ବଜାରକୁ ଯାଉଥିଲେ; ବୃଦ୍ଧଙ୍କ ଉପରେ ମାଡ଼ିଗଲା ବୋଲେରୋ

ଆଜି ସକାଳେ ବୃଦ୍ଧ ଜଣଙ୍କ ସୁବଳୟା ଦୈନିକ ବଜ଼ାରକୁ ଚାଲି ଚାଲି ଯାଉଥିଲେ।

ବଜାରକୁ ଯାଉଥିଲେ; ବୃଦ୍ଧଙ୍କ ଉପରେ ମାଡ଼ିଗଲା ବୋଲେରୋ

ବଜାରକୁ ଚାଲିଚାଲି ଯାଉଥିଲେ ବୃଦ୍ଧ। ଦ୍ରୁତ ଗତିରେ ଆସି ବୃଦ୍ଧଙ୍କ ଉପରେ ମାଡ଼ିଗଲା ବୋଲେରୋ। ସୋନପୁର ଜିଲ୍ଲା ପିତାମହୁଲ ଛକର ସୁବଳୟା ରାସ୍ତାର ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ମୃତ ବୃଦ୍ଧ ଜଣଙ୍କ ହେଲେ ପ୍ରେମାନନ୍ଦ ଖେତୀ(୭୦)।

ସବୁଦିନ ପରି ଆଜି ସକାଳେ ବୃଦ୍ଧ ଜଣଙ୍କ ସୁବଳୟା ଦୈନିକ ବଜ଼ାରକୁ ଚାଲି ଚାଲି ଯାଉଥିଲେ। ସୁବଳୟା ରାସ୍ତା ଉପରେ ଏକ ବୋଲେରୋ ଆସି ବୃଦ୍ଧଙ୍କୁ ଧକ୍କା ଦେଇ ଫେରାର ମାରିଥିଲା।

ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ସ୍ଥାନୀୟ ଲୋକେ ବୃଦ୍ଧଙ୍କ ପରିବାରକୁ କ୍ଷତି ପୂରଣ ଦେବାକୁ ଦାବି କରିଛନ୍ତି।