ବଜାରରେ ଆଳୁ ଅଭାବ! ଖାଲି ପଡ଼ିଛି ଗୋଦାମ ଘର । ରିଆଲିଟି ଚେକ୍ କଲା କନକ ନ୍ୟୁଜ୍

କନକ ବ୍ୟୁରୋ: ବଜାରରେ ଆଳୁର ଅଭାବ ନାହିଁ ବୋଲି ମନ୍ତ୍ରୀ କହି ଆସୁଛନ୍ତି। ଦର ମଧ୍ୟ ନିୟନ୍ତ୍ରଣରେ ରହିଛି ବୋଲି କହୁଛନ୍ତି। ହେଲେ, ବାସ୍ତରରେ ଆଳୁ ଦର କେମିତି ରହିଛି, ଆଳୁ ପ୍ରଚୁର ପରିମାଣରେ ଅଛି ନା ନାହିଁ, ରିଆଲିଟି ଚେକ୍ କରିଛି କନକ ନ୍ୟୁଜ । ବଜାରରେ ଆଳୁ ଅଭାବ! ଖାଲି ପଡ଼ିଛି ଗୋଦାମ ଘର ଆଳୁ ଅଭାବ ନାହିଁ ବୋଲି ବାରମ୍ବାର ମନ୍ତ୍ରୀ କହି ଆସୁଥିଲାବେଳେ, ଆମ ଟିମ୍ ପହଞ୍ଚିଥିଲା ଭୁବନେଶ୍ୱର ଆଇଗିଣିଆ ଆଳୁ […] The post ବଜାରରେ ଆଳୁ ଅଭାବ! ଖାଲି ପଡ଼ିଛି ଗୋଦାମ ଘର । ରିଆଲିଟି ଚେକ୍ କଲା କନକ ନ୍ୟୁଜ୍ first appeared on Kanak News.

ବଜାରରେ ଆଳୁ ଅଭାବ! ଖାଲି ପଡ଼ିଛି ଗୋଦାମ ଘର । ରିଆଲିଟି ଚେକ୍ କଲା କନକ ନ୍ୟୁଜ୍

କନକ ବ୍ୟୁରୋ: ବଜାରରେ ଆଳୁର ଅଭାବ ନାହିଁ ବୋଲି ମନ୍ତ୍ରୀ କହି ଆସୁଛନ୍ତି। ଦର ମଧ୍ୟ ନିୟନ୍ତ୍ରଣରେ ରହିଛି ବୋଲି କହୁଛନ୍ତି। ହେଲେ, ବାସ୍ତରରେ ଆଳୁ ଦର କେମିତି ରହିଛି, ଆଳୁ ପ୍ରଚୁର ପରିମାଣରେ ଅଛି ନା ନାହିଁ, ରିଆଲିଟି ଚେକ୍ କରିଛି କନକ ନ୍ୟୁଜ ।

  • ବଜାରରେ ଆଳୁ ଅଭାବ!
  • ଖାଲି ପଡ଼ିଛି ଗୋଦାମ ଘର

ଆଳୁ ଅଭାବ ନାହିଁ ବୋଲି ବାରମ୍ବାର ମନ୍ତ୍ରୀ କହି ଆସୁଥିଲାବେଳେ, ଆମ ଟିମ୍ ପହଞ୍ଚିଥିଲା ଭୁବନେଶ୍ୱର ଆଇଗିଣିଆ ଆଳୁ ଗଦିରେ। ମନ୍ତ୍ରୀଙ୍କ କଥାରେ କେତେ ବାସ୍ତବତା ଅଛି ପରକ୍ଷି ଥିଲା ଆମ୍ ଟିମ । ଆଉ ଆମ କ୍ୟାମେରାରେ କଏଦ ହୋଇଥିଲା ଆଶ୍ଚର୍ଯ୍ୟ କଲା ଭଳି ଦୃଶ୍ୟ । ଗୋଟିଏ ଦୁଇଟି ବସ୍ତା ଛାଡିଲେ ପୂରା ଗୋଦାମ ଖାଲି ପଡିଥିଲା । ଅନ୍ୟପଟେ ମାତ୍ର ତିନି ଦିନ ପାଇଁ ଆଳୁ ଅଛି ବୋଲି କହିଛି ବ୍ୟବସାୟୀ ମହାସଂଘ ।

ସେହିପରି କଟକ ଛତ୍ରବଜାରରେ ମଧ୍ୟ ସମାନ ସ୍ଥିତି। ଖୁଚୁରା ବଜାରରେ ଆଳୁ ଦର ପ୍ରାୟ ୪୦ଟଙ୍କା ଉପରେ ରହିଛି। ଗୋଦାମରେ ମଧ୍ୟ ଆଳୁ କମ ରହିଛି। ତେବେ ଗୋଟିଏ ପଟେ ଗୋଦାମରେ ଆଳୁ ସରି ସରି ଯାଉଛି। ଅନ୍ୟପଟେ ପଶ୍ଚିମବଙ୍ଗ ସହ ବିବାଦ କାରଣରୁ ଉତ୍ତରପ୍ରଦେଶ ଆଳୁ ଆଣିବା ପାଇଁ ନିଷ୍ପତି ହୋଇଛି । ହେଲେ, ୟୁପିର ଆଳୁକୁ ଭରସା କରିପାରୁନନାହାନ୍ତି ଓଡ଼ିଶାର ଆଳୁ ବ୍ୟବସାୟୀ। ଯାହା ଉଭୟ ଗ୍ରାହକ ଓ ବ୍ୟବସାୟୀଙ୍କ ଟେନସନକୁ ବଢ଼ାଇ ଦେଇଛି।

The post ବଜାରରେ ଆଳୁ ଅଭାବ! ଖାଲି ପଡ଼ିଛି ଗୋଦାମ ଘର । ରିଆଲିଟି ଚେକ୍ କଲା କନକ ନ୍ୟୁଜ୍ first appeared on Kanak News.