ରାଜସ୍ଥାନରେ ଚାଞ୍ଚଲ୍ୟ: ବିଉଟିସିଆନ୍‌ଙ୍କୁ ନୃଶଂସ ହତ୍ୟା

ଯୋଧପୁର,୩ା୧୧: ରାଜସ୍ଥାନର ଯୋଧପୁର ଅଞ୍ଚଳରେ ଅଳଙ୍କାର ଚୋରି ଅଭିଯୋଗରେ ଜଣେ ୫୦ ବର୍ଷୀୟା ବିଉଟିସିଆନ୍‌ଙ୍କୁ ଏକ ଦମ୍ପତି ନିଶା ଦେଇ ହତ୍ୟା କରିବା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ସେମାନଙ୍କ ଘର ନିକଟରେ ପୋତିଦେଇଥିଲେ। ଅନୀତା ଚୌଧରୀ ନାମ୍ନୀ ବିଉଟିସିଆନ୍‌ଙ୍କୁ ଗତ ୨୬ ତାରିଖରେ ହତ୍ୟା କରାଯାଇଥିଲା। ମହିଳାଙ୍କ ସ୍ବାମୀ ନିଖୋଜ ରିପୋର୍ଟ ଦାଏର କରିବା ପରେ ପୋଲିସ ସିସିଟିଭି ଫୁଟେଜ୍‌ ଏବଂ ଅଭିଯୁକ୍ତଙ୍କ ଘରେ ଅନୀତାଙ୍କୁ ପହଞ୍ଚାଇଥିବା ଟ୍ୟାକ୍ସି ଡ୍ରାଇଭରଙ୍କ ସହାୟତାରେ ପୋଲିସ ୨୭ […] The post ରାଜସ୍ଥାନରେ ଚାଞ୍ଚଲ୍ୟ: ବିଉଟିସିଆନ୍‌ଙ୍କୁ ନୃଶଂସ ହତ୍ୟା appeared first on Dharitri Odia News.

ରାଜସ୍ଥାନରେ ଚାଞ୍ଚଲ୍ୟ: ବିଉଟିସିଆନ୍‌ଙ୍କୁ ନୃଶଂସ ହତ୍ୟା

ଯୋଧପୁର,୩ା୧୧: ରାଜସ୍ଥାନର ଯୋଧପୁର ଅଞ୍ଚଳରେ ଅଳଙ୍କାର ଚୋରି ଅଭିଯୋଗରେ ଜଣେ ୫୦ ବର୍ଷୀୟା ବିଉଟିସିଆନ୍‌ଙ୍କୁ ଏକ ଦମ୍ପତି ନିଶା ଦେଇ ହତ୍ୟା କରିବା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ସେମାନଙ୍କ ଘର ନିକଟରେ ପୋତିଦେଇଥିଲେ।

ଅନୀତା ଚୌଧରୀ ନାମ୍ନୀ ବିଉଟିସିଆନ୍‌ଙ୍କୁ ଗତ ୨୬ ତାରିଖରେ ହତ୍ୟା କରାଯାଇଥିଲା। ମହିଳାଙ୍କ ସ୍ବାମୀ ନିଖୋଜ ରିପୋର୍ଟ ଦାଏର କରିବା ପରେ ପୋଲିସ ସିସିଟିଭି ଫୁଟେଜ୍‌ ଏବଂ ଅଭିଯୁକ୍ତଙ୍କ ଘରେ ଅନୀତାଙ୍କୁ ପହଞ୍ଚାଇଥିବା ଟ୍ୟାକ୍ସି ଡ୍ରାଇଭରଙ୍କ ସହାୟତାରେ ପୋଲିସ ୨୭ ତାରିଖରେ ଡ୍ରାଏ କ୍ଲିନର ଗୁଲାମୁଦ୍ଦିନ ଫାରୁକୀଙ୍କ ଘରେ ପହଞ୍ଚି ଥିଲା। ଅନୀତାଙ୍କୁ ଗୁଲାମୁଦ୍ଦିନ ହତ୍ୟା କରିଥିବା ତାଙ୍କ ସ୍ତ୍ରୀ ପୋଲିସ ନିକଟରେ ସ୍ବୀକାର କରିଥିଲେ। ପୋଲିସ ତାଙ୍କ ଘର ପାଖରେ ଖନନ କରିବା ପରେ ଏକ ପଲିଥିନ୍‌ ବ୍ୟାଗ୍‌ରୁ ମହିଳାଙ୍କ ଖଣ୍ଡ ଖଣ୍ଡ ମୃତଦେହ ମିଳିଥିଲା। ଗୁଲାମୁଦ୍ଦିନଙ୍କ ସ୍ତ୍ରୀ ଆବିଦାଙ୍କୁ ପୋଲିସ ଗିରଫ କରିଥିବାବେଳେ ଫେରାର ଥିବା ଗୁଲାମୁଦ୍ଦିନଙ୍କୁ ଧରିବା ପାଇଁ ତନାଘନା ଚଳାଇଛି।

The post ରାଜସ୍ଥାନରେ ଚାଞ୍ଚଲ୍ୟ: ବିଉଟିସିଆନ୍‌ଙ୍କୁ ନୃଶଂସ ହତ୍ୟା appeared first on Dharitri Odia News.