ପାନୀୟରେ ବିଷାକ୍ତ ପ୍ରଦାର୍ଥ: ମାମଲା ରୁଜୁ କଲେ କ୍ରିକେଟର…
ଅଗରତାଲା,୩୧।୧ : ଭାରତର ଓପନିଂ ବ୍ୟାଟ୍ସମ୍ୟାନ ତଥା କର୍ନାଟକର ଅଧିନାୟକ ମୟଙ୍କ ଅଗ୍ରୱାଲଙ୍କୁ ତ୍ରିପୁରାର ରାଜଧାନୀ ଅଗରତାଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବିମାନରେ ସୁରଟ ଯାତ୍ରା ସମୟରେ ମୟଙ୍କ ଅସୁସ୍ଥ ହୋଇପଡିଥିଲେ। ସେ ପାଟି ଓ ଗଳାରେ ଜଳାପୋଡା ହେଉଥିବା ଅଭିଯୋଗ କରିଥିଲେ। ଏହା ପରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ବିଳମ୍ବିତ ରାତିରେ ଡାକ୍ତରଖାନା ପ୍ରଶାସନ କହିଥିଲେ ତାଙ୍କ ଅବସ୍ଥା ଭଲ ଅଛି ଏବଂ ସେ ବିପଦ ମୁକ୍ତ ଅଛନ୍ତି। ବୁଧବାର (ଜାନୁଆରୀ ୩୧) ତାଙ୍କୁ ଡାକ୍ତରଖାନାରୁ […] The post ପାନୀୟରେ ବିଷାକ୍ତ ପ୍ରଦାର୍ଥ: ମାମଲା ରୁଜୁ କଲେ କ୍ରିକେଟର… appeared first on Dharitri Odia News.
ଅଗରତାଲା,୩୧।୧ : ଭାରତର ଓପନିଂ ବ୍ୟାଟ୍ସମ୍ୟାନ ତଥା କର୍ନାଟକର ଅଧିନାୟକ ମୟଙ୍କ ଅଗ୍ରୱାଲଙ୍କୁ ତ୍ରିପୁରାର ରାଜଧାନୀ ଅଗରତାଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବିମାନରେ ସୁରଟ ଯାତ୍ରା ସମୟରେ ମୟଙ୍କ ଅସୁସ୍ଥ ହୋଇପଡିଥିଲେ। ସେ ପାଟି ଓ ଗଳାରେ ଜଳାପୋଡା ହେଉଥିବା ଅଭିଯୋଗ କରିଥିଲେ। ଏହା ପରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ବିଳମ୍ବିତ ରାତିରେ ଡାକ୍ତରଖାନା ପ୍ରଶାସନ କହିଥିଲେ ତାଙ୍କ ଅବସ୍ଥା ଭଲ ଅଛି ଏବଂ ସେ ବିପଦ ମୁକ୍ତ ଅଛନ୍ତି। ବୁଧବାର (ଜାନୁଆରୀ ୩୧) ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯିବ ବୋଲି ଜଣାପଡିଛି।
ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ମୟଙ୍କ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ତାଙ୍ ବିରୋଧରେ ଷଡଯନ୍ତ୍ର ହୋଇଥିବା ସେ ଅଭିଯୋଗ କରିଛନ୍ତି। ଇଣ୍ଡିଗୋ ଉଡ଼ାଣରେ ପାଣି ଭାବି ମୟଙ୍କ ଏକ ବିଷାକ୍ତ ପଦାର୍ଥ ଥିବା ପାନୀୟକୁ ଭୁଲରେ ବ୍ୟବହାର କରିଥିଲେ। ଏହାକୁ ବିମାନରେ ଥିବା ତାଙ୍କ ସିଟରେ ରଖାଯାଇଥିଲା। ଏହା ପରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ମୟଙ୍କ ତାଙ୍କ ମ୍ୟାନେଜରଙ୍କ ମାଧ୍ୟମରେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ପଶ୍ଚିମ ତ୍ରିପୁରା ପୋଲିସ ଅଧୀକ୍ଷକ କିରଣ କୁମାର ଏହା ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ମୟଙ୍କଙ୍କର ମ୍ୟାନେଜର ନ୍ୟୁ କ୍ୟାପିଟାଲ କମ୍ପ୍ଲେକ୍ସ ପୋଲିସ ଷ୍ଟେଶନରେ ଅଭିଯୋଗ କରିଛନ୍ତି।
ବରିଷ୍ଠ ପୋଲିସ ଅଧିକାରୀ ଏହା ମଧ୍ୟ କହିଛନ୍ତି, ତାଙ୍କର ମ୍ୟାନେଜର କହିଛନ୍ତି ଯେତେବେଳେ ସେ ବିମାନରେ ବସିଥିଲେ, ତାଙ୍କ ସାମ୍ନାରେ ଏକ ବ୍ୟାଗ ଥିଲା। ସେ ଅଧିକ ମାତ୍ରାରେ ପାଣି ପିଇ ନ ଥିଲେ କିନ୍ତୁ ଟିକିଏ ପାଣି ପିଇଥିଲେ, କିନ୍ତୁ ହଠାତ ସେ ଏକ ଜ୍ୱଳନ୍ତ ଅନୁଭବ କଲେ । ସେ କଥାବାର୍ତ୍ତା କରିବାରେ ମଧ୍ୟ ସକ୍ଷମ ହୋଇ ନ ଥିଲେ ଏବଂ ତାଙ୍କୁ ଆଇଏଲଏସ ଡାକ୍ତରଖାନାକୁ ଅଣାଯାଇଥିଲା। ତାଙ୍କ ପାଟିରେ ଫୁଲା ଓ ଘା ’ହୋଇ ଯାଇଥିଲା। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି।
ରାଜ୍ୟ ସ୍ବାସ୍ଥ୍ୟ ସଚିବ କିରଣ ଗୀତା କହିଛନ୍ତି, ପୋଲିସ ତାଙ୍କ ଅଭିଯୋଗକୁ ଗ୍ରହଣ କରିଛି ଏବଂ ଆମେ କ’ଣ ଘଟିଛି ତାହାର ଅନୁସନ୍ଧାନ କରିବୁ। ତାଙ୍କ ମ୍ୟାନେଜରଙ୍କ କହିବାନୁସାରେ, ସେ ବେଙ୍ଗାଲୁରୁ ଯିବେ ଏବଂ ଏହି ସମୟ ମଧ୍ୟରେ, ଆମେ ତାଙ୍କୁ ଅଗରତାଲାରେ ଯାହା ଭଲ ଚିକିତ୍ସା ଉପଲବ୍ଧ କରାଇବୁ ତାହା ପ୍ରଦାନ କରିବୁ।
I am feeling better now.
Gearing to comeback
Read More