ବଜାରରେ ଏଲ୍‌ଜିର ନୂତନ ଉତ୍ପାଦ

ଭୁବନେଶ୍ୱର,୨୮।୭: ଏଲ୍‌ଜି ଇଲେକ୍ଟ୍ରୋନିକ୍ସ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ଓଏଲ୍‌ଇଡି ଟିଭି’ର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ) ନିକଟରେ ହୋଇଯାଇଛି। ଏପରିକି ଏଲ୍‌ଜି ନୂଆ ଏନ୍‌ପିଆଇ ସିରିଜ ଅଧୀନରେ ଏହି ଟିଭି ଅତ୍ୟାଧୁନିକ ଜ୍ଞାନକୌଶଳ ସହ ଆର୍ଟିଫିସିଆଲ ଇଣ୍ଡେଲିଜେନ୍ସି (ଏଆଇ) ଟେକ୍ନୋଲୋଜି ସାମିଲ ରହିଛି। ଏହି ପରିପ୍ରେକ୍ଷୀରେ ଏଲ୍‌ଜିର ସ୍ବୀକୃତିପ୍ରାପ୍ତ ଆଉଟ୍‌ଲେଟ୍‌ ତଥା ରିଟେଲ ପଏଣ୍ଟ ଭୁବନେଶ୍ୱରର ବାପୁଜୀନଗରସ୍ଥିତ ରାଜ୍‌ ଇଲେକ୍ଟ୍ରୋନିକ୍ସ ପରିସରରେ ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ଏଲ୍‌ଜି ଓଡ଼ିଶାର […] The post ବଜାରରେ ଏଲ୍‌ଜିର ନୂତନ ଉତ୍ପାଦ appeared first on Dharitri Odia News.

ବଜାରରେ ଏଲ୍‌ଜିର ନୂତନ ଉତ୍ପାଦ

ଭୁବନେଶ୍ୱର,୨୮।୭: ଏଲ୍‌ଜି ଇଲେକ୍ଟ୍ରୋନିକ୍ସ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ଓଏଲ୍‌ଇଡି ଟିଭି’ର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ) ନିକଟରେ ହୋଇଯାଇଛି। ଏପରିକି ଏଲ୍‌ଜି ନୂଆ ଏନ୍‌ପିଆଇ ସିରିଜ ଅଧୀନରେ ଏହି ଟିଭି ଅତ୍ୟାଧୁନିକ ଜ୍ଞାନକୌଶଳ ସହ ଆର୍ଟିଫିସିଆଲ ଇଣ୍ଡେଲିଜେନ୍ସି (ଏଆଇ) ଟେକ୍ନୋଲୋଜି ସାମିଲ ରହିଛି। ଏହି ପରିପ୍ରେକ୍ଷୀରେ ଏଲ୍‌ଜିର ସ୍ବୀକୃତିପ୍ରାପ୍ତ ଆଉଟ୍‌ଲେଟ୍‌ ତଥା ରିଟେଲ ପଏଣ୍ଟ ଭୁବନେଶ୍ୱରର ବାପୁଜୀନଗରସ୍ଥିତ ରାଜ୍‌ ଇଲେକ୍ଟ୍ରୋନିକ୍ସ ପରିସରରେ ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ଏଲ୍‌ଜି ଓଡ଼ିଶାର ବିଏମ୍‌ ସନ୍ଦୀପ ପାତ୍ରୋ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଅନାବରଣ ସହ ବଜାର ପ୍ରବେଶ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଲ୍‌ଜି ଓଡ଼ିଶାର ମାକେର୍ଟିଂ ମ୍ୟାନେଜର ଦେବଦୀପ ଚକି, ଏରିଆ ମ୍ୟାନେଜର ଦେବେନ୍ଦ୍ରନାଥ ପରିଡ଼ା, ଏମ୍‌ସି ଶୋଭନ ଜଗଦୀଶ ଜେନାଙ୍କ ସମେତ ରାଜ୍‌ ଇଲେକ୍ଟ୍ରୋନିକ୍ସ ସ୍ବତ୍ୱାଧିକାରୀ ପ୍ରକାଶ ଚନ୍ଦ୍ର ବିଶ୍ୱାଳ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, ଏଲ୍‌ଜି ଓଏଲ୍‌ଇଡି ଇଭିଓ ଏଆଇ ଆଣ୍ଡ ଏଲ୍‌ଜି କ୍ୟୁଏନ୍‌ଇଡି ଏଆଇ ଟିଭି ସମେତ ଏଲ୍‌ଜି ଓଏଲ୍‌ଇଡି୯୭ଜି୪ର ବିଭିନ୍ନ ସାଇଜ ଓ ରେଞ୍ଜର ଟିଭି ବଜାରରେ ଉପଲବ୍ଧ।

The post ବଜାରରେ ଏଲ୍‌ଜିର ନୂତନ ଉତ୍ପାଦ appeared first on Dharitri Odia News.