ୍ତା ବଢ଼ିବାକୁ ଲାଗିଛି।

କନକ ବ୍ୟୁରୋ: ଗାଁରେ ମହଙ୍ଗା ମାଡ଼। ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ଗାଁ ଜୀବନକୁ ବି ଖୁବ୍ ପ୍ରଭାବିତ କରିଛି। ଗାଁର ଗରିବ ଖଟିଖିଆ ମଣିଷର ଭାତ, ଡାଲି, ଆଳୁ ଭର୍ତ୍ତା ଟିକିଏ ହେଲେ ଚଳିଯାଏ। ହେଲେ ଏବେର ଦରକୁ ନେଇ ଭାଳେଣୀ ପଡ଼ିଛି । ଖାଉଟିଙ୍କ ପକେଟକୁ ଖୁବ୍ ବାଧୁଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ ହାଟରେ ଆଳୁ କିଲୋ ପ୍ରତି ୫୦ ଟଙ୍କା ରହିଛି। ସେହିଭଳି ଡାଲି କିଲୋ ୧୮୦ଟଙ୍କା, ଅଟା କିଲୋ ୫୦ଟଙ୍କା, ରିଫାଇନ୍ ତେଲର ମୂଲ୍ୟ ଲିଟର ପିଛା ୧୫୦ଟଙ୍କାରେ ପହଞ୍ଚିଛି। ଜୀରା, ଚାଉଳ, ଚା' ପତି ଭଳି ସାମଗ୍ରୀର ଦର ମଧ୍ୟ ବୃଦ୍ଧି ପାଉଛି।
ଅସ୍ତରଙ୍ଗ ହାଟକୁ ଆବଶ୍ୟକତା ଠାରୁ ବହୁତ କମ ଆଳୁ ଆସୁଛି। ଆଗରୁ ହାଟକୁ ପ୍ରାୟ ୫୦୦ ପ୍ୟାକେଟ ଆଳୁ ଆସୁଥିଲା। ଏବେ ୨ଶହ ପ୍ୟାକେଟରେ ସୀମିତ। ଆବଶ୍ୟକତା ଠାରୁ ଆମଦାନୀ କମ ହେଉଥିବାରୁ ଦର ବଢୁଥିବା କହିଛନ୍ତି ବ୍ୟବସାୟୀ। ଆଗକୁ ଆଳୁ କିଲୋ ୬୦ଟଙ୍କାରେ ପହଞ୍ଚିବା ନେଇ ଆଶଙ୍କା କରାଯାଉଛି। ନୂଆ ସରକାରଙ୍କ ଉପରେ ସାଧାରଣ ଲୋକଙ୍କ ଅନେକ ଭରସା ଥିଲା। କିନ୍ତୁ ୬ମାସ ବିତିଯାଇଥିଲେ ମଧ୍ୟ ଦରଦାମ ନିୟନ୍ତ୍ରଣରେ ସରକାର ସମ୍ପୂର୍ଣ୍ଣ ବିଫଳ ବୋଲି କହିଛନ୍ତି ଲୋକେ।
ତେବେ ବଜାରରେ କେବେ ଅତ୍ୟାବଶ୍ୟକ ସାମଗ୍ରୀର ଦର ନିୟନ୍ତ୍ରଣକୁ ଆସିବ ତାକୁ ନେଇ ଖାଉଟିଙ୍କ ଚିନ୍ତା ବଢ଼ିବାକୁ ଲାଗିଛି।