ବଜାରରେ ଜେସିବିର ନୂତନ ଉତ୍ପାଦ

ଭୁବନେଶ୍ୱର, ୨୩।୧୧: ଜେସିବି ଇଣ୍ଡିଆ ଲିମିଟେଡ୍‌ର ନୂତନ ଉତ୍ପାଦ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଫୁଏଲ ମାଷ୍ଟର ଜେସିବି ନେଷ୍ଟ ୨୧୫ ଏଲ୍‌ସି ଏକ୍ସାଭେଟର’ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଶ୍ରୀବିନାୟକ ଜେସିବି (ଶ୍ରୀ ବିନାୟକ ମୋଟର୍ସ)ର କଟକ-ପୁରୀ ବାଇପାସ୍‌ ରୋଡ୍‌ (ଟଙ୍କପାଣି ରୋଡ୍‌ ବାସୁଆଖାଇ) ଶୋ’ରୁମ୍‌ ପକ୍ଷରୁ ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବ ସ୍ଥାନୀୟ ଏକ ଘରୋଇ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜେସିବି ଇଣ୍ଡିଆର ଆଞ୍ଚଳିକ […] The post ବଜାରରେ ଜେସିବିର ନୂତନ ଉତ୍ପାଦ appeared first on Dharitri Odia News.

ବଜାରରେ ଜେସିବିର ନୂତନ ଉତ୍ପାଦ

ଭୁବନେଶ୍ୱର, ୨୩।୧୧: ଜେସିବି ଇଣ୍ଡିଆ ଲିମିଟେଡ୍‌ର ନୂତନ ଉତ୍ପାଦ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଫୁଏଲ ମାଷ୍ଟର ଜେସିବି ନେଷ୍ଟ ୨୧୫ ଏଲ୍‌ସି ଏକ୍ସାଭେଟର’ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଶ୍ରୀବିନାୟକ ଜେସିବି (ଶ୍ରୀ ବିନାୟକ ମୋଟର୍ସ)ର କଟକ-ପୁରୀ ବାଇପାସ୍‌ ରୋଡ୍‌ (ଟଙ୍କପାଣି ରୋଡ୍‌ ବାସୁଆଖାଇ) ଶୋ’ରୁମ୍‌ ପକ୍ଷରୁ ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବ ସ୍ଥାନୀୟ ଏକ ଘରୋଇ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜେସିବି ଇଣ୍ଡିଆର ଆଞ୍ଚଳିକ ପ୍ରବନ୍ଧକ (ଓଡ଼ିଶା) ପ୍ରଭୁ ବିଶ୍ୱାଳଙ୍କ ସମେତ ଶ୍ରୀ ବିନାୟକ ମୋଟର୍ସର ଏମ୍‌ଡି ରାକେଶ କୁମାର ଅଗ୍ରଓ୍ବାଲ, ଚିରାଗ ଅଗ୍ରଓ୍ବାଲ, ବିନୟ କୁମାର ଗୁପ୍ତା ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ଫୁଏଲ ମାଷ୍ଟର ଜେସିବି ନେଷ୍ଟ ୨୧୫ ଏଲ୍‌ସି ଏକ୍ସାଭେଟରରେ ଶକ୍ତିଶାଳୀ ଇଞ୍ଜିନ ସାଙ୍ଗକୁ ୧୪%ରୁ ଅଧିକ ତୈଳ ସଞ୍ଚୟକାରୀ ଏବଂ ୫%ରୁ ଅଧିକ କାର୍ଯ୍ୟକ୍ଷମ ହେଉଛି। ଏପରିକି ଏହି ମଡେଲର ଡିଜାଇନ ଓ ଫିଚର ବେଶ୍‌ ଆକର୍ଷଣୀୟ ହୋଇଥିଲାବେଳେ ଏହାର କ୍ଷମତା, ଗୁଣାତ୍ମକତା ଏବଂ ବୈଶିଷ୍ଠ୍ୟତା ଅନ୍ୟ ମଡେଲଠାରୁ ଭିନ୍ନ ଓ ଉଚ୍ଚକୋଟୀର ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ସେହିଭଳି ନିର୍ମାଣ କ୍ଷେତ୍ରରେ ଏହାର କାର୍ଯ୍ୟଦକ୍ଷତା ଓ ତୈଳ ସଞ୍ଚୟ କ୍ଷମତା ମାଲିକଙ୍କୁ ବେଶ୍‌ ଲାଭଦାୟକ ଓ ସହାୟକ ହେବ ବୋଲି ଆକଳନ କରାଯାଇଛି।

The post ବଜାରରେ ଜେସିବିର ନୂତନ ଉତ୍ପାଦ appeared first on Dharitri Odia News.